ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସଂପ୍ରତି ବାତ୍ୟା ଓ ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର
ଯାଜପୁର : ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଯାଜପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସଂପ୍ରତି ଘଟିଯାଇଥିବା ବାତ୍ୟା ‘ୟାସ୍’ ଓ ବୈତରଣୀ, ବୁଢ଼ା, କାଣୀ, ଗେଙ୍ଗୁଟି ନଦୀ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଜନସାଧାରଣଙ୍କୁ ତୁରନ୍ତ ରିଲିଫ୍ ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ସମୟରେ ଗତକାଲି ବୈତରଣୀ ନଦୀରେ ବନ୍ୟା ଆସି ଦଶରଥପୁର ବ୍ଲକ କଣ୍ଟାପଡା ଓ ପହ୍ଲାସାହି ଠାରେ ନଦୀ ବନ୍ଧରେ ଘାଇ ସୃଷ୍ଟି କରିଥିବାରୁ ବିସ୍ତୀର୍ଣ୍ଣ ଅଞ୍ଚଳ ଜଳବନ୍ଦୀ ହୋଇ ବହୁ ସଂଖ୍ୟାରେ ଲୋକ ପଦାକୁ ଆସି ପାରୁନଥିବାରୁ ସେମାନଙ୍କ ପାଖରେ ୧୫ ଦିନର ରିଲିଫ୍ ସାମଗ୍ରୀ ଓ ଥଇଥାନ ବ୍ୟବସ୍ତା ଓ ବନ୍ଧ ମରାମତି କାର୍ଯ୍ୟକାରୀ କରାଯିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଥିଲା ।
ଯାଜପୁର ଜିଲ୍ଲାର ପ୍ରାୟ ୧୦ ଗୋଟି ବ୍ଲକ ଓ ୨ଟି ପୌରପାଳିକାରେ ଗଛ ଉପୁଡିବା ସହ ବିଦୁ୍ୟତ ଖୁଣ୍ଟ ଓ ତାର କ୍ଷତିଗ୍ରସ୍ତ ହୋଇଥିବାରୁ ଏବଂ ବାତ୍ୟା ପରବର୍ତ୍ତୀ ବନ୍ୟାରେ ବିଲ ବାଡି, ରାସ୍ତା ପାଣିରେ ବୁଡି ରହିଥିବାରୁ ସରୀସୃପ ଓ ବିଷାକ୍ତ କୀଟମାନେ ଅନ୍ଧାରରେ ଘରେ ପାଶିବାର ଆଶଙ୍କା ରହିଛି । ସବୁ ଅଞ୍ଚଳକୁ ଶୀଘ୍ର ବିଦୁ୍ୟତ ଯୋଗାଣ ନିଶ୍ଚିତ କରିବାକୁ ଦାବୀ କରାଯାଇଥିଲା । ଅମଳକ୍ଷମ ରବି ଧାନ, ପନିପରିବା ଉଚିତ୍ କ୍ଷତିପୂରଣ ·ଷୀକୁ ପ୍ରଦାନ କରିବା, ଘର ଭାଙ୍ଗିଥିବା ଲୋକମାନଙ୍କୁ ପଲିଥିନ୍, ପିଏମ୍ଏୱାରେ ବାସଗୃହ ଯୋଗାଇବା, ଗୋ ଓ ପଶୁ ଖାଦ୍ୟ, ଔଷଧ ଯୋଗାଇବା, କ୍ଷୁଦ୍ର, ମଧ୍ୟମ ଓ ନାମମାତ୍ର ·ଷୀଙ୍କୁ ତୁରନ୍ତ ସାର, ବିହନ ଓ ଋଣ ଯୋଗାଇ ଦେବା, ସ୍ୱାସ୍ଥ୍ୟ ସେବା ଓ କୋଭିଡ ପରି·ଳନା କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ନିର୍ମାଣ ଶ୍ରମିକ, ଦିନମଜୁରିଆଙ୍କୁ କାମଧନ୍ଦା ଯୋଗାଇଦେବା ନିମନ୍ତେ ଦାବୀ କରାଯାଇଥିଲା ।
ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକର ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଏହି ପ୍ରତିନିଧି ଦଳ ସରଜମିନ୍ ତଦାରଖ କରିବା ସହିତ ଜଲ୍ଲାପଳଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଇଥିଲେ । ଏହି ପ୍ରତିନିଧି ଦଳରେ ଦଶରଥପୁର ବ୍ଲକ କଂଗ୍ରେସ ସଭାପତି ଶ୍ୟାମସୁନ୍ଦର କର, ଯାଜପୁର ବ୍ଲକ କଂଗ୍ରେସ ସଭାପତି ଗଦାଧର ଦାସ, ଜିଲ୍ଲା ଦଳିତ କଂଗ୍ରେସ ସଭାପତି ଦୁର୍ଯେ୍ୟାଧନ ବେହେରା, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ହୃଷୀକେଶ ପତି, ପି.ସି.ସି. ସଂପାଦକ ଭାସ୍କର ମହାନ୍ତି, ଭୁବନେଶ୍ୱରପୁର ପଞ୍ଚାୟତ ସଭାପତି ଅଶୋକ କୁମାର ଦାସ, ନଗର କଂଗ୍ରେସ ସଭାପତି ନାରାୟଣ ସାମନ୍ତ, ମିଡିଆ ସେଲ୍ର ଆଦିତ୍ୟ ମହାନ୍ତି, ଦେବେନ୍ଦ୍ର ପଣ୍ଡା, ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Comments are closed.