Odisha news

ଭିସା ଷ୍ଟିଲ ପକ୍ଷରୁ ରେଡ଼କ୍ରସକୁ ୫ଲକ୍ଷ ଦାନ

0

ବ୍ୟାସନଗର : ଯାଜପୁର ଜିଲାରେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ କଳିଙ୍ଗନଗର ସ୍ଥିତ ଭିସାଷ୍ଟିଲ ପକ୍ଷରୁ ଜିଲା ରେଡ଼କ୍ରସକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ସୋମବାର ଅପରାହ୍ନରେ କାରଖାନାର ନିର୍ବାହୀ ନିଦେ୍ର୍ଦଶକ ମନୋଜ କୁମାର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲାପାଳ ରଂଜନ କୁମାର ଦାସଙ୍କୁ ଜିଲା ରେଡ଼କ୍ରସ ପାଣ୍ଠିକୁ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଭିସାଷ୍ଟିଲର ଏଭଳି ପଦକ୍ଷେପକୁ ଜିଲାପାଳ ଶ୍ରୀ ଦାସ ପ୍ରସଂଶା କରିଛନ୍ତି ।

IEC 2 years
Leave A Reply