Odisha news

ଯାଜପୁର ଜିଲ୍ଳାରେ ପୁଣି ୨୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

0

ଯାଜପୁର: ଯାଜପୁର ଜିଲ୍ଲାେରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବରି ବ୍ଲକରେ ୫ ଜଣ, ଦଶରଥପୁର ବ୍ଲକର ୧୨ ଜଣ, ଧର୍ମଶାଳା ବ୍ଲକର ୩ ଜଣ, ବଡ଼ଚଣା ବ୍ଲକର ୨ ଜଣ ଓ ଯାଜପୁର ବ୍ଲକରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ଜଣାପଡ଼ିଛି ।

ବରୀ ବ୍ଲକର ୫ଜଣଙ୍କ ମଧ୍ୟରୁ  ମହାରାଷ୍ଟ୍ରରୁ ୨ ଜଣ ତେଲେଙ୍ଗାନାରୁ ଜଣେ, କର୍ଣ୍ଣାଟକରୁ ଜଣେ ଫେରନ୍ତା ଓ ସ୍ଥାନୀୟ ଅଞ୍ଚଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ି । ଧର୍ମଶାଳା ବ୍ଲକର ୩ ଜଣ ମଧ୍ୟରୁ ସମସ୍ତେ ସ୍ଥାନୀୟ ଅଞ୍ଚଳ ବୋଲି ଜଣାପଡ଼ିଛନ୍ତି । ବଡ଼ଚଣା ବ୍ଲକର ୨ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକ ଫେରନ୍ତା ଜଣେ ଓ ସ୍ଥାନୀୟ ଅଞ୍ଚଳ ଜଣେ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁର ବ୍ଲକର ସ୍ଥାନୀୟ ଅଞ୍ଚଳର ଜଣେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ଯାହା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ଆଶ୍ୱସ୍ଥ କରିଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଉଦ୍ୟମ ଯୋଗୁ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି ।

Nalco
Leave A Reply