Odisha news

ସର୍ବଭାରତୀୟ ଦାବି ଦିବସରେ ଏ.ଆଇ.ଏମ୍.ଏସ୍.ଏସ୍.ର ବିକ୍ଷୋଭ

0

ଯାଜପୁର: ୨୮/୦୮:  ଜୀବନ, ଜୀବିକା ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ସର୍ବଭାରତୀୟ ସ୍ତରରେ ୬ଟି ମହିଳା ସଂଗଠନ ପକ୍ଷରୁ ୨୮ ଅଗଷ୍ଟକୁ ସର୍ବଭାରତୀୟ ଦାବି ଦିବସ ରୂପେ ପାଳନ ପାଇଁ ଦିଆଯାଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଆଜି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଇଓଗଝଝ) ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୦ ଦଫା ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରୀଆରେ ପ୍ରଦାନ କରାଯାଇଛି ।

ନାରୀ ନିର୍ଯ୍ୟାତନା ବନ୍ଦ ଓ ଦୋଷୀମାନଙ୍କ ବିରୁଦ୍ଧରେ ଶାସ୍ତିକୁ ସୁନିଶ୍ଚିତ କରିବା, ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା ଓ ନିଯୁକ୍ତିର ଗ୍ୟାରେଣ୍ଟି, ଅସଂଗଠିତ ଓ ସଂଗଠିତ କ୍ଷେତ୍ରରେ କର୍ମରତ ମହିଳାଙ୍କ ନିଯୁକ୍ତିର ଗ୍ୟାରେଣ୍ଟି ଓ ଆର୍ଥିକ ସହାୟତା, ୟୁଏପିଏକୁ ବାତିଲ କରି ଏହି ଆଇନରେ ଗିରଫ କରାଯାଇଥିବା ସମସ୍ତ ନାଗରିକଙ୍କୁ ଖଲାସ, ଶିକ୍ଷା, ସ୍ୱାସ୍ଥ୍ୟ, ରେଳବାଇ ଆଦି ଘରୋଇକରଣ ବନ୍ଦ । ମଦ-ଅଶ୍ଳୀଳତା – ଅପସଂସ୍କୃତିର ପ୍ରସାର ବନ୍ଦ, କରୋନା ପରୀକ୍ଷଣ ଓ ଚିକିତ୍ସା ମାଗଣା କରିବା ଆଦି ଦାବୀରେ ଅନୁଷ୍ଠିତ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ଜିଲ୍ଲା ସାଂପାଦିକା ତରଙ୍ଗିରୀ ଦାସ, ଉପସଭାପତି ନେତ୍ରୀ ସଂଯୁକ୍ତା ନାୟକ, ସୁଲୋଚନା ପ୍ରଧାନ, ସହସଂପାଦିକା ମାଧବୀ ମଲିକ ଓ ମମତା ସେଠୀ ପ୍ରମୁଖ ।

ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂପାଦିକା ସ୍ୱୟଂପ୍ରଭା ନାୟକ ଉଦ୍ବୋଧନ ଦେଇ ଦେଶର ସାମ୍ପ୍ରତିକ ପରିସ୍ଥିତିରେ ଜନଜୀବନ ତଥା ନାରୀ ଜୀବନର ଚରମ ଦୁର୍ଦ୍ଦଶା ଓ ଦୁ୍ର୍ବିସହ ଅବସ୍ତା ସମ୍ପର୍କରେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ଉକ୍ତ ପରିସ୍ଥିତିର ମୁକାବିଲା ପାଇଁ ଜାତି-ଧର୍ମ-ବର୍ଣ୍ଣ-ଦଳ-ମତ ନିର୍ବିଶେଷରେ ସର୍ବସ୍ତରର ମା’ଭଉଣୀ ଆଗେଇ ଆସି ସଂଗଠିତ ଧାରାବାହିକ -ଶକ୍ତିଶାଳୀ ଆନେ୍ଦାଳନ ଗଢ଼ିତୋଳିବାକୁ ସେ ଆହ୍ୱାନ ଦେଇଥିଲେ ।

ସର୍ବଭାରତୀୟ ସ୍ତରରେ ୬ଟି ସଂଗଠନ ମିଳିତ ହୋଇ ଅଲ ଇଣ୍ଡିଆ ଓମେନ୍ସ ଅର୍ଗାନାଇଜେସନ୍ ଫୋରମ ଗଠନ କରିଥିବାବେଳେ ରାଜ୍ୟ ଇଓଗଝଝ, ଟଗଝ ଓ ଇଓଊଡଇ ମିଳିତ ହୋଇ ଆନେ୍ଦାଳନକୁ ଓହ୍ଲାଇଛନ୍ତି ।

Leave A Reply