Odisha news

ଶ୍ରୀମନ୍ଦିରରେ ଖେଚୁଡ଼ି ଭୋଗ କଣ ପାଇଁ ପ୍ରସ୍ତୁତ କରାଯାଇଥାଏ : ଆସନ୍ତୁ ଜାଣିବା ଏହା ପଛରେ ପୌରାଣିକ କଥା

ହିନ୍ଦୁ ଧର୍ମର ଚାରି ଧମଙ୍କ ମଧ୍ୟରୁ ପୁରୀ ଜଗନ୍ନାଥ ଧାମର ବିଶେଷ ମହତ୍ତ୍ଵ ରହିଛି । ଜଗନ୍ନାଥ ମନ୍ଦିରରେ ପ୍ରଭୁ ନିଜର ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବିରାଜମାନ କରିଛନ୍ତି । ମାନ୍ୟତା ଅନୁସାରେ ସବୁଠୁ ପ୍ରଥମେ ବିଶ୍ଵବସୁ ନାମକ ଶବର ଜଗନ୍ନାଥଙ୍କୁ ନୀଳମାଧବ ରୂପରେ ପୂଜା କରୁଥିଲେ।  ଜଗନ୍ନାଥ ମନ୍ଦିରକୁ ନିର୍ମାଣ କରିଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ ।

ଏହି ମନ୍ଦିରର ସ୍ଥାପତ୍ୟ କଳା କଳିଙ୍ଗ ପାଇଁ ଗୋଟିଏ ଗର୍ବ । ହିନ୍ଦୁ ଧର୍ମ ଅନୁସାରେ ଜଗନ୍ନାଥଙ୍କର ରଥଯାତ୍ରା ପ୍ରତେକ ବର୍ଷ ଆଷାଢ଼ ମାସର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ହୋଇଥାଏ।  ଏହି ସମୟରେ ତିନି ଠାକୁର ରଥ ଉପରେ ବସି ତାଙ୍କ ମାଉସୀ ଘରକୁ ଯାଇ ଥାଆନ୍ତି।  ମାଉସୀ ଘରକୁ କୁହାଯାଏ ଗୁଣ୍ଡିଚା ମନ୍ଦିର।  ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ତିନି ଠାକୁର ପୁଣି ଶ୍ରୀ ମନ୍ଦିରକୁ ଫେରିଥାନ୍ତି ।ଏହି ଦିନକୁ ବାହୁଡ଼ା କୁହାଯାଏ ।

ପୌରାଣିକ କଥା ଅନୁସାରେ ଶ୍ରୀମନ୍ଦିର ରେ କର୍ମା ବାଇ ନାମକ ମହିଳା ଭକ୍ତ ଅଛନ୍ତି । ଯିଏ ଜଗନ୍ନାଥଙ୍କ ପୂଜା ନିଜ ପୁତ୍ର ର ସେବା ଭଳି କରି ଥାଆନ୍ତି ।ଥରେ ତାଙ୍କ ମନରେ ଜଗନ୍ନାଥଙ୍କ ପାଇଁ ଖେଚୁଡ଼ି ଭୋଗ ପ୍ରସ୍ତୁତ କରିବା ଲାଗି ଇଚ୍ଛା ହେଲା । ମନରେ ଭକ୍ତି ଭାବ ଥିବା ଜାଣି ସ୍ଵୟଂ ପ୍ରଭୁ ତାଙ୍କ ଆଗରେ ବିରାଜମାନ କଲେ ଓ ଭୋକ ଲାଗୁଛି ବୋଲି କହିଥିଲେ । ତା ପରେ କାର୍ମା ବାଇ ପ୍ରଭୁଙ୍କ ପାଇଁ ଖେଚୁଡ଼ି ପ୍ରସ୍ତୁତ କରିଥିଲେ । ଏହାପରେ ପ୍ରଭୁ ସବୁଦିନ ଖେଚୁଡ଼ି ଖାଇବେ ବୋଲି ତାଙ୍କୁ କହିଲେ ।

ଏହାପରେ ଦିନେ ଜଣେ ମହାତ୍ମା କରମା ବାଇ ଙ୍କ ନିକଟକୁ ଆସିଥିଲେ ଓ ତାଙ୍କୁ ନିୟମ ପୂର୍ବକ ଖେଚୁଡ଼ି ଭୋଗ ଲଗାଇବାକୁ କହିଥିଲେ । ପରଦିନ କାରମା ବାଇ ସ୍ନାନ ସାରି ଖେଚୁଡ଼ି କରିବା ବେଳକୁ ଡେରି ହୋଇଗଲା । ସେହି ସମୟ ରେ ଠାକୁର ପହଞ୍ଚି କହିଲେ ପହଡ଼ ଖୋଲିବ ଜଲଦି ପ୍ରସ୍ତୁତ କର ଖେଚୁଡ଼ି । ଶୀଘ୍ର ଖେଚୁଡ଼ି ଖାଇ ମନ୍ଦିରକୁ ଯିବା କାରଣରୁ ତାଙ୍କ ମୁହଁ ରେ ଅଇଁଠା ଲାଗିଥିଲା ।

ତାହା ଦେଖି ବ୍ରାହ୍ମଣ ପଚାରିଲେ ଏହା କଣ ଲାଗିଛି ପ୍ରଭୁଙ୍କ ମୁହଁ ରେ । ଏହାପରେ ପ୍ରଭୁ ସମସ୍ତ କଥା କହିଲେ । ଗୋଟିଏ ଦିନ ସେହି ବୃଦ୍ଧା ଙ୍କର ମୃତ୍ୟୁ ହୋଇଗଲା । ବ୍ରାହ୍ମଣ ଦେଖିଲେ ଯେ ପ୍ରଭୁଙ୍କ ଆଖିରୁ ଅଶ୍ରୁ ଧାରା ବୋହୁଛି । ସେହି ଦିନ ବ୍ରାହ୍ମଣ ପ୍ରଭୁଙ୍କ ମନର ସ୍ଥିତିକୁ ବୁଝି ଥିଲେ ଓ ଜାଣି ପାରିଥିଲେ ଯେ ଭଗଵାନ ମଧ୍ୟ ଭକ୍ତପାଇଁ କାନ୍ଦନ୍ତି । ସେହି ପରମ୍ପରାକୁ ରଖି ଆଜି ମଧ୍ୟ ଶ୍ରୀ ମନ୍ଦିରରେ ଖେଚୁଡ଼ି ପ୍ରସ୍ତୁତ ହେଉଛି ।

Comments are closed.