Odisha news

ହାୟ ଭାରତ

0

ଡାକ୍ତର ସୁରେନ୍ଦ୍ର ନାଥ ଦାଶ : ନିଜ ଜନ୍ମ ଭୂମିର ପ୍ରଶଂସା କରି ଆମେ କେତେ ଗୀତ ବୋଲି ଥାଉ, ‘ଆମ ସରି କିଏ ହେବରେ? ଆମେତ ଭାଗ୍ୟବାନ ପିଲାରେ! ଭାରତ ବାସୀ କେଡେ ସାହାସୀ, ଯାହା ନାହିଁ ଭାରତେ, ତାହା ନାହୀଁ ଭାରତେ! ମେରା ଭାରତ ମହାନ ଇତ୍ୟାଦି…….’ ଗଉଡୁଣୀ ନିଜ ଦହି କୁ ଖଟା କୁହେନା, ସେହି ନ୍ୟାୟରେ ଆମେ ଠିକ, ମାତ୍ର ବିଶ୍ୱର ମାନଦଣ୍ଡରେ ଆମକୁ ମାପିଲେ ଯାହା ଦୃଷ୍ଟି ଗୋଚର ହୁଏ ତାହା ଅତ୍ୟନ୍ତ ନୈରାଶ୍ୟ ଓ ଦୁଃଖ ଦାୟକ ନିଶ୍ଚିତ । ଦୁର୍ନୀତିରେ ସବା ଆଗରେ, ମାନବିକ ମୂଲ୍ୟ ବୋଧ ଓ ବିକାଶ ତାଲିକାରେ ସବୁଠାରୁ ପଛୁଆ ଦେଶ ରୂପେ ଆମେ ଚିତ୍ରିତ, ଏହା ହିଁ ଆମର ବିଶ୍ୱରେ ବାସ୍ତବ ପରିଚୟ ।

ସେଦିନ ଆମେରିକାର ଜଣେ ପ୍ରବାସୀ ଭାରତୀୟ ରାନବାକ୍ସି ଔଷଧ କମ୍ପାନୀରେ ଉଚ୍ଚପଦବୀରେ(ସିଇଓ) ଯୋଗ ଦେବାପାଇଁ ଏହାର ମୁଖ୍ୟ ଦପ୍ତର ଗୁରୁଗାଁଓ ଠାରେ ପହଂଚିଲେ ।୧୯୯୦ ମସିହା ଆଗରୁ ଗୁରୁଗାଓଁ ଏକ ସଂପୂର୍ଣ୍ଣ ଗ୍ରାମାଂଚଳ ହରିଆନା ପ୍ରଦେଶର ଥିଲା । ଉଦାରି କରଣ ଓ ଜଗତୀ କରଣ ପରେ ଅନେକ ମହାଦେଶୀୟ କମ୍ପାନୀ ମାନେ ଏଠାରେ ପୁଞ୍ଜି ନିବେଶ କଲେ । ଅଳ୍ପ ଦିନ ମଧ୍ୟରେ ଶହ ଶହ ଶିଳ୍ପ ଗଢି ଉଠିଲା । ଦିଲ୍ଲୀ ସହ ଯୋଡି ହୋଇଗଲ ଗୁରୁଗାଓଁ । ଆମେରିକା ବାବୁଙ୍କୁ ବେଶ କିଛି ଦିନ ଅଡୁଆ ଲାଗିଲା । ସବୁ ଆଡେ ରାସ୍ତା ଘାଟରେ ଆମର ଚିରାଚରିତ ବିଶୃଂଖଳା ଭାବ ନିଦେ୍ର୍ଦଶକଙ୍କୁ ବ୍ୟଥିତ କରେ । ରାସ୍ତାରେ ଅସମ୍ଭବ ଭିଡ, ହର୍ଣ୍ଣ ଧ୍ୱନୀରେ କାନ ଅତଡା ପଡୁଥାଏ । ପଲପଲ ଗାଈଗୋରୁ ବୁଲୁ ଥାଆନ୍ତି । ପବିତ୍ର ପଶୂ ସେମାନେ, ସାମାନ୍ୟ ଆଘାତ ପାଇଲେ ଘୋର ପାପ, ବୁଲାକୁକୁର ମଧ୍ୟ କମ ନଥାଆନ୍ତି । ରାସ୍ତା କଡ ଯାକ ପାର୍କିଙ୍ଗ ଗାଡି ଆଗ ପଛ ହେଉ ଥାଆନ୍ତି, ଲୋକ ମାନେ ହାଉଯାଉ, ମଝିରେ ପଶି ଯାଉ ଥାଆନ୍ତି । ସବୁ ୁପ୍ରକାର ଯାନ ଧସେଇ ପଶ ୂଥାଆନ୍ତି,ଘଂଟାଘଂଟା ରାସ୍ତା ଜାମ ହୋଇଯାଏ । ଫସ ଫସ କଳା ଧୂଆଁ ବାହାରୁ ଥାଏ, ଧୂଳି ଧୂଆଁ ଏକାକାର । ଅସ୍ୟହ ତାତି, ସମସ୍ତେ ଏଥିରେ ଅଭ୍ୟସ୍ତ, ଏହା ଆମର ନିଜସ୍ୱ ସବୁ ଦିନିଆ ଘଟଣା । କିଛି ଦିନ ଦେଖି ିଦେଖି ବାବୁ ଜଣକ ଅଭ୍ୟସ୍ତ ହୋଇଗଲେ ।

ରାନବାକ୍ସି କମ୍ପାନୀ ଆଫ୍ରିକାର ଏଡସ ରୋଗୀଙ୍କ ପାଇଁ ଶସ୍ତା ମୂଲ୍ୟରେ ଔଷଧ ତିଆରି କରି ବିଶ୍ୱରେ ଚହଳ ପକାଇ ଦେଇଥାଏ । ସେଥିପାଇଁ ବାବୁ ଜଣକ ଆମେରିକାର ସ୍ୱଛନ୍ଦ ଜିବନ ଛାଡି ରାନବାକ୍ସିର ଆହ୍ୱାନରେ ଦେଶ ସେବା ପାଇଁ ଭାରତ ଆସିଛନ୍ତି । ଭାରତରେ କିଛିଦିନ ରହିଲା ପରେ ଦିନେ ଅଫିସକୁ ଗଲାବେଳେ ଦେଖିଲେ, ରାସ୍ତାରେ ଗହଳି ହୋଇଛି । ଗାଡି ସବୁ ଅଟକିଯାଇଛ । ମଝି ରାସ୍ତାରେ ଲୋକଟିଏ ପଡିଛି । ଗୋଟାଏ ଗାଡି ବୋଧେ ଧକ୍କା ଦେଇ ଚାଲି ଯାଇଛି । ଲୋକ ମାନେ ଘେରି ଦେଖୁଛନ୍ତି ସିନା କେହି ଛୁଉଁ ନାହାନ୍ତି । ଭାରତର ରାସ୍ତା ଘାଟର ଏହା ପରିଚିତ ଦୃଶ୍ୟ, ବାଘ କାମୁଡା ଠାରୁ ଘୋଷରା ବାଧେ । ଯିଏ ତାକୁ ଧରିବ ପୋଲିସ ତାକୁ ଆଗେ ଟାଣିବ, ନାନା କଥା କହିବ, ଘଂଟା ଘଂଟା ଧରି ଥାନାରେ ବସାଇବ । ମାତ୍ର ବିଦେଶରେ ଏହା ଅଚିନ୍ତନୀୟ । ଯିଏ ବି ଦେଖିବ ସାହାଯ୍ୟର ହାତ ବଢାଇବ । ଏହା ତାଙ୍କର ନିଜସ୍ୱ ସଂସ୍କୃତି । “ଉବଦ୍ଭ ଓ ଷରକ୍ଷକ୍ଟ୍ର ଣକ୍ଟଙ୍କ?”

ଗାଡିରୁ ବାହାରି ସିଇଓ ଲୋକଟିକୁ ଚାହିଁଲେ । ଆଘାତ ସାଧାରଣ । ମଦ ନିଶାରେ ହୋସ ନାହିଁ । ଡ୍ରାଇଭରକୁ ତାକୁ ସାହାଯ୍ୟ କରିବାକୁ କହିଲେ । ଚମକି ଉଠିଲା ଡ୍ରାଇଭର । ଇଏ ଭାରତ ବର୍ଷ, ଆମେରିକା ନୁହଁ! ମାତ୍ର ବାବୁ ଜଣକ ନିଜେ ଯାଇଁ ତାକୁ ଉଠାଇବାକୁ ଚେଷ୍ଟା କଲେ । ଡ୍ରାଇଭର ବାଧ୍ୟ ହୋଇ ସାହାଯ୍ୟ କଲା । “ହସପିଟାଲ ଚାଲ”, ଡ୍ରାଇଭରକୁ ଆଦେଶ ଦେଲେ । ବାଧ୍ୟ ହୋଇ ପାଖ ହସପିଟାଲରେ ରୋଗୀକୁ ପହଂଚାଇଲା ଡ୍ରାଇଭର । ହସପିଟାଲରେ ମଧ୍ୟ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଅପରିଚିତକୁ ରାସ୍ତାରୁ ଆଣିବା ଯେପରି ତାଙ୍କ ପାଇଁ ସପ୍ତାଶ୍ଛାର୍ଯ୍ୟ ଥିଲା । ଅବଶ୍ୟ ବେଳେ ବେଳେ ବଡ ଅଫିସର, ନେତା ସେଭଳି ଅସହାୟ ରୋଗୀ କୁ ଆଣନ୍ତି । ମାତ୍ର ସେମାନେଙ୍କୁ ପୋଲିସ ଛୁଇଁ ପାରେନା । ମାଳମାଳ ଟିଭି ବାଲା ଆସି ସେ ଫଟୋ ନିଅନ୍ତି । ତାପର ଦିନ ସବୁ ଗଣ ମାଧ୍ୟମରେ ତାହା ପ୍ରଚାରିତ ହୁଏ, ବାବୁ ଓ ନେତାଙ୍କ ମହନିୟତାର ବାଣୀ । ଯାହାହେଉ ସେମନେ ରୋଗୀକୁ ଆଡମିଶନ ପାଇଁ ନିର୍ଦ୍ଧିଷ୍ଟ ୍ଫିସ ଓ ପୋଲିସକୁ ଖବର ଦେବା ପାଇଁ ଏମାନଙ୍କ ପରିଚୟ ଲିପିବଦ୍ଧ କରିବା ସର୍ତ ରେ ରୋଗିର ଚିକିସôା ଆରମ୍ଭ କଲେ । ତା ପରଦିନ ରାନବାକ୍ସି ଅଫିସରେ ସ୍ଥାନୀୟ ଥାନାର ଜଣେ ପୋଲିସ ଅଫିସର ପହଂଚିଲେ । ବାବୁ ଜଣକ ଯେ ଲୋକଟିକୁ ଧକ୍କା ଦେଇଛନ୍ତି ସେ ଏ ବିଷୟରେ ନିଃସେନ୍ଦହ ଥିଲେ, କାରଣ ନହେଲେ ସେ କାହିଁକି ଏତେଗୁଡିଏ ଟଙ୍କା ଖର୍ଚ୍ଚ କଲେ? ପୋଲିସ ବାବୁଙ୍କ ମୁହଁ କୁ ଚାହିଁ ଟିକେ ହସି ବାବୁ ତାଙ୍କ ମାନବ ସମ୍ବଳ ବିଭାଗକୁ ପୋଲିସ କଥା ବୁଝିବାକୁ ନିଦେ୍ର୍ଦଶ ଦେଲେ । ଭାରତୀୟ ପାଣିପାଗ ସହିତ ପରିଚିତ ଧନୀ ରାନବାକ୍ସି କମ୍ପାନୀର ସେହି କର୍ମଚାରୀ ମାନଙ୍କୁ ପୋଲିସ ବାବୁଙ୍କ ମୁହଁ ବନ୍ଦ କରିବାକୁ ବିଶେଷ କଷ୍ଟ ହେଲା ନାହିଁ ।
ଏ ଗୋଟିଏ ବିରଳ ଘଟଣା ନୁହେଁ । ଭାରତର ପ୍ରତି ଗାଁ, ସହରରେ ଏହା ନିତି ଦିନିଆ ଘଟଣା । ସବୁଠାରୁ ବିଡମ୍ବନାର କଥା ପରାଧୀନ ଭାରତ ଅପେକ୍ଷା ସ୍ୱାଧିନତା ପରେ ଆମର ନୈତିକ ପତନ ଅଧିକ ଘଟୁଛି । ସମବେଦନା, ସାହାଯ୍ୟ ଭାବ ଆମ ପାଇଁ ଅନ୍ୟ ଗ୍ରହର ବସ୍ତୁ ହୋଇଛି । ଏହା ଦେଖି କେବଳ ହାୟ ହାୟ କରିବା ଛଡା ଆଉ କିଛି ଆମେ କରିପାରୁନାହୁଁ ।

Nalco
Leave A Reply