ଜଗତସିଂହପୁର : ଘୋଷଯାତ୍ରା ଉକôଳୀୟ ସଂସ୍କୃତିର ଏକ ମହାନ ପରମ୍ପରା ।ଏହି ପରମ୍ପରାକୁ ଆଧାର କରି ପ୍ରତିବର୍ଷ ଶ୍ରୀଜିୟୁମାନଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ ।ଚଳିତ ବର୍ଷ ସାରା ବିଶ୍ୱରେ କରୋନା ମହାମାରୀ ଗ୍ରାସ କରିଥିବାରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାନ୍ୟବର ସୁପ୍ରୀମକୋର୍ଟ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହି ରାୟକୁ ନେଇ ବିଭିନ୍ନ ମହଲରେ ତିବ୍ର ପ୍ରତୀକ୍ରୀୟା ପ୍ରକାଶ ପାଇଥିବା ବେଳେ ବିଶେଷ କରି ଜଗନ୍ନାଥ ଭକ୍ତମାନଙ୍କ ମନରେ କୁଠାରଘାତ ହୋଇଛି ।ଏହାକୁ ନେଇ ଜଗତସିଂହପୁର ଜିଲ୍ଲା ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ସ୍ଥାନୀୟ ସୁବର୍ଣ୍ଣ ବରାହୀ ମନ୍ଦିର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମାନ୍ୟବର ସୁପ୍ରୀମକୋର୍ଟ ରାୟର ପୁନଃ ବିଚାର ପାଇଁ ସରକାର ତୁରନ୍ତ ପଦେକ୍ଷପ ଗ୍ରହଣ କରନ୍ତୁ ବୋଲି ନିବେଦନ କରାଯାଇଛି ।
ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଏହି ସମ୍ମିଳନୀରେ ଯେଗ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରଥଯାତ୍ରା ହେବା ପାଇଁ ତଥା ସୁପ୍ରୀମକୋର୍ଟ ରାୟର ପୁନଃ ବିଚାର ପାଇଁ ଆବଶ୍ୟକ ପଦେକ୍ଷପ ନେବା ଜରୁରୀ ହୋଇ ପଡିଛି ବୋଲି କହିଥିଲେ ।ଏହା ସହିତ ରଥଯାତ୍ରା ବନ୍ଦ ହେଲେ ଦେଶ ଓ ରାଜ୍ୟର ବହୁତ କ୍ଷତି ସାଧନ ହେବ ବୋଲି ସୁଚନା ଦେଇଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ଭକ୍ତ ସମାଜର ସଭାପତି ବିଷ୍ଣୁ ଚରଣ ସ୍ୱାଇଁ,ସଂପାଦକ ଶିବ ପ୍ରସାଦ ଦାସ,ଭଗବାନ ଦାଶ,ଯଦୁମଣୀ ବିଶ୍ୱାଳ,କାହ୍ନୁ ଚରଣ ରାଉତ,କୃଷ୍ଣ ଚନ୍ଦ୍ର ରାଉତ,ଦେବାଶିଷ ଦାସ,ପ୍ରହଲ୍ଲାଦ ମାଝି,ମନୋରଞ୍ଜନ ମହାରଣା ଓ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହିଥିଲେ ।.