Odisha news

ଗ୍ରାହକଙ୍କୁ ଲାଗିଲା ପୁଣି ଝଟକା : ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସାମାନ୍ୟ ଆଶ୍ବସ୍ତି ହେବା ବେଳକୁ ଗାଡି ଇନ୍ସୁରାନ୍ସ ର ମୂଲ୍ୟ ବୃଦ୍ଧି

0
ନୂଆଦିଲ୍ଲୀ : ବର୍ତମାନ ଗୋଟିଏ ପଟରେ ସରକାର ପେଟ୍ରୋଲ ଡିଜେଲ ଦରରେ ହ୍ରାସ କରିବା ପାଇଁ ଏକ୍ସସାଇଜ ଡ୍ୟୁଟି ରେ ହ୍ରାସ କରି ସାମାନ୍ୟ ଅସ୍ବସ୍ତି ମିଳିଥିବା ବେଳେ, ଅନ୍ୟ ପକ୍ଷରେ ଗୋଟିଏ ନୂଆ ନିୟମ ଲାଗୁ ହୋଇଛି l ଯଦି ଆପଣ ଗାଡି ବ୍ୟବହାର କରୁଛନ୍ତି ତେବେ ଥାର୍ଡ଼ ପାର୍ଟି ଇନ୍ସ୍ୟୁରାନ୍ସ ରେ ଅଧିକ ଖର୍ଚ୍ଚାନ୍ତ ହେବେ l ଥାର୍ଡ଼ ପାର୍ଟି ଇନ୍ସୁରାନ୍ସ ର ଦେୟ ବର୍ତମାନ ଅଧିକ ବୃଦ୍ଧି ହେବାକୁ ଯାଉଛି l ଗତ ୨ବର୍ଷ ହେଲା ଥାର୍ଡ଼ ପାର୍ଟି ଇନ୍ସୁରାନ୍ସ ରେ କୌଣସି ବୃଦ୍ଧି ହୋଇ ନଥିଲା l
ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ରେ କୁହାଯାଇଛି ଯେ ଥାର୍ଡ଼ ପାର୍ଟି ଇନ୍ସୁରାନ୍ସ ର ନୂଆ ଦର ଚଳିତ ବର୍ଷ ଜୁନମାସ ୧ତାରିଖ ଲାଗୁ କରାଯିବ l ଏହା ପୂର୍ବରୁ ୨୦୨୦ ରେ କରାଯାଇ ଥିଲା l ଏହାର ଅର୍ଥ ଆସନ୍ତା ମାସରୁ ଆପଣ ଥାର୍ଡ଼ ପାର୍ଟି ଇନ୍ସୁରାନ୍ସ ପାଇଁ ଅଧିକ ପଇସା ଦେବେ l
କଣ ରହିଛି ନୂଆ ଦର –
ପ୍ରାଇଭେଟ କାର –
୧୦୦୦ ସିସି – ୨୦୯୪
୧୫୦୦ ସିସି – ୩୪୧୬
୧୫୦୦ ରୁ ଅଧିକ – ୭୮୯୭
ଟୁ ହ୍ୱିଲର –
୭୫ ସିସି – ୫୩୮
୭୫ ରୁ ୧୫୦ ସିସି – ୭୧୪
୧୫୦ ରୁ ୩୫୦ ସିସି – ୧୩୬୬
୩୫୦ ରୁ ଅଧିକ – ୨୮୦୪
ଇଲେକ୍ଟ୍ରିକ ପ୍ରାଇଭେଟ କାର ଯାହାର କ୍ଷମତା ୩୦KW କୁ ୧୭୮୦ ଦେବାକୁ ପଡିବ l  ୩୦ରୁ୬୦ KW ଗାଡି ଗୁଡିକୁ ୨୯୦୪ ଥାର୍ଡ଼ ପାର୍ଟି ପ୍ରିମିୟମ ଦେବାକୁ ପଡିବ l
Leave A Reply