ପୁରୀ,୯ା୭ :ସ୍ନାନପୂର୍ଣ୍ଣିମାଠାରୁ ଅଣସରରେ ଥିବା ଦାରୁବିଗ୍ରହମାନଙ୍କର ଶୁକ୍ରବାର ଅମାବାସ୍ୟା ତିଥିରେ ନେତ୍ର ଉତ୍ସବ ଓ ନବଯୌବନ ନୀତି ସମ୍ପନ୍ନ ହୋଇଛି । ତେବେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରି ଚର୍ମ ନେତ୍ରକୁ ସାର୍ଥକ କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ଉପଲକ୍ଷେ ପ୍ରସ୍ତୁତ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟଅନୁଯାୟୀ ଆଜି ଚକା ଅପସର, ମଙ୍ଗଳଆଳତୀ, ମଇଲମ, ଅବକାଶ,ଦଶଅବତାର ଠାକୁର ବିଜେ,ତାଟି ପଡ଼ିବା, ଦଇତାପତି ସର୍ବାଙ୍ଗ ବନ୍ଦାପନା, ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ, ରାଜନୀତି, ଯାତ୍ରାଙ୍ଗି ମହାସ୍ନାନ, ମଇଲମ, ଘଣ୍ଟ ଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ, ଘଣ୍ଟଛତା ଓ ସକାଳଧୂପ ଶେଷ ହୋଇଥିଲା । ଆସନ୍ତା ୧୨ ତାରିଖ ସୋମବାରଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।
ମହାମାରୀ କରୋନା ଜନିତ କଟକଣାଯୋଗୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନାଭକ୍ତରେ ସମ୍ପନ୍ନହେବ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା । ତେବେ ଭକ୍ତମାନେ ବିଶେଷ କରି ପୁରୀ ସହରବାସୀ ମହାପ୍ରଭୁଙ୍କ ନବଯୌବନରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ମଧ୍ୟରେ ନିରାଶ ଭାବ ଦେଖାଯାଇଛି ।
Comments are closed.