ନୂଆଦିଲ୍ଲୀ: ଭାରତ ଚୀନ ସୀମା ସଂଘର୍ଷରେ ସହିଦ ହୋଇଥିବା ୩ ଭାରତୀୟ ଯବାନଙ୍କ ପରିଚୟ ମିଳିଛି। ବିହାର ରେଜିମେଣ୍ଟର କର୍ଣ୍ଣେଲ ବି. ସନ୍ତୋଷ ବାବୁ ସହିଦ ହୋଇଛନ୍ତି। ଏହାକୁ ନେଇ ତେଲେଙ୍ଗାନା ସୂର୍ଯ୍ୟାପେଟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ତାମିଲନାଡୁର ହାବିଲଦାର ପାଲାନି ଓ ଝାଡ଼ଖଣ୍ଡର ସିପାହୀ କୁନ୍ଦନ ଓଝା ମଧ୍ୟ ସହିଦ ହୋଇଛନ୍ତି।
ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍ ୧୫ ତାରିଖରେ ଏଲ୍ଏସିଇରେ ଚାଇନା ଓ ଭାରତ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ମୋଟ ୨୦ ଜଣ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ସହିଦ ହୋଇଥିବା ବେଳେ ୧୭ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ତେବେ ମାଇନସ୍ ତାପମାତ୍ରା ଯୋଗୁ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ଦିଆଯାଇଛି।
ଅନ୍ୟପଟେ ଚୀନ୍ ସହ ରକ୍ତାକ୍ତ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। CCS ବୈଠକ ଶେଷ ପରେ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ବୈଠକ ହୋଇଥିବା ସୂଚନା ମିଳିଛି।