Odisha news

ସିଙ୍ଗାପୁର ବୈଜ୍ଞାନିକଙ୍କ ନୂତନ ଆବିଷ୍କାର : ପଣସ ଭଳି ଫଳରୁ ପ୍ରସ୍ତୁତ କଲେ ଆଣ୍ଟିବ୍ୟାକ୍ଟେରିଆ ବ୍ୟାଣ୍ଡେଜ

ନୂଆଦିଲ୍ଲୀ : ବାଡ଼ି ବଗିଚାରେ ମିଳୁଥିବା ସାଧାରଣ ପଣସ କଠାରୁ ସିଙ୍ଗାପୁରର ଜଣେ ବୈଜ୍ଞାନିକ ଆଣ୍ଟିବ୍ୟାକ୍ଟେରିଆ ଜେଲ ଯୁକ୍ତ ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି l ଏହି ବ୍ୟାଣ୍ଡେଜ ଟିକୁ ଲଗାଇବା ପରେ ବ୍ୟାକ୍ଟେରିଆ ସଂକ୍ରମଣ ,କ୍ଷତ ହୋଇଥିବା ସ୍ଥାନ ଇତ୍ୟାଦି ଖୁବ ଶୀଘ୍ର  ଠିକ ହୋଇଯିବ l ଯେଉଁ ଫଳର ଉପଯୋଗ କରାଯାଇଛି ତାହାକୁ ଦକ୍ଷିଣ ପୂର୍ବ ଏସିଆରେ ଫଳର ରାଜା କୁହାଯାଏ l ଏହି ଫଳକୁ ଦକ୍ଷିଣ ପୂର୍ବ ଏସିଆରେ ଡୁରିୟନ ହସ୍କ କୁହାଯାଏ l ଏହି ଫଳଟି ପଣସ ଭଳି ଦେଖାଯାଏ ଓ ଉପର ପାର୍ଶ୍ୱଟି କଣ୍ଟା ଯୁକ୍ତ ଅଟେ l

ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି ଯେ ଏହି ଫଳର ଉପର ଚୋପାକୁ ଆବର୍ଜନାରେ ଫୋପଡ଼ା ଯାଇଥାଏ l ଭିତର ଅଂଶ ଓ ମଞ୍ଜିକୁ ଖିଆଯାଏ l ବୈଜ୍ଞାନିକ ମାନେ ଜେଲ ପ୍ରସ୍ତୁତ କରିବା ପାଇଁ ଚୋପାର ମଧ୍ୟ ଉପଯୋଗ କରିଛନ୍ତି l ଏହି ଫଳରେ ଉଚ ଗୁଣବର୍ତ୍ତ ଯୁକ୍ତ ସେଲୁଲଜ ବାହାରିଥାଏ l ଏହାକୁ ଗ୍ଲିସେରାଲରେ ମିଶାଇ ଗୋଟିଏ ନରମ ଜେଲ ପ୍ରସ୍ତୁତ କରାଯାଏ l ଏହା ଵିଜ୍ଞାନୀଙ୍କ ମତରେ ଶରୀର ପାଇଁ ସୁରକ୍ଷିତ ଅଟେ l ବିଶ୍ୱବିଦ୍ୟାଳୟର ନିର୍ଦେଶକ କହିଛନ୍ତି ଯେ ସେ ଏହି ଜେଲରେ ଖାସ ପ୍ରକାରର ମିଃଲ୍ୟୁପୁଲସ ପାଇଥିଲେ l

ଯାହା ଜେଲଟିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ l ପାରମ୍ପରିକ ହାଇଡ୍ରୋଜେଲ ଦୋକାନରେ ମିଳୁଥିବା ଔଷଧରେ ଆମେ ପାଇଥାଉ ,ତାହାକୁ ଆମେ କ୍ଷତ ସ୍ଥାନରେ ଲଗାଇଥାଉ l ଏହା ଦ୍ୱାରା ଆମର ଘା ନରମ ହେବ ସହିତ ସୁସ୍ଥ ରହିଥାଏ l ଘାର ନିକଟତର ଭାଗ ଗୁଡିକ ମଧ୍ୟ ସୁରକ୍ଷିତ ରୁହେ l ସିଙ୍ଗାପୁର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରଚେଷ୍ଟା ଦ୍ୱାରା ବିଦେଶରେ ମଧ୍ୟ ସିଙ୍ଗାପୁରର ଏହି ବ୍ୟାଣ୍ଡେଜର ଚାହିଦା ରହିବ l ବୈଜ୍ଞାନିକ ମାନଙ୍କ ମତରେ ସାଧାରଣ ବ୍ୟାଣ୍ଡେଜ ଠାରୁ ଏହା ଦ୍ରୁତ ଗତିରେ କ୍ଷତକୁ ଠିକ କରିଥାଏ l

Comments are closed.