Odisha news

ଏଲ .ଏ . ସି ରେ ଚୀନକୁ ଜବାବ ଦେବାପାଇଁ ଭାରତ କଲା ସେନା ମୃତୟନ

0

ନୂଆଦିଲ୍ଲୀ :ଭାରତ ଚୀନ ସୀମାରେ ଲାଗିରହିଥିବା ୩୪୮୮ କିଲୋମିଟର ନିୟନ୍ତ୍ରଣ ରେଖା ପାଖରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛି l ଏହି ନିଷ୍ପତି ସେତେବେଳେ ନିଆଯାଇଛି ଯେତେବେଳେ ସୀମାର ଆରପଟରେ ଚୀନ ଲଗାତାର ସୈନ୍ୟ ମୁତୟନ ବଢ଼ାଇ ଚାଲିଛି l ଏହି ନିଷ୍ପତି କେବଳ ଭାରତୀୟ ସେନା ନେଇ ନାହିଁ ,ଭାରତ -ତିବ୍ବତ ସୀମା ପୋଲିସ ମଧ୍ୟ ନିଜର ପୋଷ୍ଟ ଗୁଡିକରେ ସୈନ୍ୟ ମାନଙ୍କୁ ସଜାଗ କରିବା ସହିତ ଅତି ଆବଶ୍ୟକ ଜିନିଷ ପତ୍ର ପଠାଇବା ଆରମ୍ଭ କରି ଦେଇଛି l

ସେନାକୁ ସାହାଯ୍ୟ କରିବା ପାଇଁ ITBP ର ଅତିରିକ୍ତ କମ୍ପାନୀ ଗୁଡିକ ସୀମାରେ ସଜାଗ ହେବl ପାଇଁ ଶନିବାର ଦିନ ନିଷ୍ପତି ନିଆଯାଇଛି l ଏକ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ “ଗଲୱାନ ଘାଟିରେ ଉତେଜନା ବଢିବା ପରେ ଆମେ ସୈନିକ ମାନଙ୍କୁ ଲଦାକ ପଠାଇ ଦେଇଥିଲୁ ,ଏବେ ଏହି ସୈନିକ ମାନଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି l ”

ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଏହି ନିଷ୍ପତି ସେନା ମାନଙ୍କୁ ପେଟ୍ରୋଲିଙ୍ଗରେ ସାହାଯ୍ୟ କରିବ l ସେଥିପାଇଁ ପ୍ଲାଟୁନ ସ୍ଥାନରେ କମ୍ପାନୀକୁ ପଠାଯାଇଛି l ଗୋଟିଏ ପ୍ଲାଟୁନରେ ୩0 ଜଣ ଯବାନ ଥାନ୍ତି ,ଯେବେକି ଗୋଟିଏ କମ୍ପାନୀରେ ୧00 ଜଣ ଯବାନ ରୁହନ୍ତି l ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ରିପୋଟ ଅନୁସାରେ ସୋମବାର ଦିନ ଦୁଇଦେଶ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପରେ ମଧ୍ୟ ଗଲୱାନ ଘାଟିରେ ଉତେଜନା ପୂର୍ଣ୍ଣ ରହିଛି l

ଭାରତ ଚୀନ ଉପରେ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ପ୍ରଭାବିତ କରିବାର ଆରୋପ ଲାଗିଛି l ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ “ଚୀନ ସେନା ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ନିଜର ସୈନ୍ୟ ବଢ଼ିବାରେ ଲାଗିଛି ,ବର୍ତ୍ତମାନ ଆମେ ମଧ୍ୟ ନିଜର ତାକତ ବଢା଼ଉଚୁ ଲ”ତାଙ୍କ କହିବା ମୁତାବକ ଭାରତ ନ ଚୀନ ଉଭୟ କୂଟନୀତିକ ସ୍ତରରେ କଥାବାର୍ତା ଜାରି ରଖିଛନ୍ତି l ଡୋକଲାମରେ ୭୩ ଦିନ ସମୟ ଲାଗିଥିଲା ,ଏଠାରେ ଆଉ ଅଧିକ ସମୟ ମଧ୍ୟ ଲାଗିପାରେ ସେଥିପାଇଁ ଗଲୱାନ ଘାଟିକୁ ଅଧିକ ସୈନ୍ୟ ପଠାଯାଉଛି l

Leave A Reply