Odisha news

କାହିଁକି ଗରମ ଦିନରେ ଗୁଡ଼ ସେବନ ହୋଇଥାଏ ଶରୀର ପାଇଁ ରାମବାଣ : କଣ ରହିଛି ବିଶେଷଜ୍ଞ ଙ୍କ ମତ

0
ମିଠା ଜିନିଷ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରି ଥାଆନ୍ତି l କିନ୍ତୁ ମିଠା ଜିନିଷ ମଧ୍ୟରେ ଗୋଟିଏ ହେଉଛି ଗୁଡ଼, ଯାହାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଖୁବ କମ ଲୋକ ଜାଣନ୍ତି l ଶୀତଋତୁ ରେ ଗୁଡ଼ ଖାଇବା ଲାଭ ବିଷୟରେ ତ ସମସ୍ତେ ଜାଣିଛନ୍ତି, କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଗରମ ଦିନରେ ମଧ୍ୟ ଗୁଡ଼ ଖାଇବାର ରହିଛି ଚମତ୍କାର ଲାଭ l ଗୁଡ଼ ରେ ଅନେକ ଭିଟାମିନ ଓ ମିନେରାଲସ ରହିଥାଏ l ଯାହା ଆମ ଇମ୍ୟୁନିଟି କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଆସନ୍ତୁ ଆଜି ଜାଣିବା ଗରମ ଦିନରେ ଗୁଡ଼ ଖାଇବାର ଲାଭ ବିଷୟରେ l
* ଏସିଡ଼ିଟି –
ଗରମ ଦିନରେ ବିଶେଷ ଭାବରେ ଆମେ ଅତ୍ୟଧିକ ଏସିଡ଼ିଟି ସମସ୍ୟାର ସମୁଖୀନ ହୋଇଥାଉ l ଗୁଡ଼ ରେ ମଗ୍ନେଶୀୟମ ଭରପୁର ମାତ୍ରାରେ ରହିଥାଏ ଯାହାକି ଅନ୍ତ କୋଷ କୁ ଶକ୍ତି ପ୍ରଦାନ କରିଥାଏ l ଏସିଡ଼ିଟି ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତି ନିୟମିତ ଭୋଜନ କରି ସାରିବା ପରେ ଖଣ୍ଡେ ଗୁଡ଼ ସେବନ କରନ୍ତୁ l ଏହାଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହେବା ସହିତ ଏସ୍ଡ଼ିଟି ସମସ୍ୟା ଦୂର ହେବ l
* କୋଷ୍ଠ କାଠିନ୍ୟ –
ଗୁଡ଼ ରେ ଅନେକ ଗୁଡିଏ ଡ଼ାଈଜେଷ୍ଟିଭ ଏଞ୍ଜାଇମ ରହିଛି l ଯେଉଁ ବ୍ୟକ୍ତି ମାନଙ୍କର ମଳ ତ୍ୟାଗ କରିବା ପାଇଁ ଅସୁବିଧା ହୋଇଥାଏ ସେମାନେ ନିଜ ଖାଦ୍ୟ ରେ ପ୍ରତିଦିନ ଗୁଡ଼ କୁ ଶାମିଲ କରନ୍ତୁ l ସ୍ୱାସ୍ଥ୍ୟ ପାଇଁ ଗୁଡାକୁ ଡ଼ାଈ -ଯୁରେଟିକ ବୋଲି କୁହାଯାଇ ଥାଏ l ଏଭଳି ସ୍ଥିତିରେ ଭୋଜନ ସାରିବା ପରେ ପ୍ରତିଦିନ ଖଣ୍ଡିଏ ଗୁଡ଼ ଖାଆନ୍ତୁ l
* ଓଜନ ହ୍ରାସରେ ସାହାଯ୍ୟ କରିଥାଏ –
ଦିନରେ ଖଣ୍ଡିଏ ଗୁଡ଼ ସେବନ କରିବା ଦ୍ୱାରା ଶରୀର ରେ ଶକ୍ତି ସଂଚାର ହୋଇଥାଏ l ଏହାଛଡା ଏଥିରେ ପ୍ରୋଟିନ ରେ ଭରପୁର ମାତ୍ରାରେ ରହିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ପ୍ରତିଦିନ ସକାଳୁ ଖାଲି ପେଟରେ ଗୁଡ଼ ସହିତ ଚଣା ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l ପ୍ରତିଦିନ ଗୁଡ଼ ସହିତ ଚଣା ସେବନ କରିବା ଦ୍ୱାରା ମେଟାବୋଲିଯିମ ସ୍ତର ବୃଦ୍ଧି ହୋଇଥାଏ ଓ ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ l
* ଏନିମିଆ ଠିକ ହୋଇଥାଏ –
ଗୁଡ଼ କୁ ଆଇରନ ର ଗୋଟିଏ ଭଲ ସ୍ରୋତ ବୋଲି କୁହାଯାଇ ଥାଏ l ନିୟମିତ ଗୁଡ଼ ସେବନ କରିବା ଦ୍ୱାରା ଶରୀର ରେ ହେମୋଗ୍ଲୋବିନ ସ୍ତର ବୃଦ୍ଧି ହୋଇଥାଏ l ଏନିମିଆ ପୀଡିତ ବ୍ୟକ୍ତିଙ୍କ ଗୁଡ଼ ଖୁବ ଉପକାରୀ ଅଟେ l
* ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ ଗୁଡ଼ –
ଉଚ୍ଚ ରକ୍ତଚାପ ରୋଗୀମାନେ ଯଦି ନିୟମିତ ଖଣ୍ଡିଏ ଲେଖାଏଁ ଗୁଡ଼ ସେବନ କରିବେ ତେବେ ଏହାଦ୍ୱାରା ସେମାନଙ୍କ ରକ୍ତଚାପ ନିୟନ୍ତ୍ରଣ ହେବ l ଏହା ବିଶେଷ ଭାବରେ ଗରମ ଦିନ ପାଇଁ ଖୁବ ଉପଯୋଗୀ l ଗୁଡ଼ ଲୁ ଠାରୁ ମଧ୍ୟ ରକ୍ଷା କରିଥାଏ l
Leave A Reply