Odisha news

ସମ୍ବିତ ପାତ୍ରଙ୍କ ନାମରେ ଯୁବ କଂଗ୍ରେସ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା

0

ଜଗତସିଂହପୁର୧୬/୮:ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ହୃହଘାତରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବିତ ପାତ୍ରଙ୍କୁ ଦାୟୀ କରି ତାଙ୍କର ଗିରଫ ଦାବୀ କରିଛନ୍ତି ।ଏହି ଅବସରରେ ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସର ସଭାପତି ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଟାଉନ ହଲ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଆସି ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ସମ୍ବିତ ପାତ୍ରଙ୍କ ଗିରଫ ଦାବୀରେ ଏକ ଏତଲା ମଧ୍ୟ ଦେଇଥିଲେ ।

ଗତ ୧୨ ତାରିଖରେ ଏକ ନିଦ୍ଧିଷ୍ଟ ଗଣମାଧ୍ୟମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଦେଇଥିବା ମନ୍ତବ୍ୟ ସ୍ୱର୍ଗତ ରାଜୀବ ତ୍ୟାଗୀଙ୍କୁ ମର୍ମାହତ କରିଥିଲା ।ଯାହା ଫଳରେ ସେ ସମ୍ବିତ ପାତ୍ରଙ୍କର ଉକ୍ତିରେ ଗଭୀର ଦଃୁଖ ପ୍ରକାଶ କରିବା ସହିତ ତାଙ୍କର ଦୃଦଘାତ ହୋଇଥିଲା ଓ ମୃତ୍ୟୁ ବରଣ କରିଥିଲେ ବୋଲି କଂଗ୍ରେସ ଦାବୀ କରିଛି ।ତେଣୁ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ପାଇଁ ସମ୍ବୀତ ପାତ୍ର ପରୋକ୍ଷରେ ଦାୟୀ ବୋଲି କଂଗ୍ରେସ ଦାବୀ କରିଛି ।ଏହାକୁ ନେଇ ସାରା ଭାରତ ବର୍ଷରେ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ସଦର ମହକୁମା ଥାନାରେ ସମ୍ବିତ ପାତ୍ରଙ୍କ ନାମରେ ଏତଲା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ପୁର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୂରୀ,ଜିଲ୍ଲା ପରିଷଦ ସଭ୍ୟ ମହନୀ ଚରଣ ରାଉତ,ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୁ,ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି,ଯୁବ ନେତା ସୂର୍ଯ୍ୟକାନ୍ତ ସାହୁ,ଲିପକ ସାହୁ,ପିସିସି ସଭ୍ୟ ଅଶ୍ୱିନୀ କୁମାର ସ୍ୱାଇଁ,ସୁନିଲ କୁମାର ମାଟିଆ,ସାଫି ଆଜମ,ସୌରୁପ କାନୁନଗୋ,ସାଇ ପ୍ରଭଞ୍ଜନ ମହାପାତ୍ର,ଆଶିଷ ସ୍ୱାଇଁ,ନବୀନ ନାୟକ,ଆଶିଷ ମଲ୍ଲିକ,ସରପଞ୍ଚ ସ୍ମୃତି ରଞ୍ଜନ ମଲ୍ଲ,ରଞ୍ଜିତ ମଲ୍ଲିକ,କେଦାର ଦଳାଇ,ଅବଦୁଲ ମସିଦ,ଜ୍ୟୋତି ରଞ୍ଜନ ମଲ୍ଲିକ,କୃଷ୍ଣଚନ୍ଦ୍ର ପ୍ରଧାନ,ସତ୍ୟଜିତ ରାଉତରାୟ,ସୌମ୍ୟ ପ୍ରୀତମ,ରୁଦ୍ର ମହାନ୍ତି,ଦିପୁନା ପ୍ରଧାନ,ଅବିନାଶ ମଲ୍ଲିକ,ଗୌରାଙ୍ଗ ଦଳାଇ,କମଲ ଦଳାଇ,ସନ୍ତୋଷ ମହାରନା,ରଶ୍ମି ରଞ୍ଜନ ତ୍ରୀପାଠି,ସୌମ୍ୟ ସଞ୍ଜୀବ ଦାସ,ସତ୍ୟ ପ୍ରକାଶ ମଲ୍ଲିକ,ସତ୍ୟଜିତ ମଲ୍ଲିକ,ସେଖ ହେଦୁ,ସୁନିଲ ଦାସ,ଶୁଭାଶିଷ ଦାସ,ରାଜେଶ ସାହୁ,ସ୍ୱରାଜ ସ୍ୱାଇଁ,ସନ୍ଦିପ କୁମାର ସ୍ୱାଇଁ,ଅମୀୟ ଦାସଙ୍କ ସହିତ ବହୁ ଯୁବ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ ।

Nalco
Leave A Reply