Odisha news

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ

0

ଜଗତସିଂହପୁର ୧୭ା୧୨: ଯଶସ୍ୱୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ଆଜି ଜଗତସଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ତରଡାପଡାସ୍ଥିତ ଟାଇମ୍ସ ଗୁରୁକୁଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ୍ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ଅନ୍ୟତମ ବିନ୍ଧାଣି, ଉକôଳ ସମ୍ମିଳନୀର ପ୍ରଥମ ସଭାପତି ସର୍ବୋପରି ଜଣେ ପ୍ରଜାବସôଳ ମହାରାଜା ଭାବେ ସବୁଦିନେ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ନ୍ୟାୟବତୀର ଜିଲ୍ଲା ପ୍ରତିନିଧି ବୀରବର ଦଳେଇ କହିଥିଲେ ଯେ, ସ୍ୱର୍ଗତ ଭଞ୍ଜଦେଓ ତାଙ୍କ ଶାସନ କାଳରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ।

ଏଥିପାଇଁ ବ୍ରିଟିଶ ସରକାର ତାଙ୍କୁ ମହାରାଜା ଉପାଧିରେ ଭୂଷିତ କରିଥିଲେ । ଶିକ୍ଷକ ରାଧାମୋହନ ପରିଜା ଆଲୋଚନାରେ ଅଂଶ ଗ୍ରହଣ କରି କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଶ୍ରୀରାମଚନ୍ଦ୍ର ଭବନ, ଉକôଳ ସାହିତ୍ୟ ଭବନ, ଲକ୍ଷ୍ମୀନାରାୟଣ ମନ୍ଦିର ନିର୍ମାଣରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇ.ଟି.ଆଇର ନିଦେ୍ର୍ଦଶକ ରଶ୍ମିରଞ୍ଜନ ମିଶ୍ର, ଶିକ୍ଷୟିତ୍ରୀ ପ୍ରିୟା ପ୍ରିୟଦର୍ଶିନୀ ଦାସ, ସୁଶ୍ରୀ ଅଞ୍ଜୁଷା ଓ ପ୍ରକାଶ ଲେଙ୍କା ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀରାମଚନ୍ଦ୍ରଙ୍କ ଭଳି ଜଣେ ଯୋଗଜନ୍ମା ବରପୁତ୍ର, ପ୍ରଜାବସôଳ ମହାରାଜା ଓ ମାନବବାଦୀ ପ୍ରଶାସକ ଆଜିର ଦୁନିଆରେ ବିରଳ ବୋଲି କହିଥିଲେ । ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply