ଭୁବନେଶୂର : କୋଭିଡ-୧୯ର ତାଲାବନ୍ଦ ମଧ୍ୟରେ ଗରିବ ପରିବାର,ଡାକ୍ତରଖାନା କର୍ମଚାରୀ ଏବଂ ମନ୍ଦିର ପୂଜକଙ୍କୁ ରାସନ ଯୋଗାଇବା ପରେ, ସୋ ଆମ ଆଇ ଫାଉଡେସନ ଟ୍ରଷ୍ଟ ପୁରୀ,କଟକ ଏବଂ ଖୋର୍ଦ୍ଦା ଜିଲ୍ଲାର ସିନେମା,ଟେଲିଭିଜନ ଓ ସଂଙ୍ଗୀତ କଳାକାରଙ୍କୁ ରାସନ ପ୍ରଦାନ କରିବାକୁ ଆଗେଇ ଆସିଛି, ଏହାର ‘ଜନପୋଷଣ’ ପଦକ୍ଷେପ ଅନ୍ତର୍ଗତ । ଏମ୍/ଏସ୍ ଏମ୍ଜି ମହାନ୍ତିି ଓ ଆଓଟିଭିର ଙ୍କ ସମର୍ଥନ ସହିତ ବିତରଣ କାର୍ଯ୍ୟକ୍ରମରେ ସାଇ ଫାଉଡେସନ ର ପ୍ରତିଷ୍ଠାତା ପିନାକି ମହାନ୍ତି, ସହ ପ୍ରତିଷ୍ଠାତା ଚିଦତ୍ମିକା ଖଟୁଆ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଏକାମ୍ର କାନନ ସମ୍ମୁଖରେ ଥିବା କାଳୀ ମନ୍ଦିରରେ ଆୟେଜନ କରାଯାଇଥଲା । ଯେଉଁଠାରେ ଶ୍ରୀମତୀ ଅପରାଜିତା ସଡଙ୍ଗୀ ମାନ୍ୟବର ସାଂସଦ,ଭୁବନେଶୂର ଏବଂ ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତା ଶ୍ରୀ ଉତମ ମହାନ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫୦ କଳାକାର ଓ ୫୦ ଜଣ ବ୍ରାହ୍ମଣଙ୍କୁ ଆଜି ରାସନ୍ ଦିଆଯାଇଛି ।
ଏଥିରେ ଅତିଥି ଭାବେ ଯୋଗ ଦେଇ ସାଂସଦ ଶ୍ରୀମତି ଷଡଙ୍ଗୀ କହିଲେ ଯେ, “କୋରୋନା ମହାମାରୀ ସମୟରେ କୌଣସି ବ୍ୟକ୍ତି ଯେଭଳି ଭୋକିଲା ରହିବେନି ସେ ଦିଗରେ ଆମେ ସମସ୍ତେ ପ୍ରୟାସ କରିବା ଦରକାର” ।
ସୋ ଆମ ଆଇ ଫାଉଡେସନର ପ୍ରତିଷ୍ଠାତା ପିନାକୀ ମହାନ୍ତି ସୂଚନା ଦେଇଛନ୍ତି ଯେ, “ସୋ ଆମ ଆଇ ଫାଉଡେସନ ଓ ଭୁବନେଶୂର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ସହଯୋଗରେ ୧୦ ଟି ଫୁଡ ବ୍ୟାଙ୍କ ଆରମ୍ଭ କରିବାକୁ ଯୋଜନା କରିଛନ୍ତ”ି ।
ଏ ସର୍ମ୍ପକରେ ଶ୍ରୀମତି ଏମ୍ଜି ମହାନ୍ତି କହିଛନ୍ତି, “ଯେଉଁମାନେ ବର୍ତମାନ ସମୟରେ ଖାଦ୍ୟ ପାଇଁ ଅସୁବିଧା ଭୋଗୁଛନ୍ତି,ସେମାନଙ୍କୁ ସାହାଯ୍ୟର ହାତ ବଢାଇବାକୁ ଏହା ଏକ ପ୍ରୟାସ । ପୂର୍ବରୁ ବିଏମସି ସହଯୋଗରେ ଆମେ ପୂର୍ବରୁ ୫୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେଇଛୁ ବୋଲି ସେ କହିଛନ୍ତ”ି ।
ଏହା ପୂର୍ବରୁ ଶ୍ରୀମତି ଏମ୍ଜି ମହାନ୍ତିି ଙ୍କ ସମର୍ଥନରେ ସୋ ଆମ ଆଇ ଫାଉଡେଶନ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ଭୁବନେଶୂର ର ପ୍ରାୟ ୫୦୦୦ ପରିବାର ଏବଂ ଓଡିଶାର ୫୦୦୦ ପରିବାରଙ୍କୁ ୧୫ ଦିନ ର ରାସନ ଯୋଗାଇ ଥିଲେ । କ୍ୟାପିଟାଲ ହସ୍ପିଟାଲ,ଭଦ୍ରକ ଡିଏଚକୁ୍ୟ ହସ୍ପିଟାଲ,ପୁରୀ ଡିଏଚକୁ୍ୟ ହସ୍ପିଟାଲ ଏବଂ ବାରିପଦା ଏଚକୁ୍ୟ ହସ୍ପିଟାଲ ଏବଂ ସ୍ୱଳ୍ପ ଆୟକାରୀ କର୍ମଚାରୀଙ୍କୁ ଫାଉଡେସନ୍ ୨ ମାସର ରାସନ ଯୋଗାଇ ଥିଲା । ଖୋର୍ଦ୍ଦା ଓ ପୁରୀ ଜିଲ୍ଲାର ୧୦୦୦ ଗରିବ ମନ୍ଦିର ପୂଜକ ପରିବାରକୁ ଓ ମୟୁରଭଞ୍ଜର ୭୦୦ ଗରିବ ମନ୍ଦିର ପୂଜକ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଇଥିଲେ ।
ତାଲାବନ୍ଦ ଆରମ୍ଭ ଦିନରୁ ପ୍ରାୟ ୧୦୦୦ କାର୍ଯ୍ୟରତ ପୋଲିସ/ ଟ୍ରାଫିକ କନେଷ୍ଟବଳ,ଅବହେଳିତ ବୃଦ୍ଧ, ମହିଳା,ଭିନ୍ନକ୍ଷମ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ତରଭୁଜ, ରନ୍ଧା ମଧ୍ୟହ୍ନ ଭୋଜନ, ଜଳଖିଆ ଏବଂ ରାତ୍ରୀ ଭୋଜନ ପ୍ରଦାନ କରାଯାଇଛି ।
ସୋ ଆମ୍ ଆଇ ଫାଉଡେଶନ୍ ଟ୍ରଷ୍ଟ୍ ଯାହାକି ଏକ ଅଣ-ଲାଭକାରି ସଂସ୍ଥା ତାହାର ମୂଳ ଲକ୍ଷ୍ୟ ହେଉଛି, ଓଡିଶାକୁ କ୍ଷୁଧାମୁକ୍ତ କରିବା ଯେଭଳି ଜଣେ ଲୋକ ମଧ୍ୟ ଭୋକିଲା ଶୋଇବେ ନାହିଁ । ସଂଗଠନ ଦ୍ୱାରା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଆହାର କେନ୍ଦ୍ର, ମୋବାଇଲ ଭ୍ୟାନ ଭଳି ଅନେକ ପଦକ୍ଷେପ ନିଆଯାଇଛି । ରାଜ୍ୟରୁ କ୍ଷୁଧା ଦୂର କରିବା ପାଇଁ ଏହି ସଂଗଠନ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି ।