ତାମିଲନାଡ଼ୁ : ତାମିଲନାଡ଼ୁର ଜଣେ ପୋଷ୍ଟମ୍ୟାନ୍ଙ୍କୁ ତାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ହିରୋ ଭାବେ ସମ୍ମାନିତ କରାଯାଇଛି । ଗତ ସପ୍ତାହରେ ଅବସର ନେଇଥିବା ଡି ସିବନ୍ ଡାକ ସେବା ଯୋଗାଇଦେବା ପାଇଁ ଘଞ୍ଚ ଜଙ୍ଗଲରେ ୩୦ ବର୍ଷକାଳ ପ୍ରତିଦିନ ୧୫ କିମି ଚାଲି ଚିଠିପତ୍ର, ପାର୍ସଲ ଆଦି ନ ି ଦ୍ଧ ର୍ । ର ି ତ ଠ ି କ ଣ । େ ର ପ ହ ଞ୍ଚ । ଉ ଥ ି େ ଲ । ଏଥିପାଇଁ ସୋସାଲ ମିଡିଆରେ ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ସିବନ୍ ସିଙ୍ଗାରା ଓ ମରପଲ୍ଲମ୍ ପାଖ ଜଙ୍ଗଲରେ ଥିବା ବସ୍ତି ଲୋକଙ୍କୁ ମେଲ୍ ଓ ପେନସନ୍ ପହଞ୍ଚାଉଥିଲେ । ସେ କୁନ୍ନୂର ନିକଟ ହିଲଗ୍ରୋଭ ପୋଷ୍ଟ ଅଫିସ୍ରୁ ୧୫ କିମି ଜଙ୍ଗଲ ଯାତ୍ରା କରିବା ମଧ୍ୟରେ ବହୁବାର ହିଂସ୍ର ବନ୍ୟଜନ୍ତୁଙ୍କୁ ସାମ୍ନା କରିଛନ୍ତି । ତାଙ୍କ ଅବସର ପରେ ଆଇଏଏସ୍ ଅଫିସର୍ ସୁପ୍ରିୟା ସାହୁ ଟ୍ୱିଟର୍ରେ ତାଙ୍କ ଫଟୋ ସେୟାର କରି କର୍ତ୍ତବ୍ୟପରାୟଣତା ବିଷୟରେ କହିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ରାଷ୍ଟ୍ର ନିର୍ମାଣରେ ତାଙ୍କ ଭୂମିକା ପ୍ରଶଂସନୀୟ । ଅନ୍ୟ ଜଣେ ଲେଖିଛନ୍ତି, ସିବନ୍ ଭାରତର ରିୟଲ୍ ହିରୋ ।