Odisha news

ଡାକ୍ତରଙ୍କ ଅବହେଳାରୁ ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା : ଆତ୍ମହତ୍ୟା ପୁର୍ବରୁ ସୁଭଦ୍ରା ଘରକୁ ପଠାଇଥିଲେ ଅଡିଓ ରେକର୍ଡ

0

ଜଗତସିଂହପୁର୦୨/୦୭(ସବ୍ୟୁ):ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିସôାଳୟ କୋଭିଡ ଆଇସୋଲେସନ ୱାର୍ଡରେ ଘଟିଛି ଏକ ଅଭାବନୀୟ ଘଟଣା ।ଆଇସୋଲେସନ ୱାର୍ଡ ରୁମରେ ହୃଦଘାତରେ ସ୍ୱାମୀର ମୃତ୍ୟୁ ପରେ ସ୍ଥୀର ରଶି ଲଗାଇ ଆତ୍ମହତ୍ୟା ।ମୃତକ ମାନେ ହେଲେ ଏରସମା ଥାନା ପଲିକଣ୍ଟା ପଞ୍ଚାୟତର କଟିଜଙ୍ଗା ଗ୍ରାମର ନିର୍ଲୀପ୍ତ ଭୋଳ(୩୪) ଓ ସ୍ତ୍ରୀ ସୁଭଦ୍ରା ସ୍ୱାଇଁ ।ନିର୍ଲ୍ଲିପ୍ତଙ୍କ ମୃତ୍ୟୁ ପରେ ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ତାଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ରିପୋର୍ଟ ହସ୍ତଗତ ହୋଇ ନଥିବା ମେଡିକାଲ ପକ୍ଷରୁ ସୁଚନା ଦିଆଯାଇଥିଲା ।

ଏହି ଘଟଣା ଜଣାପଡିବା ପରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ସିଡିଏମଓ ଡାକ୍ତର ବିଜୟା ପଣ୍ଡା,ସଦର ଏସଡିପିଓ ପ୍ରୀୟ ରଞ୍ଜନ ଶତପଥୀ,ଜଗତସିଂହପୁର ଥାନା ଅଧୀକାରୀ ରଜନୀକାନ୍ତ ମିଶ୍ର ପ୍ରମୁଖ ଘଟଣା ସ୍ଥଳରେ ଏହି ଘଟଣାର ତଦନ୍ତ କରିଥିଲେ ।ପରେ ସ୍ତ୍ରୀ ସୁଭଦ୍ରାଙ୍କ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପଠାଇଥିଲେ ।

ମିଳିଥିବା ସୁଚନା ଅନୁସାରେ ନିର୍ଲ୍ଲିପ୍ତ ଭୋଳ ତେଲେଙ୍ଗାନାର ଏକ ଜରି ପ୍ରିଣ୍ଟିଂ ପ୍ରେସ କମ୍ପାନୀରେ କାର୍ଯ୍ୟ କରୁଥିଲେ ।ଗତ ୨ବର୍ଷ ହେବ ତାଙ୍କ ବିବାହ ପରେ ସ୍ତ୍ରୀ ସୁଭଦ୍ରାଙ୍କୁ ସାଥୀରେ ନେଇ ଉଭୟ ତେଲେଙ୍ଗାନାରେ ରହୁଥିଲେ ।ତେଲେଙ୍ଗାନା ତାଙ୍କ ଦେହ ଖରାପ ହେବା ସହିତ ଜ୍ୱର ହେବାରୁ ସେ ଗତ ୪ ଦିନ ହେବ ଓଡିଶା ପଳାଇ ଆସିଥିଲେ ।ନିର୍ଲ୍ଲୀପ୍ତ ଜଗତସିଂହପୁରରେ ପହଞ୍ଚିବା ପରେ ଏସଭିଏମ ଟ୍ରାନ୍ଜିଟ ପଏଣ୍ଟକୁ ଯାଇ ସ୍ୱାବ ଦେବା ପରେ ଦୁହେଁ ୩ଦିନ ଏସଭିଏମ କ୍ୱାରେନଟାଇନ ସେଣ୍ଟରରେ ରହିଥିଲେ ।ମାତ୍ର ଗତ ଦୁଇ ଦିନ ତଳେ ଉଭୟଙ୍କୁ ନିଜ ବ୍ଲକ ଏରସମାକୁ ସ୍ଥାନାନ୍ତର କରାଯାଇଥିଲା ।ଗତ ଦୁଇ ଦିନ ହେବ ଉଭୟ ପଲିକଣ୍ଟାଞ୍ଚାୟତ କ୍ୱାରେନଟାଇନ ସେଣ୍ଟରରେ ରହୁଥିଲେ ।ମାତ୍ର ଗତକାଲି ରାତିରେ ନିର୍ଲ୍ଲିପ୍ତଙ୍କ ହଠାତ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଗତକାଲି ରାତିରେ ତାଙ୍କୁ ଜଗତସିଂହପୁର ମେଡିକାଲକୁ ଅଣାଯାଇଥିବା କହିଥିଲେ ନିର୍ଲ୍ଲିପ୍ତଙ୍କ ଭିଣୋଇ ସୁନିଲ କୁମାର ନାୟକ ।

ଉଭୟଙ୍କୁ ଜଗତସିଂହପୁର ମୁଖ୍ୟ ଚିକିସôାଳୟରେ ହୋଇଥିବା କୋଭିଡ ଆଇସୋଲେସନ ୱାର୍ଡରେ ଗୋଟିର ରୁମରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ରଖାଯାଇଥିଲା ।ମାତ୍ର ଆଜି ନିର୍ଲ୍ଲିପ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅପରାହ୍ନରେ ଗୁରୁତର ହେବା ସହିତ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀ ସୁଭଦ୍ରା ପାଗଳିଙ୍କ ପରି ହୋଇ ଯାଇଥିଲେ ।ସ୍ୱାମୀଙ୍କ ମୃତୁ୍ୟ ଖବରର କିଛି ସମୟ ପରେ ସ୍ତ୍ରୀ ସୁଭଦ୍ରା ସେହି ଆଇସୋଲେସନ ରୁମରେ କବାଟ ଦେଇ ସ୍ୱାମୀର ଶବ ଆଗରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

କିଛି ସମୟ ପରେ ମେଡିକାଲ କର୍ମଚାରୀ ସେହି ରୁମର କବାଟ ବାଡେଇ ଥିଲେ ହେଁ କେହି କବାଟ ଖୋଲି ନଥିଲେ ।ପରେ କବାଟ ଭାଙ୍ଗି ଦେଖିବା ପରେ ସୁଭଦ୍ରା ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା ।ଡାକ୍ତରଙ୍କ ଅବହେଳାରୁ ମୋ ସ୍ୱାମୀ ଆଉ ନାହାନ୍ତି ବୋଲି ଏକ ଅଡିଓ ରେକର୍ଡ କରି ନିଜ ପରିବାର ପାଖକୁ ପଠାଇଥିଲେ ।ଅପରାହ୍ନ ୧.୩୦ରେ ଦୁହେଁ ଏକାଠି ଖାଇଥିବା ବେଳେ କିଛି ସମୟ ପରେ ହଠାତ ନିର୍ଲ୍ଲିପ୍ତଙ୍କ ଦେହ ଖରାପ ହୋଇଥିଲା ।ସୁଭଦ୍ରା ଡାକ୍ତଙ୍କୁ ଡାକିତିଲେ ହେଁ କେହି ନଆସିବାରୁ ତାଙ୍କତ ମୃତ୍ୟୁ ହୋଇଛି ବୋଲି ଅଡିଓ କରି ଘରକୁ ପଠାଇଛନ୍ତି ।ଘର ଲୋକମାନଙ୍କ ଉପରେ ଅଭିମାନ କରିଥିବା କହିଛନ୍ତି ସୁଭଦ୍ରା ।

ଏଭଳି ସ୍ଥିତିରେ ମେଡିକାଲ ଆଇଲୋସେନ ୱାର୍ଡରେ ସିକ୍ୟୁରିଟି ବ୍ୟବସ୍ଥା ଠାରୁ ଆରମ୍ଭ କରି ୱାର୍ଡ ଆଟେଣ୍ଟାଟ ରହିଥିଲେ ହେଁ କିପରି ଜଣେ ମହିଳା ସ୍ୱାମୀର ଶବ ଆଗରେ ଆତ୍ମହତ୍ୟା କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହି ଘଟଣା ପରେ ମେଡିକାଲ କତ୍ତୃପକ୍ଷ କିଭଳି ଭାବରେ ସୁରକ୍ଷା ବ୍ୟବସ୍ଥା କରିଛନ୍ତ ତାହା ସହଜରେ ଅନୁମେୟ ।ଏହି ଅବହେଳା ବାବଦରେ ସିଡିଏମଓ ଡାକ୍ତର ବିଜୟା ପଣ୍ଡାଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇ ନଥିଲେ ।ଏହି ଘଟଣା ବାବଦରେ ଏଡିଏମଓ ଡାକ୍ତର କ୍ଷେତ୍ରବାସୀ ଦାସଙ୍କୁ ପଚାରିବାରୁ ସ୍ୱାମୀ ହୃଦଘାତରେ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ସ୍ୱାମୀର ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ଅପ୍ରାଶି୍ୟତ ଭାବରେ ଆତ୍ମହତ୍ୟା କରିଛନ୍ତି ।

Leave A Reply

Your email address will not be published.