ଭାରତ-ଚୀନ୍ ସୀମାରେ ଭାରତୀୟ ବାୟୁସେନାର ଯୋରଦାର ପ୍ରସ୍ତୁତି : ଆଜି ଏକାଧିକ ଲଢୁଆ ଯୁଦ୍ଧ ବିମାନ ଭାରତ ଉଡ଼ାଇବା ଦେଖାଯାଇଥିଲା
ନୂଆଦିଲ୍ଲୀ: ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ବାୟୁସେନାର ଯୋରଦାର ପ୍ରସ୍ତୁତି। ଭାରତ-ଚୀନ୍ ସୀମାରେ ଆଜି ଏକାଧିକ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇ ଏହି ସଙ୍କେତ ଦେଇଛି ଭାରତ। ଭାରତ-ଚୀନ ସୀମାର ଫରଓ୍ୱାର୍ଡ ଏୟାର ବେସରେ ଆଜି ବାସୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ ଥାର୍ଟି, ଆପାଚି ଆକ୍ରମଣକାରୀ ହେଲିକପ୍ଟର ଉଡ଼ିବା ସହ ଏୟାର ଅପରେସନ ଜାରି ରଖିଛି।
ଏହି ଅବସରରେ ବାୟୁସେନାର ପ୍ରତ୍ୟେକଟି ଯୋଦ୍ଧା ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା ବାୟୁସେନାର ଜଣେ ସ୍କ୍ୱାର୍ଡନ ଲିଡର କହିଛନ୍ତି। ସେହିଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା ଲାଗି ସମସ୍ତ ସାଜ ସରଞ୍ଜାମ ସହ ଆମେ ନିଜକୁ ପ୍ରସ୍ତୁତ କରିଥିବା ଅନ୍ୟଜଣେ ଓ୍ୱିଙ୍ଗ୍ ସୂଚନା ଦେଇଛନ୍ତି। ପୂର୍ବ ଲଦାଖରେ ସୀମା ବିବାଦ ତିକ୍ତତାକୁ ନେଇ ଜୁନ୍ ୧୫ରେ ଗଲଓ୍ୱାନ୍ ଘାଟିରେ ୨୦ ଜଣ ଯବାନ ସହିଦ ହେବା ପରେ ଚୀନ୍ ଓ ଭାରତ ପକ୍ଷରୁ ସାମରିକ ସ୍ତରରେ ପ୍ରସ୍ତୁତି ଜାରି ରହିଛି।