Odisha news

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସେବାୟତ ନିଖୋଜ, ଥାନାରେ ଲିଖିତ ଅଭିଯୋଗ

0

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଅଙ୍ଗଲାଗି ସେବାୟତ କିଶୋର ପାଣି ଗତ ୩ ତାରିଖ ରାତିରୁ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ସେ ଅବିବାହିତ ଏବଂ ତାଙ୍କର ବୟସ ୨୮ ବର୍ଷ ବୋଲି ଜଣାଯାଇଛି।
ପ୍ରତିଦିନ ସେ ନିଜ ବାଇକ୍ ଯୋଗେ କିଶୋର ପାଣି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠକୁ ଆସନ୍ତି ଏବଂ ରାତିରେ ଘରକୁ ଫେରିଥାନ୍ତି। ହେଲେ ଗତ ୩ ତାରିଖ ସନ୍ଧ୍ୟାରେ ସେ ନିଜ କଳସପୁର ଗ୍ରାମରେ ଥିବା ଘରୁ ମନ୍ଦିରକୁ ବାହାରିଥିଲେ। ଯିବା ବେଳେ ମନ୍ଦିରକୁ ଯାଉଛନ୍ତି ଏବଂ ଫେରିବାରେ ଟିକେ ଡେରି ହୋଇପାରେ ବୋଲି କହି ବାଇକ୍ ନେଇ ଆସିଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକ ଓ ସେବାୟତମାନେ ଖୋଜାଖୋଜି କରିଥିଲେ । ହେଲେ କେଉଁଠି ବି ପତ୍ତା ପାଇନଥିଲେ।

ଗତକାଲି ମଧ୍ୟାହ୍ନରୁ ତାଙ୍କ ମୋବାଇଲ୍ ଫୋନ୍ ବି ବନ୍ଦ ହୋଇ ଯାଇଛି। ଏନେଇ ପରିବାର ଓ ମନ୍ଦିର ସେବାୟତ ପରିଷଦ ପକ୍ଷରୁ ଯାଜପୁର ଟାଉନ ଓ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Leave A Reply

Your email address will not be published.