Odisha news

ଦୁନିଆର ଅନେକ ପୁରୁଷ ହେଉଛନ୍ତି ଇନଫର୍ଟିଲିଟି ଶିକାର, କଣ ରହିଛି ଏହା ପଛରେ କାରଣ

0
ଆଜିକାଲି ଅନେକ ପୁରୁଷ ଓ ମହିଳା ଉଭୟ ଅଲଗା ପ୍ରକାରର ଇନଫର୍ଟିଲିଟି ସମ୍ବନ୍ଧିତ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି l ପୁରୁଷ ମାନଙ୍କୁ ଯେଉଁଠି ସ୍ପର୍ମ କାଉଣ୍ଟ କମି ଯାଇଥାଏ କିମ୍ବା ସିମେନ କ୍ୱାଲିଟି ଠିକ ନହେବା ଏହାର ବଡ଼ କାରଣ ଅଟେ l ସେଠାରେ ମହିଳା ମାନେ ୟୁଟ୍ରସ ଶିଷ୍ଟ ବଡ଼ ସମସ୍ୟା ଭାବରେ ସାମ୍ନା କୁ ଆସିଛି l ପୁରୁଷ ମାନଙ୍କ ମଧ୍ୟରେ ଲୋ ସିମେନ କ୍ୱାଲିଟି ଓ ସ୍ପର୍ମ କାଉଣ୍ଟ ଯେତିକି ବଡ ସମସ୍ୟା ଭାବରେ ଦେଖା ଦେଇଛି ଏହା କିଛି ବର୍ଷ ପୂର୍ବରୁ ଦେଖାଯାଉ ନଥିଲା ।
ତେଣୁ ଆଜିକାଲି IVF ମାତୃତ୍ଵ ଲାଭ କରିବାର ଗୋଟିଏ ବଡ ଆବଶ୍ୟକ ଭାବରେ ଦେଖା ଦେଇଛି । ବିଶେଷ ଭାବରେ ଦେଖିବାକୁ ଗଲେ ଯାନ୍ତ୍ରିକ ଉପାୟ ଦ୍ଵାରା ମାତୃତ୍ଵ ଲାଭ କରିବା କିମ୍ବା ସନ୍ତାନ ଗ୍ରହଣ କରିବା କିଛି ଖରାପ ନୁହେଁ , ତଥାପି ପୁରୁଷ ମାନଙ୍କ ମଧ୍ୟରେ ଯେଭଳି ଭାବରେ ଇନ୍ଫର୍ଟିଲିଟି ସମସ୍ୟା ଦେଖା ଦେଇଛି ତାହାକୁ ଅଣଦେଖା କରିବା ଉଚିତ୍ ନୁହେଁ ।
ପୁରୁଷ ମାନଙ୍କ ମଧ୍ୟରେ କାହିଁକି ବୃଦ୍ଧି ପାଉଛି ଇନ୍ଫର୍ଟିଲିଟି ସମସ୍ୟା -:
* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ପୁରୁଷ ର ଫର୍ଟି ଲିଟି ସେତେବେଳେ ପ୍ରଭାବିତ ହୋଇଥାଏ ଯେତେବେଳେ ସେ ମା ଗର୍ଭରେ ଗୋଟିଏ ଭୃଣ ଭାବରେ ବିକଶିତ ହୋଇଥାଏ । ଯଦି କୌଣସି ମହିଳା ଗର୍ଭବତୀ ଥିବା ସମୟରେ ଅତ୍ୟଧିକ ପ୍ରଦୂଷଣ ଥିବା ସ୍ଥାନରେ ରହିଥାଏ ତେବେ ଗର୍ଭସ୍ଥ ଶିଶୁ ଉପରେ ଅନେକ ଖରାପ ପ୍ରଭାବ ପଡିଥାଏ ।
* ଏହା ଛଡ଼ା ଗର୍ଭବତୀ ଥିବା ସମୟରେ ଗୋଟିଏ ମା ଯେଉଁ ଭୋଜନ ଗ୍ରହଣ କରିଥାଏ , ତାର ପ୍ରଭାବ ମଧ୍ୟ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ । ଅଧିକ ପେଷ୍ଟି ସାଇଡ୍ସ ଯୁକ୍ତ ଆହାର ସେବନ କରିବା ଦ୍ୱାରା ଗର୍ଭସ୍ଥ ଶିଶୁ ର ଇନ୍ଫର୍ଟିଲିଟି ସମସ୍ୟା ଦେଖା ଯାଇଥାଏ ।
* ଦିନକୁ ଦିନ ବିଜ୍ଞାନ ର ଉନ୍ନତି ପାଇଁ ଯେଉଁସବୁ କେମିକାଲ ମଣିଷ ମାନଙ୍କ ସୁବିଧା ପାଇଁ ପ୍ରୟୋଗ କରାଯାଉଛି ସେହି କେମିକାଲ ବର୍ତ୍ତମାନ ନିଜର ପ୍ରଭାବ ଦେଖାଇ ଚାଲିଛନ୍ତି । ଯେଉଁ କାରଣରୁ ହର୍ମନ ଇମ୍ବାଲାନ୍ସ ବୃଦ୍ଧି ହୋଇ ରି ପ୍ରଡକ୍ସନ କାପାଶୀଟି ହ୍ରାସ ହେଉଛି । ଗର୍ଭବତୀ ଥିବା ସମୟରେ ମହିଳା ମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ମଧ୍ୟ ଏଥିରେ ସାମିଲ ରହିଛି ।
* ଚାଷ କାର୍ଯ୍ୟ ରେ ବ୍ୟବହୃତ ହେଉଥିବା ବିଭିନ୍ନ କେମିକାଲ ଇତ୍ୟାଦି ମଧ୍ୟ ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ । ଏଟ୍ରାଜିନ ନାମକ ଘାସ ସୁଖାଉଥିବା କେମିକାଲ ମଧ୍ୟ ଏଥିରେ ସାମିଲ ରହିଛି । ଏହି କେମିକାଲ ପୁରୁଷ ମାନଙ୍କ ମଧ୍ୟରେ ଇନ୍ଫର୍ଟିଲିଟି ସମସ୍ୟା ଓ ସ୍ପର୍ମ୍ କ୍ବଳିଟି ରେ ବାଧା ସୃଷ୍ଟି କରୁଛି ବୋଲି ଗୋଟିଏ ଗବେଷଣା ରେ କୁହାଯାଇଛି ।
* ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଟିଫିନ୍ , ପ୍ଲାଷ୍ଟିକ ବୋତଲ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ଇନ୍ଫର୍ଟିଲିଟି ର କାରଣ ଅଟେ । କାହିଁକି ନା ଏହା ପୁରୁଷ ମାନଙ୍କ ର ସୀମେନ୍ କୁ ପ୍ରଭାବିତ କରିଥାଏ ।
* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫୋମ୍ ରେ ପ୍ରସ୍ତୁତ ବିଭିନ୍ନ ଫର୍ଣିଚର୍ ମଧ୍ୟ ପୁରୁଷ ମାନଙ୍କ ର ଟେଷ୍ଟୋଷ୍ଟେରାନ୍ ସ୍ତର ପ୍ରଭାବିତ ହୋଇଥାଏ । ଏହା ଷ୍ପର୍ମ କୁ କ୍ଷତି ଘଟାଇ ଥାଏ ।
* ମୋଟାପା , ଖରାପ ଲାଇଫ୍ ଷ୍ଟାଇଲ , ଫିଯିକଲ ଆକ୍ତିଭିଟି ର କମି , ଅଲଟ୍ରା ପ୍ରୋଷେସ ଫୁଡ୍ ସେବନ ମଧ୍ୟ ଇନ୍ଫର୍ଟିଲିଟି ର ଗୋଟିଏ ବଡ କାରଣ ଅଟେ । ଏହାଦ୍ବାରା ସ୍ପାର୍ମ କଉଣ୍ଟ ହ୍ରାସ ହୋଇଥାଏ ।
* ମୋବାଇଲ୍ ଫୋନ୍ , ସେଲ୍ ଫୋନ୍ , ଲାପଟପ୍ ଇତ୍ୟାଦି ର ରେଡିଏସନ୍ ମଧ୍ୟ ପୁରୁଷ ମାନଙ୍କ ସ୍ପରମ୍ କାଉଁଟ କୁ ବାଧା ଦେଇଥାଏ ଓ
ଇନ୍ଫର୍ଟିଲିଟି ସମସ୍ୟା ଦେଖା ଯାଇଥାଏ ।
Nalco
Leave A Reply