Odisha news

ବିଧାୟକ ଙ୍କ ପରେ ସାଂସଦ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଙ୍କୁ କଲେ ଚିଠି

0
ଜଗତସିଂହପୁର: ଗତ କିଛି ଦିନ ପୂର୍ବରୁ ତିର୍ତ୍ତୋଲ ବ୍ଲକ ଅଧୀନରେ ରେ ଥିବା କଟରା ଓ ଏହାର ଆଖ ପାଖ ରେ ଥିବା କିଛି ଗ୍ରାମ ରେ ବି.ଏସ.ଏନ.ଏଲ୍.ନେଟୱର୍କ ପାଉନଥିବାରୁ କଟକ ଡ଼ିଭିଜନ ର ଜେନେରାଲ ମ୍ୟାନେଜର ଙ୍କୁ ନୂତନ ଟାୱାର ବସାଇବା ପାଇଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଅନୁରୋଧ କରିଥିବା ବେଳେ ,
ଗତକାଲି ରାଜ୍ୟସଭା ସାଂସଦ ଏହି ବାବଦରେ କେନ୍ଦ୍ର ଦୂର ସଂଚାର ମନ୍ତ୍ରୀ ଐଶ୍ଵିନି ବୈଷ୍ଣବ ଙ୍କୁ ଏକ ଚିଠି କରିଛନ୍ତି।
ଚିଠିରେ ଉଲ୍ଲେଖ କରିଛନ୍ତି ଯେ ତିର୍ତ୍ତୋଲ ବିଧାୟକ ଦେଇଥିବା ଚିଠି ଆଧାର ରେ ତିର୍ତ୍ତୋଲ ର କଟରା ଓ ଏହାର ଆଖ ପାଖ ବହୁ ପଞ୍ଚାୟତ ରେ ଏବେ ବି ଲୋକ ମାନେ ମୋବାଇଲ୍ ସେବାରୁ ବଞ୍ଚିତ ହେଉଛନ୍ତି, ଜନସାଧାରଣ ରେଲୱେ ଟିକେଟ ହେଉ କିମ୍ବା ପିଲାମାନେ ଅନଲାଇନ କ୍ଲାସ୍ କରିବା
ସେହିପରି ମହାମାରୀ ସମୟରେ ଅନଲାଇନ୍ ଉପରେ ନିରଭରଶୀଳ ଥିବା ସମୟରେ ବାଧା ସୃଷ୍ଟି ହେଉଛି ,ଯାହା ଫଳରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ନୂତନ ଟାୱାର ବସାଇବା ପାଇଁ ଅନୁମତି ଦିଅନ୍ତୁ ବୋଲି ସାଂସଦ କେନ୍ଦ୍ର ମନ୍ତ୍ରୀ ଙ୍କୁ ଚିଠି କରିଛନ୍ତି। ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ 5G ସେବା ଆରମ୍ଭ କରିଥିବା ବେଳେ ସାଂସଦ ପଟନାୟକ କେନ୍ଦ୍ର ମନ୍ତ୍ରୀ ଙ୍କୁ ତେରଛା ବାଣ ମାରିଥିଲେ କହିଥିଲେ ଓଡ଼ିଶାରେ ବହୁ ଜାଗାରେ ଆଜି ବି ମୋବାଇଲ୍ ନେଟୱର୍କ ରୁ ବହୁ ଲୋକ ବଞ୍ଚିତ ହେଉଥିବା ବେଳେ କେନ୍ଦ୍ର 5G କୁ ଓଡ଼ିଶାରେ ଆରମ୍ଭ କରି ପ୍ରହସନ କରୁଛି ।
Nalco
Leave A Reply