Odisha news

ଯୋଗପାଥି

0

ସୁଧାଂଶୁ ଶେଖର ଦ୍ବିବେଦୀ : ଅନେକେ ଅନେକ ପ୍ରକାର ନୂଆ ନୂଆ କୌଶଳ ଦ୍ୱାରା ଆଜିର ଆଧୁନିକ ସଭ୍ୟତାରେ ପ୍ରଦଶନ କରି ବେଶ ଆଗକୁ ବଢି ଚାଲିଛନ୍ତି।ଯୋଗର ମଧ୍ୟ ବିଭିନ୍ନ ପ୍ରକାର ଆଧ୍ନିକ କୌଶଳମାନ

ଗାଁ,ସହର,ନଗର,ଉପ ନଗର,ମହା ନଗର ମାନଙ୍କରେ ହୋଇ ଚାଲିଛି।କେଉଁଠାରେ ଶରୀରର ତାପମାତ୍ରା ଅନୁସାରେ କୋଠରୀକୁ ଅବିକଳ ଶରୀର ତାପମାନ ଜରୀଆରେ ଯୋଗ କରୁଛନ୍ତି ଟ କେହି କେହି କେବଳ ସୂର୍ଯ୍ୟ ନାମସ୍କାରକୁ ଅଧିକ ପ୍ରାଧାନ୍ୟ ଦେଇ ନିର୍ଦ୍ଧିଷ୍ଟ ସମୟ ଅନୁପାତରେ କରୁଛନ୍ତି।ସେମିତି

ଆହିରୀ ଅନେକେ ପାୱାର ଯୋଗ,ବିକ୍ରମ ଯୋଗ,ୱାର୍ଲଡ଼ ଯୋଗ ଇତ୍ୟାଦି ଅନେକ ଆଧୁନିକ ନାମକାରଣ ଅନିଯାୟୀ ପଦର୍ଶିତ ହେଉଛି।
ମାତ୍ର ଯୋଗ କେବଳ ହିଁ ଯୋଗ ହୋଇଥାଏ।ସେଇ ପୁରୁଣା ପଦ୍ଧତି,ପୁରୁଣା ଅଭ୍ୟାସ।ତାକୁ ଯେତେ ମୋଡି ଭାଙ୍ଗି କଲେ କଣ ହେବ?ଶରୀର ସୁହାଉ ଥିବାଠାରୁ ଅଧିକ ପରିମାଣରେ କଲେ ଅଧିକ ଲାଭ ମିଳିବ ବୋଲି ଅନେକଙ୍କର ବିଶ୍ବାସ।ହେଲେ ପ୍ରକୃତ ଯୋଗ ସେଇୟା ନୁହେଁ।ସୀମା ଉଲ୍ଲଂଘନ କରି ଯେକୌଣସି କାର୍ଯ୍ୟ କଲେ କ୍ଷତି ବ୍ୟତୀତ କିଛି ଲାଭ ମିଳି ନଥାଏ।ବରଂ ଶରୀରରେ ବ୍ୟଥା ଯନ୍ତ୍ରଣା ହୁଏ।ମହର୍ଷି ପତଞ୍ଜଳିଙ୍କ ଯୋଗସୂତ୍ର ଅନୁସାରେ “ସ୍ଥିରମ ସୁଖମ ଆସନମ”

ଅର୍ଥାତ ଯୋଗକୁ ସ୍ଥିର ଭାବେ ଖୁସି ମନରେ ଆରାମ ସହ କାରେ କରିବା ଉଚିତ।ତେବେ ଆଜିର ସମାଜ ଏତେ ଆଗକୁ ଆଗେଇ ଯାଇଛି ଯେ ପଛକୁ ଜାବୁଡି ଧରିବାକୁ ଆଉ କେହି ରାଜି ହେଉ ନାହାନ୍ତି।ଏହାର ଅର୍ଥ ନୁହେଁ ଯୋଗର ମହତ ଉଦ୍ଦେଶ୍ୟରେ କିଛି ଅନାବଶ୍ୟକ ପଦ୍ଧତିକୁମିଶାଇ ଅପମିଶ୍ରଣ କରିଦେବା?ତଥାପି ଯୋଗ ସମ୍ପର୍କରେ ଯେଉଁମାନଙ୍କର ସଠିକ ଧାରଣା ଅଛି ସେମାନେ ସେହି ପୁରୁଣା ପଦ୍ଧତିରେ ସାମାନ୍ୟ ନୂତନ୍ତାରେ ପରିବର୍ତ୍ତନ କରି ଆପଣାଉଛନ୍ତି।

ଉପରେ ଦିଆଯାଇଥିବା ଶିରୋନାମାକୁ ତର୍ଜମା କଲେ ଯୋଗ ପାଥି ମୋର ଏକ ପରିକଳ୍ପନା ମାତ୍ର।ଯେମିତି ଏଲୋପାଥି, ନେଚରପାଥି, ହୋମିଓପାଥି ଉପଚାର ମାଧ୍ୟମରେ ଶରୀର ଓ ମଙ୍କୁ ସନ୍ତୁଳନ କରାହେଉଛି ଯୋଗପାଥି ସେହିପରି ମନ, ଶରୀର ଓ ଆତ୍ମାକୁ ଜାଗ୍ରତ କରିବାର ଉପଯୁକ୍ତ ପଦ୍ଧତି।
ଯୋଗ କେବଳ ଗୋଟିଏ ଶବ୍ଦ ନୁହେଁ,ଏହା ଶାରୀରିକ, ମାନ ସିକ ଓ ପ୍ରାଣିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଭାବ ପକାଇଥାଏ।ଏହା ସବୁଠି,ସଭିଙ୍କଠାରେ,ସବୁ କ୍ଷତ୍ରରେ ପରିବ୍ୟାପ୍ତ।ପ୍ରାୟତଃ ଅନେକେ ଏହାର ଉପକାର ଓ ଅପକାର ସମ୍ପର୍କରେ ଅବଗତ ହୋଇ ଜୀବନର ମାଧ୍ୟମ କରି ପାରିଛନ୍ତି।

ଯୋଗପାଥି ମାନବ ଜୀବନର ଏକ ବିଧି ବିଧାନ ଅଟେ।ଏ ବିଷୟରେ ଗୀତା, ଉପନିଷଦ,ବେଡ଼,ପୁରାଣରେ ସବିଶେଷ ଭାବେ ଲେଖା ହୋଇଛି।ଯୋଗପାଥିକୁ ଆସନ ଅଭ୍ୟାସ ମାଧ୍ୟମରେ ସଂଯୋଜନା କରି ତାହାର ଉପକାର ଓ ଅପ କାରକୁ ଜାଣିବା ହିଁ ଆମ ମାନଙ୍କ ଲକ୍ଷ୍ୟ ହେବା ଉଚିତ।ଯାହା ଆମ ଜୀବଙ୍କ କେବଳ ଶକ୍ତି,ତେଜ,ସ୍ଫୁର୍ତ୍ତି ମିଳିନଥାଏ ଅପିତୁ ସୁଖ,ସନ୍ତୋଷ,ମାର୍ଜିତ ଚିନ୍ତାଧାରା ଓ ସରଳ ଜୀବନ ଯାପନ କରିବାର ମହା ଆନନ୍ଦ ପ୍ରାପ୍ତ ହୋଇଥାଏ।

କାହିଁ ଆଦି କାଳରୁ ଯୋଗର ଉତ୍ପତି।ପ୍ରାଚ୍ୟ ଇତିହାସରେ ଢ଼ଙ୍କା ହୋଇ ରହିଥିବା ଏକ ଅବୁଝା ବିଷୟ।ଯାହାକି ୫୦୦୦ ବର୍ଷର ପୁରୁଣା।କେବଳ ଭାରତ ନୁହେଁ,ସାରା ବିଶ୍ବର ସନ୍ଥ ମହାତ୍ମାଙ୍କ ଦ୍ୱାରା ଏହା ଧିର ଧିର ପ୍ରଚାର ବିକାଶ ହୋଇଛି।ଦେବତାମାନେ ଏହାକୁ ଆପଣାର କରି ତାଜସ୍ୱୀ ହୋଇଛନ୍ତି।ମୁନି ରୂଷିମାନେ ଯୋଗ ବିଷୟରେ ଅନେକ ତଥ୍ୟକୁ ସମ୍ବଳିତ କରି ସାରା ଜଗତ ପାଇଁ ମହତ କାମ କରି ଯାଇଛନ୍ତି।କେବଳ ସେଇମାନେ ନୁହଁନ୍ତି ଆଧୁନିକ ସଭ୍ୟତାର ଅନେକ ଯୋଗୀଙ୍କର

ଅବଦାନ ଅତୁଳନୀୟ।ସେମାନଙ୍କ ମଧ୍ୟରେ ସ୍ୱାମୀ ବିବେକା ନନ୍ଦ, ସ୍ୱାମୀ ସତ୍ୟନନ୍ଦ,ସ୍ୱାମୀ ଯୋଗାନନ୍ଦ,ରମଣ ମହର୍ଷି, ସ୍ୱାମୀ ରାମଦେବ,ଶ୍ରୀ ରବିଶଙ୍କର ଅନ୍ୟତମ।

ଯୋଗର ଗୁଢ ତତ୍ତ୍ୱ ବିଷୟରେ ଜାଣି ବୁଝି ବିଚାର କରି ସଠିକ ଭାବେ ପ୍ରୟାସ କରିବା ହିଁ ଯୋଗପାଥି।ପ୍ରୟାସ ନିଜ ଘରେ, ଯୋଗ ସଂସ୍ଥାନରେ,ପଡ଼ିଆରେ କିମ୍ବା ସ୍ଵଛ ବାତାବରଣରେ କରିବା ବିଧେୟ।ଏହାକୁ କରିବା ପାଇଁ କିଛି ଜରୁରୀ ନିୟମ ଅବଲମ୍ବନ କରିବାକୁ ପଡିଥାଏ।

୧.ପ୍ରଥମେ ଠକଭାବେ ଶୌଚ,ଦାନ୍ତ ବ୍ରଶ ଓ ପେଟ ଖାଲି ରହିବା ଆବଶ୍ୟକ।
୨.ଢିଲା ଓ ସୂତା ପୋଷାକ ପିନ୍ଧିବା ଉଚିତ।
୩.ଖୋଲା ଓ ନିରୋଳା ସ୍ଥାନ ସବୁଠାରୁ ଉତ୍ତମ।
୪.ଅଭ୍ୟାସ ଗୁଡିକ କରିବା ପାଇଁ ନରମ ଆସନ, ସତରଞ୍ଜି ଇତ୍ୟାଦି ଆବଶ୍ୟକ ହୋଇଥାଏ।
୫.ଯୋଗ ପ୍ରଶିକ୍ଷକଙ୍କଠାରୁ ସଠିକ ଅଭ୍ୟାସ ଜାଣିବା ପରେ ନିଜପାଇଁ ନିର୍ଦ୍ଧିଷ୍ଟ ଅଭ୍ୟାସ କରବା ବାଞ୍ଛନୀୟ।

Leave A Reply