Odisha news

ଯାଜପୁର ସାଂସଦଙ୍କ ବିଞ୍ଝାରପୁରର ବାତ୍ୟାଞ୍ଚଳ ଗସ୍ତ

0
ବିଂଝାରପୁର :  ବିଞ୍ଝାରପୁର ଅଞ୍ଚଳରେ ବାତ୍ୟା ‘ଦାନା’ର ସ୍ୱଳ୍ପ ପ୍ରଭାବ ସହିତ ଲଗାଣ ବର୍ଷା ପରେ ଆଜି ଯାଜପୁର ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର ନାରାୟଣ ବେହେରା ବିଞ୍ଝାରପୁରକୁ ବାତ୍ୟାଞ୍ଚଳ ପରିଦର୍ଶନରେ ଆସିଥିଲେ।ମାନ୍ୟବର ସାଂସଦ ପ୍ରଥମେ ଫତେପୁର ପଞ୍ଚାୟତରୁ ଜିଲ୍ଲା ମୁଖ୍ୟ ରାସ୍ତାକୁ ଯୋଗାଯୋଗ ବିଚ୍ଛିନ୍ନ କରୁଥିବା ଜଳାର୍ନବ ମୁଖ୍ୟ ରାସ୍ତାକୁ ଦେଖିଥିଲେ ପରେ ନିକଟରେ ଫସଲ କ୍ଷୟକ୍ଷତି ସମ୍ପର୍କରେ କଣ୍ଟିପୁର ଅଞ୍ଚଳର କିଛି କୃଷକମାନଙ୍କ ପାଖରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଥିଲେ। ପରିଶେଷରେ ଜରୀ ଓ ବାଙ୍ଗରା ଅଞ୍ଚଳରେ ବାତ୍ୟା ଓ ବର୍ଷା ଦ୍ଵାରା କ୍ଷତିଗ୍ରସ୍ତ ପାରିବାରଙ୍କୁ ଭେଟିବା ସହିତ କ୍ଷତିଗ୍ରସ୍ତ ଚାଷ ଜମିକୁ ମଧ୍ୟ ବୁଲି ଦେଖିଥିଲେ।ସାଂସଦଙ୍କ ବାତ୍ୟାଞ୍ଚଳ ଗସ୍ତ ସମୟରେ କିଛି ଚାଷୀ ତାଙ୍କୁ ଗଜାଧାନ ମଧ୍ୟ ଦେଖିଇଥିଲେ।ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଖୁବଶୀଘ୍ର ଆବାସ ପ୍ରଦାନ କରାଯିବ ବୋଲି ସାଂସଦ ପ୍ରତିଶୃତି ଦେଇଥିଲେ।ଭାଜପା ନେତ୍ରୀ ବବିତା ମଲିକ,ନିରଞ୍ଜନ ବେଉରିଆ,ଭୁବନାନନ୍ଦ ସାମଲ ପ୍ରମୁଖ ବିଞ୍ଝାରପୁର ଅଞ୍ଚଳରେ ଶୁକ୍ରବାର ୭୦ ମିଲିମିଟର ଓ ଶନିବାର ୨୨ ମିଲିମିଟର ବର୍ଷା ହେବା ଦ୍ଵାରା ତଳିଆ ଅଞ୍ଚଳର ପାଖାପାଖି ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ନଷ୍ଟ ହୋଇଯିବା ସହିତ ପାଖାପାଖି ୧୦୦ ହେକ୍ଟର ଚାଷଜମିରେ ଧାନ ଗଜା ଧରିଗଲାଣି ଓ ପାଖାପାଖି ୩୦ ହେକ୍ଟର ଚାଷଜମିରେ ବୁଣା ଯାଇଥିବା ୬ କ୍ଵିଣ୍ଟାଲ ବିରି ବିହନ ମଧ୍ୟ ନଷ୍ଟ ହୋଇଥିବା କହିବା ପରେ ଚାଷ ଜନିତ କ୍ଷୟକ୍ଷତିକୁ ବିଭାଗୀୟ ଅଧିକାରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରି ଚାଷ ଜନିତ କ୍ଷୟକ୍ଷତିକୁ ପ୍ରଥମିକତା ଦିଆଯିବ ବୋଲି ସାଂସଦ ତାଙ୍କ ମତରେ କହିଛନ୍ତି।ଜରୀ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନନ୍ଦ କିଶୋର ମଲିକ ତାଙ୍କ ପଞ୍ଚାୟତ ଏକ ହରିଜନ ବହୁଳ ଓ ଶ୍ରମିକ ବହୁଳ ପଞ୍ଚାୟତ ତେଣୁ ସେମାନକୁ ଏହି ବାତ୍ୟା ଓ ବର୍ଷା ପରେ ତାଙ୍କ ହାତକୁ ମନରେଗା କାମ ଓ କ୍ଷତିଗ୍ରସ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ପାଇଁ ସାଂସଦଙ୍କୁ ଏକ ସୌଜନ୍ଯମୂଳକ ସାକ୍ଷାତ କରି ଅନୁରୋଧ କରିଥିଲେ।ସାଂସଦଙ୍କ ଗସ୍ତ ସମୟରେ ଭାଜପା ନେତା ରାଜକିଶୋର ନାୟକ,ଜ୍ଞାନରଞ୍ଜନ ଜେନା,ଜିତେନ୍ଦ୍ର ବିଶ୍ଵାଳ,କୁଞ୍ଜବିହାରୀ ବେହେରା,ଅଟଳବିହାରୀ ନାୟକ,ଝୁନାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply