ଯାଜପୁର  : ଚଳିତ ପ୍ରଳୟଙ୍କରୀ ବନ୍ୟା ଯାଜପୁର ଜିଲ୍ଲାର ରସୁଲପୁର, ବରୀ, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବିଭିନ୍ନ ସ୍ଥାନରେ ଘାଇ ଗୁଡ଼ିକ ସୃଷ୍ଟିହୋଇଥିବାର ଧନଜୀବନ ସହ ଧାନ, ପନିପରିବା ଓ ଆଖୁ ·ଷ ଆଦି ଫସଲ ନଷ୍ଟ ହୋଇଯାଇଛି ।

ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ବନ୍ୟାରେ ରସୁଲପୁର ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ ଜମାଲପୁର ଓ ଖଣ୍ଡାସ ଗ୍ରାମ ନିକଟରେ ଏକ ୫୦୦ ଫୁଟର ଘାଇ ସୃଷ୍ଟି ହୋଇଥିଲା । ଏହି ଘାଇ ମୁହାଣରେ ଥିବା ୧୨ ଏକରରୁ ଉଦ୍ଧ୍ୱର୍ ପରିମିତ ଜମିରେ ହୋଇଥିବା ଆଖୁ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତା’ସହିତ ଅନ୍ୟ କେତେକ ଜମିରେ ହୋଇଥିବା ଧାନ ଚାଷ ମଧ୍ୟ ନଷ୍ଟ ହୋଇଛି । ନଷ୍ଟ ହୋଇଥିବା ଉକ୍ତ ୧୨ ଏକର ଜମିକୁ ଲିଜ୍ନେଇ ମଙ୍ଗରାଜପୁର ପଞ୍ଚାୟତର ଭୀମସେନ ମହାଳିକ ଓ ପଞ୍ଚାନନ ଗୁଡ଼ା ନାମକ ଦୁଇ ଚାଷୀ ମିଳିତ ଭାବେ ଆଖୁ ଚାଷ କରିଥିଲେ । ଉଭୟ ଚାଷୀ ସେମାନେ ନିଜର ସୁନା ଓ ବିଭିନ୍ନ ଜିନିଷ ପତ୍ର ବନ୍ଧାପକାଇ ଏବଂ ବ୍ରହ୍ମବରଦା ଷ୍ଟେଟ୍ ବ୍ୟାଙ୍କରୁ ଚାଷ ଋଣ କରି ମୋଟ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ୧୨ ଏକର ଜମିରେ ନିବେଶ କରି ଆଖୁ ଚାଷ କରିଥିଲେ ।

ଆଖୁ ·ଷ ଭଲ ହେବ ବୋଲି ସେମାନେ ସ୍ୱପ୍ନ ଦେଖିଥିଲେ । ଆଉ ଖୁସିରେ ମଧ୍ୟ ଥିଲେ । କିଏ ଜାଣିଥିଲା ଏ ପ୍ରଳୟଙ୍କରୀ ବନ୍ୟା ସେମାନଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର କରିଦେବ । ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଜମାଲପୁର ଓ ଖଣ୍ଡାସ ଗ୍ରାମର ନିକଟରେ ସୃଷ୍ଟି ହୋଇଥିବା ୫୦୦ ଫୁଟର ଘାଇ ସେମାନଙ୍କ ଆଖୁ ଚାଷକୁ ସଂପୂର୍ଣ୍ଣ ନଷ୍ଟ କରି ସବୁ ସ୍ୱପ୍ନକୁ ଭାଙ୍ଗିଦେଲା । ୧୨ ଏକର ଜମିରୁ ୧୦ ଏକର ଜମିରେ ଆଖୁ·ଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ମାତ୍ର ୨ ଏକର ଜମିରେ ଆଖୁ ରହିଛି । ସେହିପରି ବନ୍ୟାରେ ଆଖୁ ଜମିରେ ବାଲି ଚଢ଼ିଯାଇଛି ଓ ୮୦ ରୁ ଉଦ୍ଧ୍ୱର୍ ତାଳଗଛ ପଡ଼ି ରହି ଆଖୁ ଜମିକୁ ନଷ୍ଟ କରି ଦେଇଛି । ଉଭୟ ଭୀମସେନ ଓ ପଞ୍ଚାନନ ବର୍ତ୍ତମାନ ନିସ୍ୱଃ ପାଲଟିଯାଇଛନ୍ତି । ସେମାନଙ୍କ ପାଖରେ ଯାହା ପୁଞ୍ଜିଥିଲା ଏବଂ ଋଣ କରିଥିଲେ ସବୁ ଏହି ଆଖୁ ଚାଷରେ ଲଗାଇ ଦେଇଥିଲେ । ବର୍ତ୍ତମାନ ସେ ଦୁହେଁ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ସରକାର ତୁରନ୍ତ ସେମାନଙ୍କୁ ସହାୟତା ଓ ଋଣ ଛାଡ଼ କରିବା ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି । ଯଦି ସରକାର ସେମାନଙ୍କୁ କୌଣସି ସହାୟତା ନ କରନ୍ତି ତେବେ ସେମାନେ ଆଗାମୀ ଦିନରେ ଆତ୍ମହତ୍ୟା କରିବେ ବୋଲି ସମ୍ବାଦିକ ବନ୍ଧୁଙ୍କୁ ଜଣାଇଛନ୍ତି । ଉଭୟ ଭୀମସେନ ଓ ପଞ୍ଚାନନଙ୍କୁ ସରକାର ସମସ୍ତ ସୁବିଧା ଓ ସହାୟତା ଯୋଗାଇ ଦେଲେ କ୍ଷୟକ୍ଷତିରୁ ଉଦ୍ଧାର ପାଇବେ ବୋଲି ସେମାନେ କହିଛନ୍ତି

LEAVE A REPLY

Please enter your comment!
Please enter your name here