Odisha news

ଜଗତସିଂହପୁର : ଚାଇନା ଜିନିଷ ବର୍ଜନ କର,ଗଣ ସଂଗ୍ରାମ ପରିଷଦ

0

ଜଗତସିଂହପୁର :ଚାଇନା ଆମର ଶତ୍ରୁ ।ଆମେ ତାହାର ଜିନିଷ କିଣିବା ନାହିଁ କି ବିକିବା ନାହିଁ ।ଚାଇନା ର ମୁଖ୍ୟ ବ୍ୟବସାୟିକ ବନ୍ଧୁ ଭାବରେ ଭାରତ ରହିଥିଲେ ହେଁ ଆମ ଦେଶ ବିରୋଧରେ ଚାଇନା ଲଢୁଛିି ।ଚାଇନା ଜିନିଷ ଆମ ଦେଶରେ ବିକ୍ରୀ ନହେଲେ ତାର ବହପ କମିବ । ଚାଇନା ଆମ ଭାରତୀୟଙ୍କ ପଇସାରେ ତାର ଅର୍ଥନୈତିକ ଅଭିବୃଦ୍ଧି ଘଟାଉଥିବା ବେଳେ ଆମ ସହିତ ସୀମାରେ ଲଢେଇ କରୁଛି ।

ଏପରିକି ଲଢେଇରେ ଆମ ସେନାର ୨୦ ଯବାନ ସହିଦ ହୋଇଛନ୍ତି ।ଏହାକୁ ବରଦାସ୍ତ କରାଯିବ ନାହିଁ ।ଏହା ବିରୋଧରେ ଆମ ସମସ୍ତଙ୍କୁ ଏକ ହୋଇ ଲଢେଇ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଛି ଜଗତସିଂହପୁର ଜିଲ୍ଲା ଗଣ ସଂଗ୍ରାମ ପରିଷଦ ।

ଏହି ଅବସରରେ ଆଡଭୋକେଟ ବାସୁଦେବଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ସିପି ଗ୍ରାମରୁ ବାହାରି ସହର ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲା ।ଚାଇନା ବ୍ୟବସାୟ କରି ଭାରତୀୟମାନଙ୍କ ପଇସାରେ ବଳିୟାନ ହୋଇ ଭାରତ ବିପକ୍ଷରେ ଯୁଦ୍ଧ କରିବା ଏକ ନିନ୍ଦନୀୟ ଘଟଣା ।ଏହା ସହିତ କୋଭିଡ-୧୯ ମାଧ୍ୟମରେ ସାରା ବିଶ୍ୱକୁ ଚାଇନା ବିଶ୍ୱାସଘାତକତା କରିଛି ।ତେଣୁ ଚାଇନାକୁ ଉଚିତ ଜବାବ ଦେବାର ଆବଶ୍ୟକତା ରହିଛି ।

ଏହା ସହିତ ଆମ ଦେଶର ଲୋକମାନେ ନିଜେ ସ୍ୱାବଲମ୍ବୀ ହେବା ସହିତ ସ୍ୱଦେଶୀ ଜାଗରଣ ଉପରେ ଧ୍ୟାନ ଦେବାର ଜରୁରୀ ହୋଇ ପଡିଛି ।ବାହାର ଦେଶର କୌଣସୀ ଦ୍ରବ୍ୟକୁ ବ୍ୟବହାର ନକରି ନିଜେ ପ୍ରସ୍ତୁତ କରି ଦ୍ରବ୍ୟକୁ ବ୍ୟବହାର କରିବା ।ତେଣୁ ସମସ୍ତ ଜନସାଧାରଣ ଏହି ଯୁଦ୍ଧରେ ସାମିଲ ହୋଇ ଚାଇନା ଜିନିଷ ବର୍ଜନ କରିବା ଆବଶ୍ୟକ ବୋଲି ପରିଷଦର ସଦସ୍ୟ ଆଡଭୋକେଟ ବିସ୍ମୟ ଷ୍ଟାଲିନ,ଦେବି ପ୍ରସାଦ ମହାରଣା,ରଶ୍ମି ରଞ୍ଜନ ସ୍ୱାଇଁ ,ଜୀବନ ବୀମା ନିଗମର ଢିଭିଜନ ସଂପାଦକ ମନୋଜ ସ୍ୱାଇଁ ପ୍ରମୁଖ ଏହି ସଚେତନତା ଶୋଭାଯାତ୍ରାରେ ସାମିଲ ରହିଥିଲେ ।

Leave A Reply