ଆମେରିକା । ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍ଙ୍କ ଭାରତ ଯାତ୍ରାରେ ତାଙ୍କ ସହ ଆସିଥିଲେ ପନିୀ ମେଲାନିଆ ଓ ଝିଅ ଇଭାଙ୍କା ଟ୍ରମ୍ପ୍ । ଇଭାଙ୍କା ପୂର୍ବରୁ ଥରେ ଭାରତ ଆସିଥିଲେ । ସେହି ସ୍ମୃତିକୁ ତାଜା କରିବା ପାଇଁ ସେ ପୁନଶ୍ଚ ପୁରୁଣା ଡ୍ରେସ୍ ପିନ୍ଧି ଆସିଥିଲେ । ଇଭାଙ୍କା ବହୁମୁଖୀ ପ୍ରତିଭାର ଅଧିକାରୀ । ସେ ମଡେଲିଂ, ଟିଭି ଇଣ୍ଡଷ୍ଟ୍ରୀ, ସମାଜସେବା ଓ ବ୍ୟବସାୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଭାଙ୍କା ଡୋନାଲïଙ୍କ ପ୍ରଥମ ପନିୀଙ୍କ ଝିଅ ହୋଇଥିବାରୁ ତାଙ୍କ ନାମରେ ଇଭାଙ୍କାଙ୍କ ପିଲାଦିନର ନାମ ଥିଲା ଇଭାନା । ପରେ ତାଙ୍କ ନାମ ହେଲା ଇଭାଙ୍କା ଟ୍ରମ୍ପ୍ । ଇଭାଙ୍କା ୧୯୮୧ ଅକେଫାବର ୩୦ରେ ନୁ୍ୟୟର୍କରେ ଜନ୍ମ ହୋଇଥିଲେ । ଇଭାଙ୍କା ମେନହଟ୍ଟନର ଚେପିନ୍ ସ୍କୁଲରେ ଶିକ୍ଷା ଆରମ୍ଭ କରି ପରେ ବୋର୍ଡିଂ ସ୍କୁଲରେ ପଢ଼ିଥିଲେ । ସେଠାରେ ସେ ମଡେଲିଂ କ୍ୟାରିୟର୍ ଆରମ୍ଭ କରିଥିଲେ । ପରେ ସେ କିଛି ରିୟାଲିଟି ଶୋ ଜଜ୍ କରିବା ସହିତ ଟିଭି ଡ୍ରାମା ସିରିଜ୍ରେ ମଧ୍ୟ ନଜର ଆସିଲେ । ଜେରେଡ୍ କୁଶନରଙ୍କୁ ବିବାହ କରିବା ପାଇଁ ଇଭାଙ୍କାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ହେଲେ ଏହି ନିଷ୍ପତ୍ତିରେ ଟ୍ରମ୍ପ୍ ଖୁସି ନ ଥିଲେ । ଇଭାଙ୍କା ଏବେ ୩ ସନ୍ତାନଙ୍କ ମା । ଇଭାଙ୍କା ୨୦୧୭ରେ ହାଇଦ୍ରାବାଦରେ ଗ୍ଲୋବାଲ ଅଣ୍ଟର ପ୍ରିନୁ୍ୟର ଶିପ୍ରେ ଭାଗ ନେବାକୁ ଭାରତ ଆସିଥିଲେ । ଦ୍ୱିତୀୟ ଥର ପୁନଶ୍ଚ ଭାରତ ଆସିବା ତାଙ୍କ ପାଇଁ ସମ୍ମାନର କଥା ବୋଲି କହିଛନ୍ତି । ଇଭାଙ୍କା ୨୦୦୫ରେ ଫାମିଲି ବିଜନେସ୍ ଜଏନ୍ କରିଥିଲେ । ସେ ଟ୍ରମ୍ପ୍ ଅର୍ଗାନାଇଜେଶନ୍ରେ ଡେଭଲପମେଣ୍ଟ୍ ଓ ଆକୁ୍ୟଜିଶନ୍ର ଏଗ୍ଜିକୁ୍ୟଟିଭ୍ ଭାଇସ୍ ପ୍ରେସିଡେଣ୍ଟ୍ ଥିଲେ । ୨୦୦୭ରେ ସେ ଡାଏନାମିକ୍ ଡାଇମଣ୍ଡ କର୍ପ ସହିତ ପାର୍ଟନରଶିପ୍ କଲେ ।