ଅଷ୍ଟ୍ରେଲିଆ ର ପୂର୍ବତନ ଅଧିନାୟକ ଓ କ୍ରିକେଟ ମହାରଥୀ ରିକି ପଣ୍ଡିଙ୍ଗ ନିଜ ଟିମ କିଙ୍ଗସ ଇଲେଭେନ ପଞ୍ଜାବ ସହିତ ମିଶି ଆଇପିଏଲ ପ୍ରିମିଆର ଲିଗ ୨୦୨୫ ପୂର୍ବରୁ ଟ୍ରାଡିସନାଲି ପୂଜା କରିଛନ୍ତି l ୨୦୨୪ ସେପ୍ଟେମ୍ବର ରେ ପଞ୍ଜାବ ଦଳର ହେଡ଼ କୋଚ ଥିଲେ l ରିକି କ୍ରିକେଟ ର ସବୁଠୁ ମହାନ ଖେଳାଳୀଙ୍କ ମଧ୍ୟରୁ ଜଣେ l ୫୦ ବର୍ଷର ଏହି ଅନୁଭବୀ ଖେଳାଳୀ ନିଜର ସମସ୍ତ ଷ୍ଟାଫ, କୋଚ ଙ୍କ ସହିତ ମିଶି ପୂଜାରେ ଭାଗ ନେଇଥିଲେ l ଟିମ ର ଆଶା ରହିଛି ଯେ ପୂଜା ତାଙ୍କ ଟିମ ର ଭଲ ପାଇଁ ହୋଇଛି l
ଏହି ପୂଜାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ ସେୟାର ହୋଇଛି, ଭିଡିଓ ରେ ପଣ୍ଡିଙ୍ଗ ଅଗ୍ନି ରେ ହିନ୍ଦୁ ରୀତିନୀତି ରେ ପୂଜା କରିଥିବାର ଦେଖିବାକୁ ମିଳିଥିଲା l ପୋଣ୍ଟିଙ୍ଗ ଙ୍କର ଏହି ପଦକ୍ଷେପ ପ୍ରଶଂସକ ଙ୍କ ମଧ୍ୟରେ ସହିତ ମିଶି ପୂଜାର୍ଚନା କରିଥିଲେ l
ଏବଂ ନିଜ ଦଳର ଅନ୍ୟ ସଦସ୍ୟ ଙ୍କ ସହିତ ମିଶି ହବନ ଅଗ୍ନି ରେ ହବନ ସାମଗ୍ରୀ ପକାଇ ଥିଲେ, ଗୋଟିଏ ହିନ୍ଦୁ ରୀତି ନୀତି ଏହି ପୂଜା ଅନୁଷ୍ଠିତ ହୋଇଥିଲା l ଏବଂ ଏହି ପୂଜା ରେ ସମସ୍ତ ଖେଳାଳି ଙ୍କ ସହିତ ରିକି ତଳେ ମଧ୍ୟ ବସିଥିଲେ l
ଏହାର ଭିଡିଓ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ରିକୀ ଙ୍କ ପ୍ରଶଂସକ ଙ୍କ ମନରେ ଖୁସି ଛାଇ ଯାଇଥିଲା, ଏବଂ ସମସ୍ତେ ରିକି ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ l କିନ୍ତୁ ଏହାକୁ ନେଇ ପାକିସ୍ତାନ ଖୁବ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ସମାଲୋଚନା ମଧ୍ୟ କରିଥିଲା l ପାକିସ୍ତାନ ମତରେ ରିକି ଅଲଗା ଧର୍ମର ହୋଇଥିବା ହେତୁ ଏତେ ଅଧିକ ହିନ୍ଦୁ ଧର୍ମ କୁ ସମ୍ମାନ ଦେବା ଜରୁରୀ ନୁହେଁ l ଯାହାକି ଧର୍ମ ବିରୋଧୀ ଅଟେ, ଏବଂ ଭାରତୀୟ ମାନେ ମଧ୍ୟ ରିକି ଙ୍କୁ ଏଇସବୁଥିରୁ ବାରଣ କରିବା ଜରୁରୀ ଥିଲା l