Odisha news

ପ୍ରାକ୍ତନ ବିଦ୍ୟାର୍ଥୀଙ୍କ ପକ୍ଷରୁ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର,୨ା୪:ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁଶେଖର ଆଚାର୍ଯ୍ୟଙ୍କୁ ଆଜି ସାରଳା ମହାବିଦ୍ୟାଳୟ ରାହାମାର ପ୍ରାକ୍ତନ ବିଦ୍ୟାର୍ଥୀମାନଙ୍କ ତରଫରୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାକ୍ତନ ବିଦ୍ୟାର୍ଥୀ ସାରଦା ପ୍ରସନ୍ନ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନବିଦ୍ୟାର୍ଥୀ ଡଃ.ଅରୁଣକୁମାର ପାଣି,ଗୋପବନ୍ଧୁ ନାୟକ,ଗୌରାଙ୍ଗ ଚରଣ ସ୍ୱାଇଁ,ବିନୋଦବିହାରୀ ମୁଦୁଲି ପ୍ରମୁଖ ଆଲୋଚନାରେ ଭାଗନେଇ ସାରଳା ମହାବିଦ୍ୟାଳୟ ରାହାମାରେ ଦିର୍ଘ ୨୫ବର୍ଷ ଶିକ୍ଷାଦାନ କରି କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଏଅଞ୍ଚଳର ଅଭିବାବକ ମାନଙ୍କର ପ୍ରିୟଭାଜନ ହିମାଂଶୁ ସାର ହୋଇପାରିଥିଲେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଲେଜ ପରି·ଳନା କମିଟିର ପୂର୍ବତନ ସଦସ୍ୟ ତଥା ସମାଜସେବୀ ବ୍ରଜକିଶୋର ମହାରାଜ,ଶିକ୍ଷାବିତ୍ ରବିନ୍ଦ୍ରନାଥ ଚୌଧୁରୀ,ଶିକ୍ଷକ ବିକ୍ରମକେଶରୀ ସାହୁ ଓ ପ୍ରାଧ୍ୟାପକ ନିରୋଦ କୁମାର ଦାସ ଅତିଥିଭାବେ ଯୋଗଦେଇ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିବାସହ ପ୍ରାକ୍ତନ ବିଦ୍ୟାର୍ଥୀଙ୍କ ଦ୍ୱାରା କଲେଜ ମାନଙ୍କରେ ଏଭଳି ସମ୍ବର୍ଦ୍ଧନାଦେବା ବିରଳ ଘଟଣା ବୋଲି ସେମାନେ ମତପୋଷଣ କରିଥିଲେ । ଏହିକାର୍ଯ୍ୟକ୍ରମରେ ସାମ୍ବାଦିକ ବିଭୁତି ଭୂଷଣ ଦାସ,ନୃସିଂହ ଚରଣ ବାରିକ ଉପସ୍ଥିତ ଥିଲେ । ଶେଷରେ ପ୍ରମୋଦ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Govt

Comments are closed.