Odisha news

ଆଇଓସିଏଲରେ ମରାମତି କାର୍ଯ୍ୟକୁ ନେଇ ଚିନ୍ତାରେ ସ୍ଥାନୀୟ ଶ୍ରମିକ

0

ପାରାଦୀପ : ଖୁବ୍ଶୀଘ୍ର ଆଇଓସିଏଲ୍ରେ ମରାମତି କାର୍ଯ୍ୟ ଆରମ୍ଭ ହେବ । ବର୍ତମାନ ଏହାକୁ ନେଇ ଚିନ୍ତାରେ ‘ପାରାଦୀପ ପେଟ୍ରୋଲିୟମ୍ ଆଣ୍ଡ୍ ହ୍ୟାଣ୍ଡେଲିଙ୍ଗ ପ୍ରଡକ୍ଟ ଆଣ୍ଡ କ୍ୟାରିୟର ଏମ୍ପ୍ଲୟର୍ସ ୟୁନିଅନ’ ଶ୍ରମିକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନେ କରିଥିବା ଅଭିଯୋଗ ମୁତାବକ, ଆଇଓସିଏଲ୍ରେ ମରାମତି କାର୍ଯ୍ୟ ପାଇଁ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକ ପାରାଦୀପ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସମସ୍ତ ଶ୍ରମିକ ଭୟଭୀତ ଅବସ୍ଥାରେ ଅଛନ୍ତି । ଆସନ୍ତାକାଲିଠାରୁ ସମସ୍ତ ଶ୍ରମିକଙ୍କୁ ଆଇଓସିଏଲ ଆସିବା ପାଇଁ କୁହାଯାଇଛି ।

ଏହାସହ ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେଠାରେ ସଙ୍ଗରୋଧରେ ରହିବା ପାଇଁ ପ୍ରସ୍ତୁତି ହୋଇ ଆସିବା ପାଇଁ କୁହାଯାଇଛି । ମାତ୍ର ଏହି ସମୟ ମଧ୍ୟରେ ଯଦି ଶ୍ରମିକମାନେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରନ୍ତି, ତେବେ ସେମାନଙ୍କ ପରିବାର କେମିତି ଚଳିବ ଏ ନେଇ ଆଇଓସିଏଲ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ଏଣୁ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରି ଆଇଓସିଏଲ କର୍ତୃପକ୍ଷ ବନ୍ଦର ପ୍ରଶାସନ ଭଳି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସେମାନଙ୍କ ପରିବାରବର୍ଗରୁ ଜଣଙ୍କୁ ଚାକିରି ଦେବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହାସହ ମରାମତି କାର୍ଯ୍ୟ କରିବା ସମୟରେ ପ୍ରତ୍ୟେକ ଶ୍ରମିକଙ୍କୁ ସମସ୍ତ ନିରାପତା ସାମଗ୍ରୀ ଯୋଗାଇ ଦେବା ପାଇଁ ସଂଗଠନର ସାଧାରଣ ସମ୍ପାଦକ ସନାତନ ବେହେରା, ଯୁଗ୍ମ ସମ୍ପାଦକ ଅଭିମନୁ୍ୟ ବେହେରା ଓ ଶ୍ରମିକ ବିଜୟ କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି ।

Nalco

Leave A Reply