ଜଗନ୍ନାଥ ପ୍ରସାଦ :10/3 : ଜଗନ୍ନାଥ ପ୍ରସାଦ ବ୍ଲକ କଇଥ ପୋଲି ସାହିର ରାଜୁ ପ୍ରଧାନଙ୍କ ବଡ଼ ପୁଅ ଜୟଦେବ ପ୍ରଧାନ ତାମିଲନାଡୁ ସହରରେ ମୃତ୍ୟୁ ଘଟିଛି l ମୃତ ଶରୀରକୁ ନିଜ ଗ୍ରାମକୁ ଆଣିବାକୁ ପ୍ରୟାସ ଜାରି ରହିଛି l
ସୂଚନା ମୁତାବକ ଜଗନ୍ନାଥ ପ୍ରସାଦ ବ୍ଲକ କଇଥପୋଲି ସାହିର ରାଜୁ ପ୍ରଧାନଙ୍କ ବଡ଼ ପୁଅ ଜୟଦେବ ପ୍ରଧାନ 10ତାରିଖ ସକାଳ ସମୟରେ ଅସ୍ୱାଭାବିକ ଭାବେ ତାଙ୍କର ମୃତ୍ୟୁ ଘଟିଛି l ସେ ଦୀର୍ଘ ଦିନ ହେବ ତାମିଲନାଡୁ ରାଜ୍ୟର ଇ-ରୋଡ ଜିଲ୍ଲା,ପେରେଣ୍ଡେରାଇ ସ୍ଥିତ ନନ୍ଧା ଇଂଞ୍ଜିନିୟରିଙ୍ଗ କଲେଜରେ ଠାରେ ରହି ଶ୍ରମିକ ଭାବେ କାମ କରୁଥିଲେ l ମୃତ୍ୟୁ ଖବର ଶୁଣି ବାପା,ମାଆ ପରିବାରବର୍ଗ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିବା ସହ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି l
ଜୟଦେବଙ୍କ ବୟସ 31ହୋଇଥିବା ବେଳେ ପରିବାରର ସେ ବଡ଼ ପୁଅ ରହିଥିଲେ l ପରିବାରରେ ବାପା,ମାଆଏବଂ ତିନି ଭଉଣୀ ସହ ଦୁଇ ଭାଇ l ବାପା ରାଜୁ ପ୍ରଧାନ କିଛି ବର୍ଷ ହେବ ପାରାଲିସିସ ରୋଗରେ ପୀଡିତ ଥିବାରୁ ଘରୁ ବାହାରକୁ ଯାଇ ପାରୁନାହାନ୍ତି l ଜୟଦେବଙ୍କ ମୁଣ୍ଡ ଉପରେ ଥିଲା ତିନି ଭଉଣୀଙ୍କ ବାହାଘର ଚିନ୍ତା l ତେଣୁ ସେ ବାହାର ରାଜ୍ୟରେ ରହି ଦାଦନ ଖାଟି ପରିବାର ଚଳାଇବା ସହିତ ବାପାଙ୍କ ଔଷଧ ଖର୍ଚ୍ଚ କରୁଥିଲେ l ଗତ କାଲି ରାତ୍ର ସମୟରେ ସାଙ୍ଗସାଥିଙ୍କ ସହ ଖାଇସାରି ସୋଇଥିଲେ l ସାଙ୍ଗସାଥିଙ୍କ କହିବା ଅନୁଯାଇ ମଧ୍ୟରାତ୍ରରେ ପେଟ କାଟିବାରୁ ଲେଟିନ ଯାଇ ଆସି ସୋଇଥିଲେ l ଉଠିବା ସମୟ ବିଳମ୍ବ ହେବାରୁ କାମ କରି ଯିବା ପାଇଁ ପାଖରେ ଥିବା ସାଙ୍ଗମାନେ ଜୟଦେବକୁ ଉଠାଇଥିଲେ l ସେ ହୁଲଚୁଲ ନ ହେବାରୁ ତାଙ୍କୁ ତୁରନ୍ତ ପାଖରେ ଥିବା ଡାକ୍ତରଖାନାରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l
ଦୁଇ ଭାଇ ମିଶିକି ତାମିଲନାଡୁ ରାଜ୍ୟରେ ରହି ଶ୍ରମିକ ଭାବେ କାମ କରୁଥିଲେ l କିଛି ଦିନ ପୂର୍ବେ ସାନ ଭଉଣୀଙ୍କ ବାହାଘର ଥିବାରୁ ସାନ ଭାଇ ସନ୍ୟାସୀ ଗ୍ରାମକୁ ଆସିଛନ୍ତି l କରଜ କରି ଏକ ଅଟୋ କିଣି ପରିବାର ଚଳାଉଛନ୍ତି l ଏପଟେ ଜୟଦେବଙ୍କ ପରିବାରର ଆର୍ଥିକ ସ୍ଥିତ ସ୍ଵଛଳ ନଥିବା ବେଳେ ଘରର ଏକମାତ୍ର ରୋଜଗାରିଆ ପୁଅ ରହିଥିଲେ l ରୋଜଗାରିଆ ବଡ଼ପୁଅ ଜୟଦେବଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ପୁରା ବାରିବାର l
