ଜଗତସିଂହପୁର,୨୭ା୧: ସ୍ଥାନୀୟ ତରଡାପଡା ସ୍ଥିତ ଟାଇମ୍ସ ଗୁରୁକୁଳ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ କରୋନା କଟକଣା ଭିତରେ ପାଳିତ ହୋଇଯାଇଛି । ଟାଇମ୍ସ ଗୁରୁକୁଳର ଚେୟାରମ୍ୟାନ ରଶ୍ମୀରଂଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଟାଇମ୍ସ ଗୁରୁକୁଳର ନିଦେ୍ର୍ଦଶକ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗ ଦେଇ ଜାନୁଆରୀ ୨୬ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ ବୋଲି କହିବା ସହ ଦୀର୍ଘ ୭୨ବର୍ଷ ଭିତରେ ଭାରତ ଏକ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନିଜର ପରିଚୟ ସାରା ବିଶ୍ୱରେ ସୃଷ୍ଟି କରିପାରିଛି । ମୁଖ୍ୟଅତିଥି ଭାବେ ବରିଷ୍ଟ ସାମ୍ବାଦିକ ବୀରବର ଦଳେଇ ତାଙ୍କ ବକ୍ତବ୍ୟରେ ଆମ ସମ୍ବିଧାନ ଆମ ଦେଶକୁ ଶାସନ କରିବା ପାଇଁ ଏକ ମାର୍ଗଦର୍ଶିକା ରୂପେ ରହିଛି । ଦେଶର ଅଖଣ୍ଡତା ଓ ଏକତା ବଜାୟ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା ଏହାହିଁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଉଦେ୍ଦଶ୍ୟ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଚୌଧୁରୀ ରାଧାମୋହନ ପରିଜା, ସୁଶ୍ରୀ ଅଞ୍ଜୁଷା,ବିଚିତ୍ରାନନ୍ଦ ତ୍ରିପାଠୀ,ଶିକ୍ଷୟିତ୍ରୀ ସୈାଦାମିନୀ ସାହୁ, ପ୍ରିୟଦର୍ଶିନୀ ଦାସ, କନକ ମୁଦୁଲି ଓ ପ୍ରଦିପ୍ତା ସେନାପତି ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
