ଯାଜପୁର:  ଯାଜପୁର ଜିଲ୍ଳାପାଳଭାବେ କାର୍ଯ୍ୟକରୁଥିବା ରଂଜନ କୁମାର ଦାସଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମ·ରୀମାନଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ଜିଲ୍ଲାପାଳ ଭାବେ ଶ୍ରୀଦାସଙ୍କର କାର୍ଯ୍ୟକାଳରେ ଜିଲ୍ଲା ପାଇଁ ହୋଇଥିବା ବିକାଶ ଲାଗି ସମସ୍ତେ ତାଙ୍କୁ ମନେ ରଖିବେ ।

ନିଜର ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା, ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହ ଓ ଆନ୍ତରିକତାର ସହ ପ୍ରତିପାଦିତ କରି ତାଙ୍କୁ ଉପଭୋଗ କରିବାର କଳା ତାଙ୍କ ଠାରୁ ଶିଖିବାର ଅଛିବୋଲି କହିଥିଲେ । ଅନ୍ୟାନ୍ୟ ଅଧିକାରୀ ଓ କର୍ମ·ରୀମାନେ ଜିଲ୍ଲାପାଳ ଶ୍ରୀ ଦାସଙ୍କର ବହୁମୁଖୀ ପ୍ରତିଭା କାର୍ଯ୍ୟ କ୍ଷେତ୍ରରେ ଅଧିକାରୀ ଓ କର୍ମ·ରୀଙ୍କ ପ୍ରତି ସହାନୁଭୂତି ପୂର୍ଣ୍ଣ ବ୍ୟବହାର ସଂପର୍କରେ ମତବ୍ୟକ୍ତ କରିଥିଲେ ।

ମା’ବିରଜାଙ୍କ ଭଜନକୁ ବ୍ୟାପକ କରାଇ ସେ ଏହାକୁ ଆନେ୍ଦାଳନରେ ପରିଣତ କରିପାରିଛନ୍ତି ବୋଲି ଅନେକ ଉଲ୍ଲେଖ କରିଥିଲେ । ନିଜ ବକ୍ତବ୍ୟରେ ଜିଲ୍ଲାପ୍ରତି ନିଜର ଭଲପାଇବା ଓ କୃତଜ୍ଞତା ଜଣାଇ ଶ୍ରୀଦାସ ଭାବୁକ ହୋଇ ଉଠିଥିଲେ । ଲୁହ ଝରା ଆଖିରେ ଯାଜପୁର ଜିଲ୍ଲା ତାଙ୍କ ·କିରୀ ଜୀବନର ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ସ୍ଥାନ ହୋଇ ରହିବ ବୋଲି ସେ କହିଥିଲେ । ନିଜର ଗୁରୁଙ୍କର ହୃଦଘାତ ସତ୍ୱେ ମା’ବିରଜାଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ଭଲ ପାଇବା ତାଙ୍କୁ ନୂଆ ଜୀବନ ଦେଇଛି । ମେଡ଼ିକାଲ କଲେଜ, ଡାକ୍ତରଖାନାର ଉନ୍ନତି, କୁସୁମାର ସୌନ୍ଦର୍ଯ୍ୟ କରଣ, ବସ୍ଷ୍ଟାଣ୍ଡ, ଟ୍ରମା କେୟାର ୟୁନିଟ୍, ଏୟାର ଷ୍ଟ୍ରିପ୍ ଇତ୍ୟାଦି ଇତ୍ୟାଦି ହୁଏତ ତାଙ୍କ କାଯ୍ୟର ମୂଲ୍ୟାଙ୍କନ ହୋଇପାରେ । କିନ୍ତୁ ସାଧାରଣ ଲୋକଙ୍କ ଜିଲ୍ଲାପାଳ ଭାବେ ସେ ଅଧିକ ପସନ୍ଦ କରନ୍ତି ଓ ଯାଜପୁର ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ସଦା ସର୍ବଦା ରହିବ ବୋଲି ଭାବବିହ୍ୱଳ କଣ୍ଠରେ ଶ୍ରୀ ଦାସ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ ସେଠୀ, ଡ଼େପୁଟୀ କଲେକ୍ଟର ପ୍ରଜ୍ଞାହୋତା, ସହକାରୀ ଜିଲ୍ଲାପାଳ ଅନୁପ ବେହେରା, ତରଣୀ ସେନ ପଟ୍ଟନାୟକ, ତିଳୋତମା ପୃଷ୍ଟି, ସନ୍ ରେଜିଷ୍ଟାର ପ୍ରଦୀପ କୁମାର ସେଠୀ, କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, କର୍ମ·ରୀ ସଂଘ ପକ୍ଷରୁ ଅଲେଖପ୍ରସାଦ ମହାରଣା, ପ୍ରଶାନ୍ତ ପୁହାଣ, ନିଗମାନନ୍ଦ ମାନ୍ଦାଧାତା, ଦେବାଶିଷ ପ୍ରଧାନ, ରମେଶ ବୋଇତାଇ, ବୈଦ୍ୟନାଥ ବିଶ୍ୱାଳ ପ୍ରମୁଖ ଶ୍ରୀଦାସଙ୍କ ସହ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ । ଶେଷରେ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ

LEAVE A REPLY

Please enter your comment!
Please enter your name here