ବ୍ୟାସନଗର,୨ା୭: କୋଭିଡ଼-୧୯ (କରୋନା ଭାଇରସ୍) ବିରୁଦ୍ଧରେ ମୁକାବିଲା କରିବା ସମଗ୍ର ଦେଶ ପାଇଁ ଏକ ଆହ୍ୱାନ ପାଲଟିଥିବାବେଳେ କଳିଙ୍ଗନଗରରେ ଅବସ୍ଥିତ ଟାଟା ମେଡ଼ିକା ହସ୍ପିଟାଲ (ଟିଏସ୍ଏମ୍ଏଚ୍) କୋଭିଡ଼ ମହାମାରୀର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମରେ ସହଯୋଗ କରୁଛି । ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ଼ ହସ୍ପିଟାଲ ରୂପେ ମାନ୍ୟତାପ୍ରାପ୍ତ ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ କୋଭିଡ଼ ରୋଗୀଙ୍କୁ ସେବା ପ୍ରଦାନ କରିବା ସମୟରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛି ।
ରୋଗୀ ଓ କର୍ମଚାରୀଙ୍କ ପାଇଁ କଡ଼ା ସୁରକ୍ଷା ନିୟମ ମାଧ୍ୟମରେ ସବୁ ଛୁଅାଁଯାଉଥିବା ସ୍ଥାନଗୁଡ଼ିକୁ ସାନିଟାଇଜେସନ୍ ଓ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ ଓ କର୍ମଚାରୀ ଏବଂ ଚିକିତ୍ସା ଟିମ୍ର ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ହସ୍ପିଟାଲ ସେମାନଙ୍କ ପାଇଁ ସର୍ବାଧିକ ସୁରକ୍ଷା ସୁନିଶ୍ଚିତ କରିପାରିଛି । ଟାଟା ଷ୍ଟିଲ ମେଡ଼ିକା ସହଭାଗିତାରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାପିତ ଓ ଟାଟା ଷ୍ଟିଲ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଅନୁଦାନପ୍ରାପ୍ତ ମେଡ଼ିକା କୋଭିଡ଼ ୧୯ ହସ୍ପିଟାଲ ୨୦୨୦ ମସିହା ଏପ୍ରିଲ ମାସରୁ କାର୍ଯ୍ୟକ୍ଷମ ହୋଇଛି ।
ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ୟା ମୁକ୍ତ ପରିଚାଳନା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି । ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ଟି ଆଇସିୟୁ ଓ ୫ଟି ଭେଣ୍ଟିଲେଟର, ପୃଥକୀକରଣ ପ୍ରକୋଷ୍ଠ ଓ କୋଭିଡ଼-୧୯ ରୋଗୀର ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଉପକରଣ ରହିଛି । ଏହାସହିତ ଆରଟି-ପିସିଆର (ରିଭର୍ସ ଟ୍ରାନସ୍କ୍ରିପସନ୍-ପଲିମେରାର୍ସ ଚେନ୍ ରିଆକ୍ସନ୍) କୋଭିଡ଼ ପରୀକ୍ଷା ଲାବରୋଟୋରିସ୍ଥାପନ କରିବାର ଯୋଜନା ରହିଛି ଓ ଖୁବ ଶୀଘ୍ର ହସ୍ପିଟାଲରେ ଏହାକୁ ସ୍ଥାପନ କରାଯିବ । କୋଭିଡ଼-୧୯ ହସ୍ପିଟାଲରେ ଶୂନ୍ୟ ମୃତୁ୍ୟ ହାର ସହିତ ପ୍ରାୟ ୪୫୦ କୋଭିଡ଼ ରୋଗୀଙ୍କ ଚିକିତ୍ସା ହୋଇସାରିଛି, ଯାହା ଏକ ବିଶେଷ ସ‘ଳତା ।ରୋଗୀମାନଙ୍କ ଯତ୍ନ ନେବାରେ ସାମାନ୍ୟତମ ତ୍ରୁଟିକୁ ଏଡ଼ାଇବା ପାଇଁ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱଚ୍ଛତା ଓ ଚିକିତ୍ସାଗତ ସେବା ପ୍ରଦାନ ପାଇଁ ସତର୍କତା ମାନକଗୁଡ଼ିକର ପାଳନ କରାଯାଉଛି ।
କୌଣସି ପ୍ରକାର ଆକସ୍ମିକ ଘଟଣାକୁ ଏଡ଼ାଇବା ପାଇଁ କର୍ମଚାରୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟସ୍ଥଳରେ ସୁରକ୍ଷା ପଦକ୍ଷେପମାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି କୋଭିଡ଼ କର୍ମଚାରୀ ସଂକ୍ରମିତ ନ ହେବା ହସ୍ପିଟାଲର କଡ଼ା ଗୁଣବତ୍ତା ଓ ସଂକ୍ରମଣ ନିୟନ୍ତ୍ରଣ ପ୍ରଣାଳୀକୁ ପ୍ରତିପାତିଦ କରୁଛି । ଅତିରିକ୍ତ ସତର୍କତାମୂଳକ ପଦକ୍ଷେପସ୍ୱରୂିପ ହସ୍ପିଟାଲରେ ଏହି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ପ୍ରତି ଦିନ ୬ଘଣ୍ଟିଆ ସି‘୍ଟର ପାଳନ କରିବା ସହିତ ୧୪ ଦିନ କାର୍ଯ୍ୟ କରିବା ପରେ ଆଉ ୧୪ ଦିନ ପାଇଁ ସଂଗରୋଧରେ ରହୁଛନ୍ତି । କୋଭିଡ଼-୧୯ ଯୋଦ୍ଧା ପକ୍ଷରୁ ଶ୍ରେଷ୍ଠ ଗୁଣବତ୍ତା ପପିଇ ( ବ୍ୟକ୍ତିଗତ ସୁରକ୍ଷା ଉପକରଣ) ର ବ୍ୟବହାର କରାଯାଉଛି ।
ସମ୍ପର୍କ ରହିତ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ଏକ ୩ ତାରକା ହୋଟେଲରେ ସେମାନଙ୍କ ପାଇଁ ପୃଥକ ଏକକ କକ୍ଷର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲରେ କୋଭିଡ଼ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ବ୍ୟତୀତ ଟାଟା ମେଡ଼ିକା ହସ୍ପିଟାଲ ପକ୍ଷରୁ ପୃଥକ ଅଣ-କୋଭିଡ଼ (ସାଧାରଣ ରୋଗୀ)ଙ୍କ ସ୍ଥାନ ଓ ରୋଗୀଙ୍କ ପାଇଁ କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ଼-୧୯ ବିଭାଗ ସହିତ କୌଣସି ପ୍ରକାର ସମ୍ପର୍କ ନ ରଖି ୨୪ ଶଯ୍ୟା ବିଶିଷ୍ଟ ଅଣ-କୋଭିଡ଼ ଶାଖାକୁ ସମ୍ପୂର୍ଣ୍ଣ ରୂପେ ପୃଥକ୍ କରାଯାଇଛି । ଡାକ୍ତର, ନର୍ସ ଓ ଟେକ୍ନିସିଆନ୍, ହାଉସ୍କିପିଂ ଓ ନିରାପତ୍ତା କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ରୂପେ ପୃଥକ କରାଯାଇ ଅନ୍ୟ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି । ହାରାହାରି ଭାବେ ହସ୍ପିଟାଲ ପକ୍ଷରୁ ପକ୍ଷରୁ ପ୍ରତିଦିନ ମାନସିକ ରୋଗୀ, ପୋଡ଼ା ଜନିତ ଆଘାତ, ଜରୁରୀକାଳୀନ ପ୍ରସବକୁ ମିଶାଇ ପ୍ରାୟ ୮୦ ଜଣ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି । ପ୍ରାୟ ୭୦ ଜଣ ଅଣ-କୋଭିଡ଼ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ପ୍ରାୟ ସମେସ୍ତ ସୁସ୍ଥ ଅଛନ୍ତି । ଏହାବ୍ୟତୀତ ଏହି ଅବଧି ମଧ୍ୟରେଉଭୟ ରୋଗୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ୨୦୫୦ରୁ ଊଦ୍ଧ୍ୱର୍ ରୋଗୀଙ୍କ ଡାଇଲିସିସ୍ କରାଯାଇଛି ।
