Odisha news

ରୁଦ୍ରପୁର ଛକରେ ମହିଳାଙ୍କ ଘରକୁ କେତେଜଣ ଯୁବକ ମିଳିମିଶି ଭାଙ୍ଗିଦେଲେ , ତାପରେ ….

0

ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ଅଧିନ ରୁଦ୍ରପୁର ପଞ୍ଚାୟତର ରୁଦ୍ରପୁର ଛକରେ ଜଣେ ମହିଳାଙ୍କ ଘରକୁ କେତେଜଣ ଯୁବକ ମିଳିମିଶି ଜେସିବୀ ମେସିନ୍ ଦ୍ୱାରା ଭାଙ୍ଗି ଦେଇଛନ୍ତି । ଏନେଇ ମହିଳା ଜଣକ ଯାଜପୁର ସଦର ଥାନାରେ ଅଭିଯୋଗ କରିଛନ୍ତି, ପୋଲିସ୍ ପକ୍ଷରୁ କେସ୍ ନଂ. ୧୬୫/୨୦୨୦ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କୁହାଯାଇଛି ।

ଜଣାଯାଇଛି ଯେ, ସିଠାଳୋଇ ଗ୍ରାମର ସବିତା ନାୟକଙ୍କ ସ୍ୱାମୀ ଅଭୟ ନାୟକଙ୍କ ସହିତ କୌଣସି ଠିକାକାମକୁ ନେଇ ରୁଦ୍ରପୁର ଗ୍ରାମର ପ୍ରହଲ୍ଲାଦ ସାହୁଙ୍କ ସହିତ ବଚସା ହୋଇଥିଲା ଏଥିରେ ପ୍ରହଲ୍ଲାଦ ଉତ୍ୟକ୍ତ ହୋଇ ତାଙ୍ଗ ଭାଇ ପରମାନନ୍ଦ ସାହୁ, ଭ୍ରମରବର ସାହୁ, ଠିକାଦାର ଅଶୋକ ଖୁଣ୍ଟିଆଙ୍କ ମିଳିତ ଉଦ୍ୟମରେ ସବିତାଙ୍କ ଘରକୁ ଗତ ୪ ତାରିଖ ଦିନ ଜେସିବ ମେସିନରେ ଭାଙ୍ଗି ଦେଇଥିବା ସବିତା ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ପ୍ରହଲ୍ଲଦଙ୍କ ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଛି, ଏନେଇ ପୋଲିସ୍ ପକ୍ଷରୁ କେସ୍ ନଂ. ୧୬୪/୨୦୨୦ ରେ ମାମଲା ରୁଜୁ କରାଯାଇ ସବିତାଙ୍କ ସ୍ୱାମୀ ଅଭୟଙ୍କୁ ପୋଲିସ୍ ଗରିଫ୍ କରିଛି, ଅଭୟ ଜାମିନରେ ଆସି ସାରିଥିଲୋ ବେଳେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି, ସବିତା ନ୍ୟାୟ ପାଇଁ ଅପେକ୍ଷା କରିଥିଲା ବେଳେ ସବିତାଙ୍କ ଅଭିଯୋଗର ଅଭିଯୁକ୍ତଙ୍କୁ ପୋଲିସ୍ ଗରିଫ କରୁନାହିଁ, ଇତି ମଧ୍ୟରେ ଘଟଣା ୭ ଦିନ ବିତିଯାଇଥିଲା ବେଳେ, ପୋଲିସ୍ର ପକ୍ଷପାତିତା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସବିତା ଏବେ ବେସାହାରା ହୋଇ ପଡ଼ିଥିଲାବେଳେ ନ୍ୟାୟ ପାଇଁ ନିବେଦନ କରିଛନ୍ତି

Leave A Reply