Odisha news

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ଚେତାବନୀ : ପ୍ୟାନ ଓ ଆଧାର କାର୍ଡ ଲିଙ୍କ ତୁରନ୍ତ କରାନ୍ତୁ , ନଚେତ ହୋଇ ପାରନ୍ତି ଏହିସବୁ ଅସୁବିଧାର ସମୁଖୀନ

0

ନୂଆଦିଲ୍ଲୀ : ଭାରତୀୟ ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଚେତାବନୀ ଜାରୀ କରାଯାଇଛି କି ସମସ୍ତ ଟ୍ୟାକ୍ସ ପେୟର୍ସ ଙ୍କୁ ନିଜର ପ୍ୟାନ ଓ ଆଧାର କାର୍ଡ ୩୧ ମଇ ୨୦୨୪ ପୂର୍ବରୁ ଲିଙ୍କ କରାଇ ନେବା ଆବଶ୍ୟକ l ଯଦି ଏହି ସମୟ ସୀମା ମଧ୍ୟରେ ଯଦି ନିଜର ପ୍ୟାନ ଓ ଆଧାର କାର୍ଡ କୁ ଲିଙ୍କ ଯଦି କରିବେ ନାହିଁ ତେବେ ଆପଣଙ୍କୁ ଅଧିକ ମାତ୍ରାରେ TDS ଓ TCS ଦେବାକୁ ପଡିବ l

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ମଙ୍ଗଳବାର ଦିନ ଗୋଟିଏ ନୋଟିଫିକେସନ ଜାରି କରାଯାଇଛି, ଏବଂ କୁହାଯାଇଛି ଶୁକ୍ରବାର ମଇ ୩୧ ତାରିଖ ମଧ୍ୟରେ ନିଜର ପ୍ୟାନ ଓ ଆଧାର ଲିଙ୍କ କରାଇ ନିଅନ୍ତୁ l ଆଇଟି ଡିପାର୍ଟମେଣ୍ଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଛି ଯେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଏହି କାର୍ଯ୍ୟ କରିବାକୁ ପଡିବ ଏବଂ ଅଧିକ ଟ୍ୟାକ୍ସ ଦେବାରୁ ବଂଚିତ ହେବେ l ଏଥିରେ ଇନକମ ଟ୍ୟାକ୍ସ ଆକ୍ଟ ର ଧାରା 206AA ଓ 206CC ର ମଧ୍ୟ ଉଲେଖ ରହିଛି l

ଚଳିତ ବର୍ଷ ଇନକମ ଟ୍ୟାକ୍ସ ରିଟର୍ନ ଭରିବାର ଶେଷ ତାରିଖ ୩୧ ଜୁଲାଇ ରହିଛି l ଇନକମ ଟ୍ୟାକ୍ସ ଧାରା 139AA ଅନୁସାରେ, ପ୍ରତ୍ୟେକ ପ୍ୟାନ କାର୍ଡ ଧାରୀ ଙ୍କୁ ନିଜର ଆଧାର ନମ୍ବର ମଧ୍ୟ ଇନକମ ଟ୍ୟାକ୍ସ ରେ ଯୋଡିବାକୁ ପଡିବ l ଯଦି ଆପଣ ଏହି କାର୍ଯ୍ୟ ନକରିବେ ତେବେ ଅମାନ୍ୟ ଘୋଷିତ ହେବେ l ଆପଣ ଇନକମ ଟ୍ୟାକ୍ସ ରେ ଆଧାର ଲିଙ୍କ କରିବା ପାଇଁ ଡିପାର୍ଟମେଣ୍ଟ ର ଇ-ଫାଇଲିଂଗ ପୋର୍ଟାଲ ସାଇଡ କୁ ଯିବେ l

Ad2
Leave A Reply