Odisha news

ଆଜି ଜିଲ୍ଲାର ୨ଟି ସ୍ଥାନରେ ଏକ ସଙ୍ଗେ ବିଶ୍ୱସ୍ତରୀୟ ଓ ଜାତୀୟ ସ୍ତରୀୟ ମୁସଲିମ୍ ସମ୍ମିଳନୀ

0

ଯାଜପୁରସଦର-ଯାଜପୁର ଜିଲାର ବ୍ରହ୍ମବରଦା ଠାରେ ବିଶ୍ୱସ୍ତରୀୟ ମୁସଲିମ୍ ସମ୍ମିଳନୀ ଫେବୃଆରୀ ୨୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ତାରିଖରେ ସମାପନ ହେବାକୁ ଥିବା ବେଳେ ଯାଜପୁର ସହରସ୍ଥିତ ବାଳାଶ୍ରମ ପଡିଆଠାରେ ମଧ୍ୟ ଏକ ଜାତୀୟ ସ୍ତରୀୟ ମୁସଲିମ୍ ସମ୍ମିଳନୀ ଏକ ସଙ୍ଗରେ ଆରମ୍ଭ ହୋଇଛି । ଏଥିପାଇଁ ପୁଲିସ୍ ପ୍ରଶାସନକୁ ୨ଟି ସ୍ଥାନରେ ଏକ ସଙ୍ଗେ ମୁକାବିଲା କରିବାକୁ ପଡିଛି । ପୁଲିସ୍ ପ୍ରଶାସନ ପକ୍ଷରୁ ଶୃଙ୍ଖଳା ବ୍ୟବସ୍ଥାକୁ କଢାକଢି ଭାବେ ଲାଗୁ କରିବାକୁ ପଡିଛି ।

ବିଶ୍ୱ ଆଲମି ଇସ୍ଥମାକୁ ଆସୁଥିବା ଲକ୍ଷାଧିକ ମୁସଲିମ୍ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନାଙ୍କ ପ୍ରତକ୍ଷ ତତ୍ୱାବଧାନରେ ୪୦ ପ୍ଲାଟୁନ୍ ପୁଲିସ୍ ମୃତୟନ କରାଯାଇଛି । ୨ଜଣ ଅତିରିକ୍ତ ଏସପି,୬ଜଣ ଏସଡିପିଓ,୬ଜଣ ଡିଏସପି,୫ଜଣ ଇନ୍ସପେକ୍ଟର,୧୫ଜଣ ସବ୍ଇନ୍ସପେକ୍ଟର ଙ୍କୁ ଏହି ଆଲମି ଇଜ୍ତେମାରେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ନ୍ୟସ୍ତ କରିଥିବା ଜଣାପଡିଛି । ସେହିପରି ବାଳାଶ୍ରମ ପଡିଆଟାରେ ଆରମ୍ଭ ହୋଇଥିବା ରାଷ୍ଟ୍ରସ୍ତରୀୟ ସମ୍ମିଳନୀରେ ୨୫ ପ୍ଲାଟୁନ୍ ପୁଲିସ୍ ମୃତୟନ କରାଯାଇଥିବା ବେଳେ ଶାନ୍ତି କମିଟିର ପ୍ରତକ୍ଷ ତତ୍ୱାବଧାନରେ ଶୃଙ୍ଖଳା ବ୍ୟବସ୍ଥା ଓ ଟ୍ରାଫିକ୍ ବ୍ୟବସ୍ଥାକୁ କଢାକଢି ଭାବେ କରାଯାଇଥିବା ଜଣାଯାଇଛି । ବିଶ୍ୱସ୍ତରୀୟ ଆଲମି ଇଜତେମାରେ ଯୋଗଦେବାକୁ ବିଭିନ୍ନ ଦେଶରୁ ଆସି ସଭା ସ୍ଥଳରେ ପହଁଚୁଥିବା ଦେଖାଯାଇଛି ।

ଦେଢ ଲକ୍ଷରୁ ଅଧିକ ମୁସଲିମ୍ ଧର୍ମାବଲମ୍ବୀଙ୍କ ଯୋଗଦେବାର ସମ୍ଭାବନା ରହିଛି । ସେମାନଙ୍କ ଖାଦ୍ୟ,ପାନୀୟ ଓ ସ୍ୱାସ୍ଥ୍ୟ ,ସୁରକ୍ଷା ପ୍ରତି ଇଜ୍ତେମା କମିଟି ଓ ଶାନ୍ତି କମିଟି ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ୫ଟି ସ୍ଥାନରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଜଳ ଯୋଗାଣ ବ୍ୟବସ୍ଥା,ବିଦ୍ୟୁତ୍ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ବ୍ୟବସ୍ତା ସହିତ ସେମାନଙ୍କ ରହିବା ଓ ଖାଇବା ପାଇଁ ସୁବନ୍ଦବ୍ୟସ୍ତ କରାଯାଇଛି । ଜିଲାର ଏହି ୨ଟି ସ୍ଥାନରେ ଏକ ସଙ୍ଗେ ମୁସଲିମ୍ ସମ୍ପ୍ରଦାୟର ଭିନ୍ନମତଧାରୀଙ୍କ ସମ୍ମିଳନୀକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ଓ ଶାନ୍ତିକମିଟି ଦିନରାତି ଏକ କରିବା ବେଳେ କରୋନା ଭାଇରସ୍ କଥା ପ୍ରତି ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖିବାକୁ ସତ୍ୟନାରାୟଣ ବଣିକ ସଂଘ , ବରୁଆଁର ମୁଖ୍ୟ କର୍ମକର୍ତାମାନଙ୍କ ସହିତ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତାମାନେ ମଧ୍ୟ ନିବେଦନ କରିଛନ୍ତି ।

Leave A Reply

Your email address will not be published.