Odisha news

ବିବାହର ୧୩ବର୍ଷ ପରେ ସ୍ତ୍ରୀ ଓ ୨ଝିଅକୁ ହତ୍ୟା ଧମକ ଦେଇ ସ୍ୱାମୀ ଘରୁ ତଢିଦେଲେ

0

ଯାଜପୁରସଦର-୨୯/୦୯ : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହର ୧୩ବର୍ଷ ପରେ ଅଧିକ ୫ ଲକ୍ଷ ଟଙ୍କା ଯୈ÷ାତୁକ ଦାବୀ କରି ନିଜ ସ୍ତ୍ରୀ କୁ ବାରମ୍ବାର ସ୍ୱାମୀ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା କୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ବ୍ରହ୍ମବରଦା ଗ୍ରାମର ଅବଦୁଲ କାଦିର ଖାଁ ୧୩ ବର୍ଷତଳେ ସେହି ଗ୍ରାମର କମିରୁଦ୍ଦିନ୍ ଖାଁ ଙ୍କ ଝିଅ ସୁରେନା ବେଗମ(୩୦)ଙ୍କୁ ବିବାହ କରିଥିଲେ ।

ବିବାହ ସମୟରେ ବର ପକ୍ଷର ଦାବୀ ମୁତାବକ ୧ଲକ୍ଷ ଟଙ୍କା ଓ ଏକ ମୋଟରସାଇକେଲ୍ ସହିତ ଅନ୍ୟାନ୍ୟ ଆସବାବ ପତ୍ର ଯୈ÷ାତୁକ ବାବଦକୁ ଦିଆଯାଇଥିଲା । ଏବେ ସୁରେନା ବେଗମ୍ଙ୍କର ୨ ଗୋଟି ଝିଅ ଅଛନ୍ତି । ୨ଟି ଝିଅ କାହିଁକି ଜନ୍ମ କଲୁ ବୋଲି କହି ଶାଶୁଘର ଲୋକେ ସୁରେନାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ଅଧିକ ୫ଲକ୍ଷ ଟଙ୍କା ଆଣିଲେ ତୁ ଘରେ ରହିବୁ ନଚେତ୍ ତୋର ୨ଝିଅ ସହିତ ତତେ ଜୀବନରୁ ମାରିଦିଆଯିବ ବୋଲି ସ୍ୱାମୀଙ୍କ ସହିତ ପରିବାରର ସମସ୍ତ ସଦସ୍ୟ ଧମକ ଦେଇଥିଲେ ।

ସୁରେନା ଏହାର ପ୍ରତିବାଦ କରିବାରୁ ଶାଶୁଘର ଲୋକେ ସୁରେନା ଓ ୨ଝିଅଙ୍କୁ ମାଡ ମାରିଘରୁ ବାହାର କରିଦେଇଥିଲେ । ସୁରେନା ନିରୁପାୟ ହୋଇ ନିଜ ବାପଘରେ ଆଶ୍ରୟ ନେଇ ବ୍ରହ୍ମବରଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ କେସ୍ ନଂ ୯୦/୨୦୨୦ ଓ ଦଫା ନଂ-୪୯୮,୩୨୩,୨୯୪,୫୦୬,୩୪ ଆଇ ପିସିରେ ମାମଲା ରୁଜ୍ଜୁ କରି ହାତ ବାନ୍ଧି ବସିଛି । ଅଭିଯୁକ୍ତ କାଦିର୍ ଖାଁ ବାରମ୍ବାର ସ୍ତ୍ରୀ ଙ୍କ ବାପଘରେ ପହଁଚି ବାରମ୍ବାର ହତ୍ୟା ଧମକ ଦେବା ସହିତ ଟଙ୍କା ନହେଲେ ଜିବନରୁ ମାରିଦେବ ବୋଲି କହୁଛି । ଅନ୍ୟପଟେ ପୁଲିସ୍ ବନ୍ୟା ଓ କରୋନା ଦାୟିକା ଦେଇ ଦିନ ଗଡାଇ ଚାଲିଥିବା ବେଳେ ସୁରେନା ଏବେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ପୁଲିସ୍ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସୁରେନା ନିବେଦନ କରିଛନ୍ତି ।

Nalco
Leave A Reply