Odisha news

ଇସ୍ରୋ ର ଆଉ ଏକ ଚମତ୍କାର , ଅନ୍ତରୀକ୍ଷରେ ଅଙ୍କୁରିତ ହେଲା ବୀଜ

0

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ କଲା ଆଉ ଗୋଟିଏ ରେକର୍ଡ, ଇସ୍ରୋ ପକ୍ଷରୁ ଅନ୍ତରୀକ୍ଷ ରେ ମଞ୍ଜି ଅଙ୍କୁରିତ କରିବାର ବଡ଼ ସଫଳତା ଲାଭ ହୋଇଛି, ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ଯେ ସୂକ୍ଷ୍ମ ଗୁରୁତ୍ୱକର୍ଷଣ ସ୍ଥିତି ରେ ଚାରିଦିନ ମଧ୍ୟରେ ଅନ୍ତରୀକ୍ଷ ଯାନ PSLV -C 60 ର PIM -4 ପ୍ଲାଟଫର୍ମ ଉପରେ କାଉସିଡ଼ ମଞ୍ଜି ଅଙ୍କୁରିତ ହୋଇଛି, ଖୁବ ଶୀଘ୍ର ପତ୍ର ବାହାରିବ ବୋଲି ଆଶା କରାଯାଉଛି, କାଉସିଡ଼ ପୋଷାକ ତତ୍ତ୍ୱରେ ଭରପୁର ଅଟେ l

ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ପରୀକ୍ଷଣ ପାଇଁ ସମୁଦାୟ ୮ଟି ମଞ୍ଜି କମ୍ପେକ୍ଟ ରିସର୍ଚ୍ଚ ମୋଡ୍ୟୁଲ ଫ୍ର ଆର୍ବିତଲ ପ୍ଲାଣ୍ଟ ଷ୍ଟଡ଼ିଜ ଅନୁସାରେ ଅନ୍ତରୀକ୍ଷ କୁ ପଠାଯାଇ ଥିଲା l ବିକ୍ରମ ସାରା ଭାଇ ସ୍ପେସ ଷ୍ଟେସନ ଏହି ପରୀକ୍ଷଣ କରିଥିଲା, ସୂଚନା ଯୋଗ୍ୟ ଯେ  PSLV -C 60  ମିଶନ ଦ୍ୱାରା ଦୁଇଟି ସ୍ପେଡେକ୍ସ ଉପଗ୍ରହ କୁ ଅନ୍ତରୀକ୍ଷ ରେ ୩୦ ଡିସେମ୍ବର ସ୍ଥାପିତ କରିଥିଲା, ସୂଚନା ଅନୁସାରେ ରକେଟ ର ଚତୁର୍ଥ ଚରଣ ର ପ୍ରକ୍ରିୟା ରେ PIM -4 ପ୍ଲାଟଫର୍ମ ପୃଥିବୀ କକ୍ଷ ପଥରେ ଘୁରି ବୁଲୁଚି, ଏଥିରେ ସମୁଦାୟ ୨୪ ପ୍ରକାର ପ୍ରୟୋଗ ୩୫୦ କିଲୋମିଟର ଦୂରରେ ଚଳୁଛନ୍ତି l

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଅନ୍ତରୀକ୍ଷ ରେ ମଞ୍ଜି ଅଙ୍କୁରିତ କରିବାର ଉଦେଶ୍ୟ ବିପରୀତ ସ୍ଥିତି ରେ ଗଛ ମାନଙ୍କର ବଢିବା ଜାଣିବା ହେଉଛି ମୁଖ୍ୟ ଉଦେଶ୍ୟ, ଆଗକୁ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ଅନୁସନ୍ଧାନ କରି ଅନ୍ତରୀକ୍ଷ ରେ ସଫଳତା ଲାଭ କରିବା ମୁଖ୍ୟ ଉଦେଶ୍ୟ l

Leave A Reply