Odisha news

ବେତନଟୀ  : ଭାରତ ଚୀନ ସୀମାରେ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ , ଚାଇନା ନିର୍ମିତ ସାମଗ୍ରୀ ନକିଣିବାକୁ ପ୍ରତିଜ୍ଞା ପାଠ

0

ବେତନଟୀ  : ମାନବ ସମାଜର ସବୁଠାରୁ ବଡ ଶତ୍ରୁ ଭାବେ ଏବେ ଛିଡା ହୋଇଛି ଚୀନ । ଗୋଟିଏ ପଟେ କରୋନା ମହାମାରୀର ଭୂତାଣୁ ଏହି ଦେଶରୁ ବାହାରି ସାରା ବିଶ୍ୱକୁ ଏକ ବଡ କ୍ଷତି ପହଞ୍ଚାଇ ସାରିଲାଣି । ଏହି ସମୟରେ ଭାରତବର୍ଷର ସୀମାରେ ଚୀନ ତାର ସାମରିକ କାର୍ଯ୍ୟକଳାପ ମଧ୍ୟ ଆରମ୍ଭ କରି ଦେଇଛି ।

ଚୀନକୁ କଡା ଜବାବ ଦେବାକୁ ଯାଇ ଭାରତୀୟ ସ୍ଥଳ ସେନାର ଜଣେ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ପୁଅ ରାଇରଙ୍ଗପୁରର ନାଏବ ସୁବେଦାର ନନ୍ଦୁରାମ ସୋରେନ, ରାଇକିଆର ସିପାହୀ ସିକେ ପ୍ରଧାନ ଓ ୨୦ ଜଣ ସହୀଦ ହୋଇଛନ୍ତି । ଏହି ଘଟଣା ପରେ ବେତନଟୀର ବିଭିନ୍ନ ସ୍ଥାନରେ ସହୀଦ ଜବାନ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରା ଯାଇ ଥିଲା । କରୋନା ଲକ ଡାଉନ ହେତୁ ଏହି ସଭା ଗୁଡିକରେ କମ ଲୋକ ଯୋଗ ଦେଇ ଥିଲେ । ମହମବତୀ ଜାଳି, ନୀରବ ପ୍ରାର୍ଥନା କରି ସହୀଦ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଛି ।

ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ବେଳେ ଚୀନ ନିର୍ମିତ କୌଣସି ସାମଗ୍ରୀ ନକିଣିବାକୁ ପ୍ରତିଜ୍ଞା ପାଠ ମଧ୍ୟ କରା ଯାଇଛି । ବେତନଟୀ ଥାନା ଅଧୀନ ସଠିଲୋରେ ବରିଷ୍ଠ ନାଗରିକ ନିଶାମଣୀ ଦାସ, ପଦ୍ମମାଳି ମହିଳା ସଂଗଠନର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, ଗୀତାଞ୍ଜଳୀ ଘୋଷ, ସ୍ୱର୍ଣ୍ଣଲତା ମହାନ୍ତ, ମିନତୀ ସାହୁ, ବୃନ୍ଦାବନ ସାହୁ, ସନ୍ୟାସୀ ବିଶ୍ୱାଳ, ପ୍ରଭାକର ସାହୁ, ମନୋରଞ୍ଜନ ଦାସ, ଭବାନୀ ପ୍ରସାଦ ବାରିକ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଥିଲେ । ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ଗତିକୃଷ୍ଣ ମହାନ୍ତ ଚୀନ ସାମଗ୍ରୀ ନକିଣିବାକୁ ପ୍ରତିଜ୍ଞା ପାଠ କରାଇ ଥିଲେ । ସେହିପରି ବେତନଟୀ ଗୁଡିପୋଖରୀ ନିକଟରେ ଥିବା ଡିଜିଟାଲ ହେଲ୍ପ ଲାଇନ, ବେତନଟୀ ପରିସରରେ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଛି ।

ଶ୍ରେଷ୍ଠ ଗ୍ରାମୀଣ ସାମ୍ବାଦିକ ଭାବେ ପୁରସ୍କୃତ ଅଜୟ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ବିଶ୍ୱାଳ, ଉପସଭାପତି ସର୍ବେଶ୍ୱର ମହାନ୍ତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସମ୍ପାଦକ ଗତିକୃଷ୍ଣ ମହାନ୍ତ, କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାମଲ, ଡିଜିଟାଲ ହେଲ୍ପ ଲାଇନର ପରିଚାଳନା ନିଦେ୍ର୍ଦଶକ ସମାଜସେବୀ ଭବାନୀଶଙ୍କର ପରିଡା, ଶିକ୍ଷକ ଦୀପକ କୁମାର ପାତ୍ର, ପ୍ରିୟାନି ମିଶ୍ର, ଇତିଶ୍ରୀ ମହାନ୍ତ, ଗୀତିମଞ୍ଜରୀ ମହାନ୍ତ, ରଶ୍ମିକାନ୍ତ ସାହୁ, ବର୍ଖାରାଣୀ ଖାତୁନ, ଠାକୁରା ହାଁସଦା, ଭବାନୀଶଙ୍କର ମହାନ୍ତ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଥିଲେ । ଉଭୟ କାର୍ଯ୍ୟକ୍ରମରେ ଯଥା ସମ୍ଭବ ଘରେ ରହିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା ଓ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦିଆ ଯାଇଛି ।

Leave A Reply