Odisha news

ଯାଜପୁର ବିଧାନ ସଭାର ଜନସମ୍ବାଦ ରାଲିକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଯାଜପୁର :  ଯାଜପୁର ବିଧାନସଭା ସ୍ତରୀୟ ଏକ ଜନ ସମ୍ବାଦ ରାଲି ତା ୨୪/୦୬/୨୦ ରିଖ ଜିଲ୍ଲା ସଭାପତି ଶ୍ରୀ ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଫ୍ରଧାନ ଯୋଗ ଦେଇ ଯାଜପୁରକୁ ସମ୍ବୋଧିତ କରିଛନ୍ତି । ଏହି ସଭାରେ ଶ୍ରୀ ରାୟ ଯାଜପୁର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଆଗାମି ଦିନରେ ମୋଦିଙ୍କ ଉପଲବ୍ଧିକୁ ଘରେଘରେ ପହଞ୍ଚାଇବା ଓ ଯାଜପୁର ପାଇଁ ଆବଶ୍ୟକୀୟ କାର୍ଯ୍ୟର କାର୍ଯ୍ୟକରିବାକୁ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଆଶାବାଦୀ ଯାଜପୁର କୁ ମୋଦି ସରକାର ମେଡ଼ିକାଲ କଲେଜ, କଳିଙ୍ଗ ନଗର ଷ୍ଟିଲ୍ କଲ୍ଷ୍ଟର, ଚଣ୍ଡିଖୋଲ ଠାରେ ପେଟ୍ରୋଲିୟମ ଷ୍ଟକ୍ ୟାର୍ଡ଼ ଆଦି ଦିର୍ଘମିଆଦୀ ଆର୍ଥିକ ବିକାଶକୁ ଗତି ଦେବାଭଳି ପ୍ରକଳ୍ପ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ହେବାକୁ ଯାଉଛି । ଏଥିସହ ଯାଜପୁରର ପୂରାତନ ଦାବୀ ରେଳ ସଂଯୋଗ ଓ ଐତିହ ସମ୍ପନ୍ନ ଯାଜପୁରକୁ ପର୍ଯ୍ୟଟନ ଏକ ବିଶେଷ କ୍ଷେତ୍ର ଭାବେ ପ୍ରସ୍ତୁତି କରିବାକୁ ଦାବୀ କରିଥିଲେ ।

ପାଞ୍ଚ ‘ବି’ ର କ୍ଷେତ୍ର ଯାଜପୁର କୁ ପର୍ଯ୍ୟଟନ ଓ ଆର୍ଥିକ ବିକାଶ ପ୍ରକଳ୍ପ ମାଧ୍ୟମରେ ଯୁବକଙ୍କୁ ରୋଜ୍ଗାର ଯୋଗାଇ ହେବ । ଯାହାକି ମୋଦି ସରକାରଙ୍କ ପୂର୍ବଦୟରୁ ଭାରତ ଉଦୟ କାର୍ଯ୍ୟକ୍ରମକୁ ସଫଳ କରିବ । ମୋଦି ସରକାର ଯାଜପୁର ବିକାଶ ସହ ପୁରା ଓଡ଼ିଶାରେ ବିକାଶର ଧାରା ଆଗେଇ ନେଉଥିବା ଶ୍ରୀରାୟ ଆଲୋଚନା କରିଥିଲେ । ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ବର୍ଷର ଉପଲବ୍ଧିକୁ ଜଣାଇବା ସହ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ମୋଦି ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ଦାୟୀତ୍ୱ ବୋଧ ସଂପର୍କରେ ଉଦ୍ବୋଧନ ଦେଇଥିଲେ । ଶ୍ରୀ ପ୍ରଧାନ ଜଗନ୍ନାଥଙ୍କ ରଥଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେବା ପାଇଁ ଗୁଣ୍ଡିଚି ମୂଷା ପରି ସେବା କରିବାର ଅବକାଶ ପ୍ରଭୁଙ୍କ କୃପାରୁ ମିଳିବା ସହ ଆଗାମି ଦିନରେ ପେଟ୍ରୋଲିୟମ ଓ ଷ୍ଟିଲ୍ର ମେଗାପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କଲେ ଯାଜପୁର ଜିଲ୍ଲାର ପ୍ରତ୍ୟକ୍ଷ ସେବା କରିବାର ଅବକାସ ମିଳିବ । ଏହି ଅବସରରେ ଯାଜପୁର ସହରକୁ ରେଳ ସଂଯୋଗ ପାଇଁ ଯେତେ କଷ୍ଟ ହେଲେ ମଧ୍ୟ ଯାଜପୁର ସହରର ବିକାଶ ପାଇଁ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ଆଗାମି ଦିନରେ ଯାଜପୁର ଆତ୍ମନିର୍ଭର ଭାରତ କ୍ଷେତ୍ରରେ ପେଣ୍ଠସ୍ଥଳୀ ହେବାକୁ ଯାଉଛି ବୋଲି ମତପ୍ରକାଶ କରିଥିଲେ । ଏହି ସଭାକୁ ପରି·ଳନା ଓ ପ୍ର·ର ପ୍ରସାର ନିମନ୍ତେ ଯାଜପୁର ବିଧାନ ସଭାର ବିଭିନ୍ନ ପଞ୍ଚାୟତ ଓ ବୁଥସ୍ତରରେ ଲ୍ୟାପ୍ଟପ୍, ପ୍ରୋଜେକ୍ଟର ମାଧ୍ୟମରେ କାର୍ଯ୍ରକ୍ରମ କରାଯାଇଛି । ଏହି ସଭାକୁ ୩୦୦ଟିରୁ ଅଧିକ ସ୍ଥାନରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇ ସାମିଲ ହୋଇଥିଲେ । ଏହି ଭର୍ଚୁଆଲ୍ ରାଲି ଭୁବନେଶ୍ୱରପୁର, ସିମିଳିଆ, ପଣାସା, ଭୁଇଁପୁର, ମଲ୍ଲିକାପୁର, ଯାଜପୁର ପାର୍ଟି କାର୍ଯଲୟ ଦଶରଥପୁର, ମଙ୍ଗଳପୁର ର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦିକା ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର, ସଂପାଦିକ ଅମର ନାୟକ, ପ୍ରଦୀପ ବଳ ସାମନ୍ତ, ବିଶ୍ୱଜିତ୍ ନାୟକ, ବିଶ୍ୱ ମଲ୍ଲିକ, ବବିତା ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଧନ୍ୟବାଦ ପ୍ରଦାନ କରିବା ପାଇଁ ସୁଦିପ୍ତ କୁମାର ପଣ୍ଡା କିଛି ବକ୍ତବ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ସଭାରେ ଯାଜପୁରର ମଣ୍ଡଳ ସଭାପତି ମୃତୁଞ୍ଜୟ ମିତ୍ର, ମନ୍ମଥ ବରାଳ, ସୁରେଶ ରାଉତ, ଜିତାମିତ୍ର ଦାସ, ଶ୍ରୀନିବାସ ପରିଡ଼ା, ପ୍ରଭାତ ନାୟକ, ବିନୋଦ ଯେନାଙ୍କ ସହ ପ୍ରମୁଖ କାର୍ଯ୍ୟ କର୍ତ୍ତା ରମେଶ ସାମଲ, ସଞ୍ଜୟ ନାୟକ, ଉପେନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ସାହୁ, ପ୍ରଦିପ ଧଳ, ନିରଞ୍ଜନ ବଳ, ଜିତେନ୍ଦ୍ର ବେହେରା, ସୁଢ଼ଳ ସାହୁ, କେଶବ ମିଶ୍ର, ଇଫତେକାର ଆଲାମ, ଝୁନାରାଣୀ ପଣ୍ଡା,ଦିପ୍ତିରେଖା ମିଶ୍ର, ଅମରିତ୍ ଦିନ୍, ଅନିଲ ମହାପାତ୍ର, ସୁଧାଂଶୁ ରାଉତ, ରାଜେନ୍ଦ୍ର ଓଝା, ଅଜୟ ସାହୁ, ମନୋଜ ଦାସ, ବୀର ସେନ୍ ଖୁଣ୍ଟିଆ, ସରୋଜ ନାୟକ, ବିଶ୍ୱଜିତ୍ ବରାଳ, ଗଜପତି ଭୂୟାଁ, ମହେନ୍ଦ୍ର ରାଉତ, ହୃଷିକେଶ ମେକାପ, ସୁରଜଲାଲ ସାମଲ, ବିଜୟ ଯେନା, ଦିପ୍ ବଳ, ବିଜୟ ବେହେରା, ସତ୍ୟଜିତ୍ ସ୍ୱାଇଁ, ହୃଷିକଶ ପରିଡ଼ା, ଅଞ୍ଜିନିୟ ରାୟ, ପି୍ରୟବ୍ରତ ମହାନ୍ତି ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଟେକ୍ନୋଲୋଜି ମାଧ୍ୟମରେ ଯୋଗ ଦେଇଥିଲେ ।

Leave A Reply