Odisha news

ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଖୋଲିଲା ପାକିସ୍ତାନର ମୁଖା

0

ନୂଆଦିଲ୍ଲୀ : ଜେଲ୍ ଓ ସଜା ଯଦି ଗୋଟିଏ ମଜାକ ହୋଇଯଏ ତେବେ କଣ ହେବ ?ସେଇଆ ହିଁ ହେବ ଯାହା ଆଜିକାଲି ପାକିସ୍ତାନରେ ହେଉଛି l କିଛି ଦିନ ପୂର୍ବରୁ ପାକିସ୍ତାନର ଗୋଟିଏ ଅଦାଲତ ଲସ୍କର ଏ ତୋୟୋବା ମୁଖ୍ୟ ହାପିଯ ସଇଦକୁ ୧୫ ବର୍ଷର ସଯ ଶୁଣାଇ ଥିଲେ l ଗତ ସପ୍ତାହରେ ୨୬ -୧୧ ଦୋଷୀ ଲଖ୍ବୀକୁ ମଧ୍ୟ ଦଣ୍ଡ ସୁନା ଯାଇଥିଲା l ଏହି ଦୁଇଜଣଙ୍କର ଆତଙ୍କବାଦୀ ଫଣ୍ଡିଙ୍ଗ ବିଷୟରେ ମଧ୍ୟ ସଜା ସୁନା ଯାଇଥିଲା ,କଣ ସତରେ ଏହି ସଜା ସତ୍ୟ ଅଟେ ନା ପାକିସ୍ତାନ କିଛି ଲୁଚାଉଛି l ସମସ୍ତେ ଜାଣିଛନ୍ତି ଯେ FTF ରେ ଯଦି ପାକିସ୍ତାନ ଫସିରହିବ ତେବେ ଏହି ନାଟକ ହୋଇ ନଥାନ୍ତା କିମ୍ବା ଏମାନେ ଗିରଫ ହୋଇ ନଥାନ୍ତେ l ଏହି ଘଟଣା ବର୍ତ୍ତମାନର ନୁହେଁ ଏହା ଅନେକ ଦିନରୁ ଚାଲିଥିଲା l

ପାକିସ୍ତାନକୁ ଭାରତ ସଂଯୁକ୍ତ ରାଷ୍ଟ୍ରରେ ବେ ନକାଵ କରିଥିଲା l ସର୍ବ ପ୍ରଥମେ ସେମାନଙ୍କର ନାଟକ ହେଲା ଗିରଫ କରିବା ଓ ଏହା ପରେ ସଜା ଶୁଣାଇବା ,ଏହା କୁ ଦେଖଣୀୟ ନକହିବା ତ ଆଉ କଣ କହିବା l ବିଦେଶ ମନ୍ତ୍ରୀ ଜୟ ଶଙ୍କର ସଂଯୁକ୍ତ ରାଷ୍ଟ୍ରର ମଞ୍ଚରେ ଏହି ଦେଶର ସମସ୍ତ କଳା କର୍ତ୍ତୁତ୍ୱକୁ ସାମ୍ନାକୁ ଆଣିଛନ୍ତି l ଆତଙ୍କବାଦୀ ମାମଲାରେ ତୁରନ୍ତ ଫଇସଲା ହେବ ଆବଶ୍ୟକ ବୋଲି କହିଛନ୍ତି l ଭାରତ ଆଉ ଥରେ ପାକିସ୍ତାନର ମୁଖା ଖୋଲି ଦେଇଛି l କେବଳ ପଡୋଶୀ ଦେଶ ମାନଙ୍କ ନଜରରେ ଆତଙ୍କବାଦକୁ ପ୍ରୋତ୍ସାହନ ନଦେବାର ନାଟକ କରୁଛି l କିପରି ଭାବରେ ସେ କେବଳ ଧୋକା ଦେବାରେ ଲାଗିଛି l ତା ସହିତ ଜୟ ଶଙ୍କର କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରୁଛନ୍ତି l

ବିଦେଶ ମନ୍ତ୍ରୀ ଜୟ ଶଙ୍କର ପାକିସ୍ତାନର ଏହି କଳା ଚିଠାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମଞ୍ଚ ଉପରେ ଖୋଲିଛନ୍ତି l ଜୟ ଶଙ୍କର ଭାରତର କୁଟ ନୈତିକ ମୋର୍ଚାକୁ ସମ୍ଭାଳି ଥିଲେ ଓ ଦୁନିଆକୁ କହିଛନ୍ତି ଯେ ଭାରତର ମୋଷ୍ଟ ୱ ୱାଣ୍ଟେଡ ଆତଙ୍କବାଦୀ କିପରି ପାକିସ୍ତାନରେ ଅତିଥି ହୋଇ ଚର୍ଚା ପାଇଁ ବସିଛି l ପାକିସ୍ତାନ ଆତଙ୍କ ବାଦକୁ ନିଜ ଦେଶରେ ଆଶ୍ରୟ ଦେଇ ଆତଙ୍କବାଦୀଙ୍କ ସହ ଅତିଥି ପୁର୍ଣ ବ୍ୟବହାର କରୁଛି l ଜୟ ସଙ୍କରଙ୍କର ଏହି କଥା ଯୁକ୍ତିଯୁକ୍ତ ଅଟେ ବୋଲି ସମସ୍ତେ ଜାଣିଛନ୍ତି l ନିକଟରେ ସେନା ମୁଖ୍ୟ ନରବଣେ ମଧ୍ୟ ପାକିସ୍ତାନକୁ ବୁଝାଇବାକୁ ଚେଷ୍ଟା କରିଥିଲେ ଓ ଚୀନ କୁ ମଧ୍ୟ ଚେତାବନୀ ଦେଇଥିଲେ l ପାକିସ୍ତାନର ଦୋମୁହାଁ ନୀତି ବିଷୟରେ ସମସ୍ତେ ଅବଗତ l ଭାରତ ଆଉ ଥରେ ପାକିସ୍ତାନର ପୋଲ ଖୋଲି ଦେଇଛି l

Leave A Reply