Odisha news

ସୁନା ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ ହିମାଳୟରେ ମିଳୁଥିବା ଏହି ଜଡ଼ି ବୁଟି , ୧ କେଜି ର ମୂଲ୍ୟ ୬୫ ଲକ୍ଷ ଟଙ୍କା

0
ପ୍ରକୃତି ଆମକୁ ଏତେ ସବୁ ମୂଲ୍ୟବାନ ଉପହାର ଦେଇଛି , ଯାହାର ବର୍ଣ୍ଣନା କରିବା ଆମ ପକ୍ଷରେ ସମ୍ଭବ ନୁହେଁ । ଆମ ପ୍ରକୃତି ରେ ଭରି ରହିଥିବା ଗଛ ବୃକ୍ଷ ଆମର ଅନେକ କାର୍ଯ୍ୟରେ ଆସି ଥାଆନ୍ତି । ଏହି ଗଛ ବୃକ୍ଷ ମାନଙ୍କ ନିକଟରୁ ଆମେ ଅନେକ ଜଡ଼ିବୁଟି ପାଇଥାଉ , ସେହି ଜଡ଼ିବୁଟି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିମାଳୟାନ୍ ଗୋଲ୍ଡ । ଯାହାର ତୁଳନା ସୁନା ସହିତ କରାଯାଇ ଥାଏ । ଶୁଖିଲା ଜଡ଼ିବୁଟି ଭଳି ଦେଖା ଯାଉଥିବା ଏହାକୁ କ୍ୟାଟରପିଲାର ଫଙ୍ଗସ୍ ମଧ୍ୟ କୁହାଯାଏ । ଏହା ଭାରତୀୟ ଆୟୁର୍ବେଦ ରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଔଷଧ ଅଟେ ।
* କ୍ୟାଟରପିଲାର ଫଙ୍ଗସ କଣ -:
କ୍ୟାଟରପିଲାର ଫଙ୍ଗାସ ତିବତ, ଭୁଟାନ , ଭାରତ , ଚୀନ ଓ ନେପାଳ ରେ ସୁ ଉଚ୍ଚ ହିମାଳୟ କ୍ଷେତ୍ରରେ ମିଳୁଥିବା ଜଡ଼ିବୁଟି ଅଟେ । ଯାହାକୁ ପାଇବା ପାଇଁ ଚୀନ ସୈନିକ ମାନେ ନିକଟରେ ଭାରତୀୟ ଅଞ୍ଚଳରେ ଜୋର୍ ଜବରଦସ୍ତ ପଶି ଥିଲେ । ବୈଜ୍ଞାନିକ ଙ୍କ ମତରେ ଏହି ଜଡ଼ିବୁଟି ରେ ବାୟୋ ଅକ୍ଟିଭ୍ ମଲିକ୍ୟୁଲ ରହିଥାଏ ଯାହାକୁ କୋର୍ଡି ସେପ୍ସ କୁହାଯାଇ ଥାଏ । ଏହାକୁ ବିଭିନ୍ନ ପ୍ରକାର ଭାଇରସ ସହିତ ଜଡିତ ରୋଗ ଓ କ୍ୟାନ୍ସର ର ଉପଚାର ପାଇଁ କରାଯାଇ ଥାଏ । ବୈଜ୍ଞାନିକ ମାନଙ୍କ ସୂଚନା ଅନୁସାରେ ଚୀନ ର ଚିକିତ୍ସା ପଦ୍ଧତି ରେ ଏହାର ପ୍ରଚୁର ବ୍ୟବହାର କରାଯାଇଥାଏ । ଏହାର ଲମ୍ବ ମାତ୍ର ୨ଇଞ୍ଚ ଅଟେ ।
ନେସନାଲ ଲାଇବ୍ରେରୀ ଅଫ ମେଡିସିନ ର ସୂଚନା ଅନୁସାରେ କୁହାଯାଇଛି ଯେ ଏହି
କ୍ୟାଟରପିଲାର କୁ ବିଭିନ୍ନ ଔଷଧୀୟ ଉପଚାର ପାଇଁ ବ୍ୟବହାର କରାଯାଇଥାଏ ।
* ଅଧ୍ୟୟନ ଅନୁସାରେ କୁହା ଯାଇଛି ଯେ କାର୍ଡିସ୍ପେସ ଫଙ୍ଗସ୍ ର ବ୍ୟବହାର ଦ୍ଵାରା ଥକାପଣ ଦୂର କରିବା ସହିତ ଯୌନ ଶକ୍ତି ବୃଦ୍ଧି କରିଥାଏ ।
* ଏହି ଫଙ୍ଗସ୍ ରେ ଆନ୍ଟି ଏଜିଂ ଗୁଣ ରହିଛି । ଯାହାକୁ ନିୟମିତ ବ୍ୟବହାର କରି ଆପଣ ସୁନ୍ଦର ତ୍ଵଚା ପାଇବାରେ ସକ୍ଷମ ହୋଇ ପାରିବେ ।
* ଏହି ଫଙ୍ଗସ୍ ମେମୋରୀ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଓ ମନକୁ ସ୍ଥିର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
* ଏହାଛଡା ଏଥିରେ ଥିବା ଆନ୍ଟି ଇମ୍ଫଲା ମେଟରି ଗୁଣ ଶରୀର ଫୁଲାକୁ କମାଇ ଶରୀର କୁ ସୁଢ଼ଳ ଓ ସୁନ୍ଦର କରିବାରେ ବିଶେଷ ସାହାଯ୍ୟ କରିଥାଏ ।
* ଦୀର୍ଘ ସମୟ ଧରି ଚୀନ ଚିକିତ୍ସା ପଦ୍ଧତି ରେ ଏହାର ପ୍ରୟୋଗ କାରଣରୁ ଏହାକୁ ଆଜି ମଧ୍ୟ ସୁନା ସହିତ ତୁଳନା କରାଯାଇଛି । ଅନ୍ତ ରାଷ୍ଟ୍ରୀୟ ବଜାର ରେ ଗୋଟିଏ କେଜି କାର୍ଡ଼ିଓ ଫଙ୍ଗସ୍ ର ମୂଲ୍ୟ ୬୫ ଲକ୍ଷ ଟଙ୍କା ଅଟେ ।
Nalco
Leave A Reply