ଅମରେନ୍ଦ୍ର କୁମାର ପଟ୍ଟନାୟକ : ଗନ୍ନାଥ ପ୍ରସାଦ ବ୍ଲକ ଅଲାଡି ପଂଚାୟତ ର କାଦପଦା ଗ୍ରାମ ସନ୍ନିକଟ କାଜୁଜଙ୍ଗଲ ମଧ୍ୟରେ ଥିବା ବେଣାଘାଇ ନୂଆବନ୍ଧ ପାଣି ମଧ୍ୟରୁ ଏକ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଛି l ମୃତକ ନାବାଳକ ହେଲେ କାଦପୋଡା ବଡ଼ ଦାଣ୍ଡ ସାହିର ଶିବରାମ ପଣ୍ଡା ଙ୍କ ପୁଅ ବିଘ୍ନରାଜ ପଣ୍ଡା l ଶିବରାମ କହିବା ପ୍ରକାରେ ତାଙ୍କ ପୁଅ ବିଘ୍ନରାଜ ଆଜି ସକାଳ 9.30ରେ ଟିଉସନ ରୁ ଫେରି ସାଇକେଲ ଚଳାଇ ଗାଁ ଦାଣ୍ଡରେ ବୁଲୁ ଥିଲା l ତେବେ ଘରକୁ ଆସିବାରେ ବିଳମ୍ବ ଯୋଗୁଁ ତାକୁ ଖାଇବା ପାଇଁ ଖୋଜା ପଡିବାରେ ତାର କୌଣସି ଖୋଜଖବର ମିଳିନଥିଲାl ପରିବାର ଲୋକଙ୍କ ସହିତ ବାପା ଶିବରାମ ଖୋଜି ଖୋଜି ନିରାଶ ହେବାପରେ ଗ୍ରାମର ଅନତି ଦୂରରେ ଥିବା କାଜଙ୍ଗଲ ମଧ୍ୟସ୍ଥ ବେଣାଘାଇ ବନ୍ଧ ଆଡେ ଯିବାରେ ବନ୍ଧ ହୁଡାରେ ପୁଅର ସାଇକେଲ ଥିବା ଦେଖିବା ପରେ ସନ୍ଦେହ ହେବାରୁ ବନ୍ଧ ଭିତରେ କୁ ଯାଇ ଦେଖୁବାରୁ ପାଣି ନିକଟରେ ପୁଅର ଚପଲ ଥୁଆହୋଇଛିl ଆତୁରରେ ସେ ବନ୍ଧଭିତରେ ଥିବା ପାଣି ଟାପୁଭିତରେ ପଶିବାରେ ତାଙ୍କ ଗୋଡ଼ରେ ପୁଅର ମୃତଦେହ ମିଳିଥିଲା l ତାକୁ ଟେକି କୂଳକୁ ଆଣିବା ପରେ ଘରଓ ଗ୍ରାମ ଲୋକଙ୍କ ଖବର ଦେଇଥିଲେl ସେତେବେଳୁ ଦିନ ପ୍ରାୟ ସାଢ଼େ ଦୁଇଟା ହେବ l ଲୋକେ ପହଂଚି ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ l ପୋଲିସ ପହଂଚି ମାମଲା ନମ୍ବର 255/23ପ୍ରକାରେ ଶବ ଜବତ କରି ପାଞ୍ଚନାମା ପରେ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ତଦନ୍ତ ଆରମ୍ଭ କରିଛି
ପାରିପାର୍ଶ୍ଵିକ ଅବସ୍ତାରୁ ଦେଖିଲେ ଜଣା ପଡୁଛି ଶବଟିର ଦୁଇ ଆଖିର ତଳ ପତା ସମ୍ପୂର୍ଣ ଭାବେ ଖୋଳିହୋଇଯାଇଛିl ଡାହାଣ ପଟ କାନର ତଳ ଅଂଶମଧ୍ୟ ଛିଣ୍ଡି ଯାଇ ପ୍ରଚୁର ରକ୍ତସ୍ରାବ ହେଉଛି l ଅନ୍ୟ କୌଣସି ସ୍ଥାନରେ କିଛିବି କ୍ଷତ ନାହିଁ l ଏହାକୁ ନେଇ ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରଯାଇଥିବା ସନ୍ଦେହ କରି ଅଭିଯୋଗ ଦେଇଥିବା ବେଳେ ପୋଲିସ ହତ୍ୟା ମାମଲା ୠଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିଲୀପ କୁମାର ସ୍ୱାଇଁ କହିଛନ୍ତି l