Odisha news

ଗଣତନ୍ତ୍ରକୁସୁଦୃଢକରିବାରେଭୋଟରମାନଙ୍କଭୂମିକାଗୁରୁତ୍ୱପୂର୍ଣ୍ଣ

0

ଯାଜପୁର, ୨୫.୦୧- ନୂତନ ଭୋଟରମାନେ ନିଜରସାମ୍ବିଧାନିକ ଅଧିକାର ପ୍ରତିସଚେତନ ହେବାକୁ ଅତିରିକ୍ତଜିଲ୍ଲାପାଳମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି । ସୋମବାର ଅପରାହ୍ନରେଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ୧୧ତମ ଜାତୀୟଭୋଟର ଦିବସ ପାଳିତହୋଇଥିଲା । ଏଥିରେଯୋଗଦେଇ ଶ୍ରୀମହାନ୍ତିସୁସ୍ଥ ଗଣତନ୍ତ୍ର ପାଇଁମତଦାନ ଜରୁରୀ ଓ ମତଦାନ ପାଇଁଜଣେସାବାଳକରଭୋଟରତାଲିକାରେ ନାମରହିବା ଅତ୍ୟନ୍ତ ଜରୁରୀବୋଲିକହିଥିଲେ । ସେଥିପାଇଁଭାରତ ନିର୍ବାଚନ କମିଶନ ଆଜିର ଦିବସକୁଭୋଟରମାନଙ୍କସଚେତନତା ପାଇଁଉସôର୍ଗକରିଛନ୍ତିବୋଲିକହିଥିଲେ । ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଚଳିତବର୍ଷଭୋଟରମାନଙ୍କ ପାଇଁକମିଶନଙ୍କ ପକ୍ଷରୁବାର୍ତାଭାବେସମସ୍ତମତଦାତାଙ୍କୁସଶକ୍ତ, ସତର୍କ, ସୁରକ୍ଷିତଏବଂସଚେତନ କରିବାରହିଛିବୋଲିକହିବାସହ ଇ-ପୋଟାଲରେ ମଧ୍ୟ ନିଜଭୋଟର ତଥ୍ୟ ସମ୍ପର୍କରେ ଅବଗତହେବାକୁବ୍ୟବସ୍ଥାକରାଯାଇଛିବୋଲିକହିଥିଲେ । ଏହି ଅବସରରେ ନୂତନ ଭୋଟରମାନଙ୍କୁଭୋଟର ପରିଚୟପତ୍ର ପ୍ରଦାନ କରାଯିବାସହ ୪୮ଜଣ ବିଏଲଓଙ୍କୁସେମାନଙ୍କରଉଲ୍ଲେଖନୀୟକାର୍ଯ୍ୟପାଇଁମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇସମ୍ବର୍ଦ୍ଧିତକରାଯାଇଥିଲା । ଅତିରିକ୍ତଜିଲ୍ଲାପାଳଶ୍ରୀମହାନ୍ତିସମସ୍ତଙ୍କୁମତଦାନ ଦିବସର ଶପଥପାଠକରାଇଥିଲେ । ଏହିକାର୍ଯ୍ୟକ୍ରମରେଡେପୁଟିକଲେକ୍ଟର ପ୍ରଜ୍ଞାହୋତା, ଶୁଭଦର୍ଶନ ମିଶ୍ର, ସହକାରୀଜିଲ୍ଲାପାଳବୀରକିଶୋର ନାୟକ, ତରଣୀସେନ ପଟ୍ଟନାୟକ, ପଂଚାୟତ ଅଧିକାରୀ ଅଶୋକକୁମାରସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲାଯୋଗାଣ ଅଧିକାରୀଜି. ପ୍ରଭାକର ପାତ୍ର, ସାମାଜିକସୁରକ୍ଷା ଅଧିକାରୀରବିନ୍ଦ୍ର ନାଥ ବେହେରା, ନିର୍ବାଚନ ବିଭାଗରମୁଖ୍ୟକିରାଣୀବିଜୟକୁମାର ଦାଶ, ପଦ୍ମନାଭ ଦାଶ, ସୁବାଷ ପଣ୍ଡା, ହରିଶହାଇବ୍ରୃ, ବିଏଲଓଏବଂସୁପରଭାଇଜରମାନେ ଯୋଗଦେଇଥିଲେ । ସହକାରୀଜିଲ୍ଲାପାଳତିଳୋତମା ପୃଷ୍ଟି ଧନ୍ୟବାଦ ଅର୍ପଣକରିଥିଲେ । ୨୦୨୧ ଭୋଟରତାଲିକା ପ୍ରକାଶନ ପରେଜିଲ୍ଲାରମୋଟଭୋଟରଙ୍କସଂଖ୍ୟା୧୪୮୧୯୩୦ରେ ପହଂଚିଛି । ଏଥିରେ ପୁରୁଷଭୋଟରଙ୍କସଂଖ୍ୟା ୭୬୯୦୫୫, ମହିଳାଭୋଟରଙ୍କସଂଖ୍ୟା ୭୧୨୮୧୫ ଓ ଅନ୍ୟାନ୍ୟଭୋଟର ୬୦ଜଣ ରହିଛନ୍ତି । ସଂଶୋଧନ ପକ୍ରିୟାରେ ୩୧୩୫୭ ନୂତନ ଭୋଟରସାମିଲହୋଇଥିବାବେଳେବିବିଧ କାରଣରୁ ୨୯୩୯୮ଜଣଙ୍କୁ ତାଲିକାରୁବାଦ ଦିଆଯାଇଛି । ଅପର ପକ୍ଷରେ ଯୁବଭୋଟରଭାବେ ୧୨୧୧୯ଜଣ ଭୋଟରତାଲିକାରେସାମିଲହୋଇଛନ୍ତିବୋଲି ନିର୍ବାଚନ ବିଭାଗସୂତ୍ରରୁ ପ୍ରକାଶ ।

Leave A Reply