Odisha news

ଫାଟିଲା ପାରାଦୀପ୍ ଆଇଓସିଏଲ୍ ପାଇପ୍ ଲାଇନ : ବୋହିଗଲା ଶହ ଶହ ଲିଟର ତେଲ

0
ପାରାଦୀପ୍ – ଫାଟିଲା ପାରାଦୀପ୍ ଆଇଓସିଏଲ୍ ପାଇପ୍ ଲାଇନ  | ବୋହି ଗଲା ସହ ସହ ଲିଟର ଅଶୋଧିତ ତୈଳ  | ଆଜି ପାରାଦୀପ୍ ହଳଦିଆ ପାଇପ୍ ଲାଇନ ହଠାତ ଫାଟି ଥିବା ବେଳେ ଏହି ପାଇପ୍ ଲାଇନ ଦେଇ ଯାଉଥିବା ଅଶୋଧିତ ତୈଳ ଲିକ୍ ହେବାରେ ଲାଗିଛି  | ଫଳରେ ତେଲ ଗୁଡିକ ପାଇପ୍ ଲାଇନ ରୁ ବାହାରି ତଳେ ମିଶୁଥିବା ଦେଖିବାକୁ ମିଳିଛି  | କିଛି ଅସାମାଜିକ ବ୍ୟକ୍ତି ତେଲ ଚୋରି  ରୟାକେଟ ସହ ସମ୍ପୃକ୍ତ ଥିବା କୁହାଯାଉଛି  | ପୂର୍ବରୁ ବହୁ ବାର ଏଭଳି ହୋଇଥିବା ବେଳେ କିଛି ତେଲ ଚୋରା ମାଫିଆ ପାଇପ୍ କୁ କଣା କରି ସେଥିରେ ଭଲ୍ଭ ଓ ପାଇପ୍ ସେଟିଂ କରି ମାଟି ତଳେ ନେଇ ପାଖରେ ଥିବା ନଦୀ ଭିତରେ ଡଙ୍ଗା ସାହାଯ୍ୟ ରେ ତେଲ କାଢି ନେଇଯାଆନ୍ତି  | ଆଜିର ଘଟଣା ସେହି ତେଲ ରାକେଟ ର ହୋଇଥାଇ ପାରେ ବୋଲି ସାଧାରଣ ରେ ସନ୍ଦେହ କରାଯାଉଚି  | ତେଲ ପାଇପ୍ କୁ କର୍ତ୍ତୁପକ୍ଷ ମରାମତି କରିଥିବା ଜଣାପଡିଛି  |
Leave A Reply