Odisha news

IPL ପୂର୍ବରୁ ପ୍ରୀତି ଜିଣ୍ଟl ଙ୍କ ବଡ଼ ବୟାନ , ଯାହାକୁ ନେଇ ଉଠୁଛି ପଡୁଛି ସୋସିଆଲ ମିଡ଼ିଆ

0

IPL ରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଟିମ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କିଙ୍ଗସ 11 ପଞ୍ଜାବ, କିଙ୍ଗସ 11 ପଞ୍ଜାବ ମାତ୍ର ଥରୁଟିଏ ଫାଇନାଲ ରେ ପହଞ୍ଚିଥିଲା, ୨୦୦୮ ରୁ ୨୦୨୫ ହୋଇଗଲା, କିନ୍ତୁ ବର୍ତମାନ ସୁଧା ଥରୁଟିଏ ମଧ୍ୟ ସେ IPL ଟ୍ରଫି ନିଜ ନାମରେ କରିନାହିଁ, ଏହାକୁ ନେଇ ଲୋକ ମାନଙ୍କର ମତ ରହିଛି ଯେ କିଙ୍ଗସ 11ପଞ୍ଜାବ ର ମାଲିକାଣି ଙ୍କର ଖୁବ ଅଧିକ ସବୁଥିରେ ମୁଣ୍ଡ ପୁରାଇବା, ଯାହାର ଫଳାଫଳ ଦଳ ଭୋଗୁଛି, କିନ୍ତୁ ଏହି ମନ୍ତବ୍ୟକୁ ନେଇ ପ୍ରୀତି ଅଲଗା କିଛି କହିଛନ୍ତି l

୨୦୧୪ ରେ ହାରିଥିଲା କିଙ୍ଗସ 11 ପଞ୍ଜାବ
୨୦୦୮ ରେ ପଞ୍ଜାବ ଟିମ ସହିତ ଦିଲ୍ଲୀ ଓ ବେଙ୍ଗାଳୁରୁ ଟିମ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ରେ ବିଜୟ ଲାଭ କରିନାହାନ୍ତି, ଦିଲ୍ଲୀ ଓ ଆରସିବି ମଧ୍ୟ ଅନେକ ସମୟ ରେ ନିଜର ସ୍ଥାନ ପ୍ରସ୍ତୁତ କରିଛନ୍ତି, ପଞ୍ଜାବ ୨ଥର କେବଳ ଟପ 4ରେ ରହିଥିଲା, ୨୦୧୪ ରେ ପଞ୍ଜାବ ଦଳ ଟ୍ରଫି ର ଖୁବ ନିକଟତର ଥିଲେ ସୁଧା କୋଲକାତା ନାଇଟ ରାଇଡ଼ର୍ସ ଠାରୁ ପରାଜୟ ଲାଭ କରିଥିଲା l

ପ୍ରୀତିଙ୍କ ପୋଷ୍ଟ –
ଏକ୍ସ ରେ ଜଣେ ପ୍ରଶଂସକ ପଚରା ଯାଇଥିବା ପ୍ରଶ୍ନ ର ଉତ୍ତରରେ ପ୍ରୀତି କହିଛନ୍ତି ୨୦୧୪ ରେ ଟିମ ର ସଫଳତା ର କାରଣ ବିଷୟରେ କହିଛନ୍ତି, ସେ କହିଛନ୍ତି ୨୦୧୪ ରେ ଟିମ ର ଚମତ୍କାର ପ୍ରଦର୍ଶନ ଥିଲା, ଖୁବ ସୁନ୍ଦର ଅଧିନାୟକତ୍ୱ ଥିଲା, ମାଲିକ ମାନଙ୍କର କୌଣସି ହସ୍ତକ୍ଷେପ ନଥିଲା, ଏବଂ ଟିମ ରେ ଖୁବ କମ କାଟ ଛାଁଟ ଥିଲା l

ଏହି ପୋଷ୍ଟ ପରେ ପ୍ରଶଂସକ କହିଛନ୍ତି ଦୟାକରି ଚଳିତଥର ମଧ୍ୟ ମାଲିକ ମାନଙ୍କର ହସ୍ତକ୍ଷେପ ନରହିବା ଭଲ l ଏହାଦ୍ୱାରା ସମସ୍ତ ଟିମ ଭଲ ପ୍ରଦର୍ଶନ କରିବେ l

Leave A Reply