ମୁମ୍ବାଇ,୧୩ା୩(ଏଜେନ୍ସି): କରୋନା ଭାଇରସ୍କୁ ନେଇ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଜାରି ହେବା ପରେ କ୍ରୀଡା ଜଗତରେ ହଇଚଇ ଆରମ୍ଭ ହୋଇଯାଇଛି । ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରାୟ ସମସ୍ତ କ୍ରୀଡା ପ୍ରତିଯୋଗିତା ଠପ୍ ହେବାକୁଯାଉଛି । ଭାରତ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆଗାମୀ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବିଦେଶଗସ୍ତ ଉପରେ ଅଙ୍କୁଶ ଲାଗିଛି । ସମସ୍ତ ଭିସା ରଦ୍ଦ ହୋଇଥିବାରୁ ବିଦେଶୀ କିମ୍ବା ଦେଶ ଭିତରୁ କୌଣସି ନାଗରିକ ବାହାରକୁ ଯାଇପାରିବେ ନାହିଁ । ଏଣୁ ଆଇପିଏଲ୍ର ୧୩ତମ ସଂସ୍କରଣ ଫିMା ପଡ଼ିଯିବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍କୁ ସ୍ଥଗିତ ରଖିଛି । ମିଡ଼ିଆ ରିଲିଜ୍ରେ ବିସିସିଆଇ ପକ୍ଷରୁ କରୋନା ଭାଇରସ୍ ଆତଙ୍କ ଯୋଗୁଁ ଆଇପିଏଲ୍କୁ ସ୍ଥଗିତ ରଖାଗଲା ବୋଲି ସ୍ପଷ୍ଟ କରାଯାଇଛି । ଶନିବାର ମୁମ୍ବାଇରୁ ଆଇପିଏଲ ଗଭର୍ଣ୍ଣିଂ
କାଉନ୍ସିଲ ବୈଠକ ହେବ । ଏହା ପୂର୍ବରୁ ଆଇପିଏଲ୍ ସହ ଜଡ଼ିତ ବିଜ୍ଞାପନା ଦାତା, ସମସ୍ତ ଫ୍ରାଞ୍ଚାଇଜ୍, ଷ୍ଟେପ୍ ହୋଲïର୍ସ, ପ୍ରସାରଣକାରୀ ଚ୍ୟାନେଲ ସହ ଯୋଗଯୋଗ ହୋଇସାରିଛି । କରୋନା ଭାଇସର ବିପତ୍ତି ଯୋଗୁଁ ବୃହତ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇପିଏଲ୍କୁ ଘୁଞ୍ଚାଯାଇଛି । କାରଣ ଦର୍ଶକଙ୍କ ସମ୍ପୃକ୍ତି ବିନା କ୍ରିକେଟ୍ ନିରର୍ଥ । ସ୍ୱାସ୍ଥ୍ୟ ବିଭାଗର ଘୋଷଣାନାମା ପରେ ସ୍କୁଲ, କଲେଜଠୁ ଆରମ୍ଭ କରି ସିନେମା ହଲ୍ ଓ ମେଳା ମହୋସିବ ଆଦି କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ଅନ୍ତର୍ଜାତୀୟ ଖେଳସୂଚୀକୁ ଦୃଷ୍ଟିରେ ରଖି ଆଇପିଏଲ୍କୁ ସଂକ୍ଷିପ୍ତ କରିବା ପାଇଁ ବିସିସିଆଇ ଯୋଜନା କରିପାରେ । ଏତଦ୍ଭିନ୍ନ ଖେଳାଳିଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଭାରତର ୨/୩ଟି ସୁରକ୍ଷିତ ସହରରେ ଆଇପିଏଲ୍ ଆୟୋଜନ କରିବାର ବିକଳ୍ପ ବ୍ୟବସ୍ଥା ହୋଇପାରେ । ମହାରାଷ୍ଟ୍ର ସରକାର ମୁମ୍ବାଇ ଓ ପୁନେରେ ଆଇପିଏଲ୍ ଆୟୋଜନ କରିବା ପାଇଁ ସହମତି ଦେଇସାରିଛନ୍ତି ।
Next Post