ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବନ୍ୟାର ତାଣ୍ଡବଲୀଳା ଜାରି ରହିଛି, ବନ୍ୟା ସ୍ରୋତରେ ଏକ ମହିଳା, ଏକ ଯୁବକ ଭାସି ଯାଇଥିବା ଖବର ମିଳିଛି, ଏହି ବ୍ଲକ ଅଧିନ ଅରଙ୍ଗାବାଦ ଗ୍ରାମରେ ଜଣେ ମହିଳା ନିଜ ପୁଅକୁ ଉଦ୍ଧାର କରିବାକୁ ଯାଇ ନିଜେ ଭାସି ଯାଇଥିଲେ, ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଡାକ୍ତର ମହିଳାଙ୍କୁ ମୃତ ବୋଲି ଘୋଷଣା କରିଥିଲେ, ସେହିଭଳି ପଣସା ପଡ଼ାଗ୍ରାମରେ ଜଣେ ଯୁବକ ଚୁଡ଼ା କଳ ଛକରେ ବନ୍ୟା ସ୍ରୋତରେ ଭାସିଯାଇ ମୃତୁ୍ୟ ବରଣ କରିଥିବା ଜଣାପଡ଼ିଛି, ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ବିଫଳ ହେଉଥିବା ଅଭିଯୋଗ ହୋଇଛି, ବିପନ୍ନଙ୍କୁ ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଉଦ୍ଧାର କରୁଥିଲା ବେଳେ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି, ଯୁବ ସମାଜ ସେବୀ ଉଜଳ ଦାସ ଆଜି ବିସ୍କୁଟ ବାଣ୍ଟୁଥିବା ଦେଖିବାକୁ ମିଳିଛି, ଯାଜପୁର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ୩ ଦିନ ହେଲା ବରୀରେ ଡ଼େରା ପକାଇ ରହିଥିଲେ ବି ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସଫଳ ରୂପାୟନ କରିପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି, ୪ ବୋଟକୁ ନେଇ ପ୍ରଶାସନ ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି ।
ମେଡ଼ିକାଲ ଟିମ୍ ଅଦ୍ୟାବଧି ବିପର୍ଣ୍ଣଙ୍କ ପାଖରେ ପହଞ୍ଚô ପାରି ନାହାନ୍ତି, ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି, ବନ୍ଧ ଢ଼ିଅ ଗ୍ରାମରେ ବନ୍ୟା ସ୍ରେତାରେ ଦୁଇ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି, ଆଜି ସୁଦ୍ଧା ୩ ଲକ୍ଷ ଲୋକ ବିପନ୍ନ ହୋଇଥିବା ଜଣାପଡ଼ିଛିି, ୨୦୦ ରୁ ଉଦ୍ଧ୍ୱର୍ ମାଟିଛଣ ଛପର ଘର ସ୍ରୋତରେ ଭାସିଯାଇ ଥିବା ଖବର ମିଳିଛି, ପ୍ରଶାସନ ପକ୍ଷରୁ ପଲିଥିନ ମିଳୁନଥିବାରୁ ବିପନ୍ନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚିକ୍ରାର କରୁଥିବା ଦେଖିବାକୁ ମିଳିଛି, ଅପରପକ୍ଷେ ପ୍ରଶାସନ ପକ୍ଷରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ସରକାରୀ କୋଠାରେ କରାଯାଇ କର୍ମ·ରୀ ମାନଙ୍କୁ ଆପାୟିତ କରାଯାଉଛି ବୋଲି ଅଭିଯୋଗ ହୋଇଛି ।