କେତେ ବିଷାକ୍ତ ହୋଇଥାଏ ଜୀବ ଜଗତ ପ୍ରତି , ଯଦି ଭାରତ-ପାକିସ୍ତାନ ମଧ୍ୟରେ ହେଲା ପରମାଣୁ ଯୁଦ୍ଧ ତେବେ ହେବ କେଉଁ ସବୁ କ୍ଷତି l
ଧର୍ମ ପାଇଁ ଚାଲିଛି ଦୁଇ ଦେଶ ମଧ୍ୟରେ ରକ୍ତର ଖେଳ, ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ବର୍ତମାନ ଗୋଟିଏ ଭୟାବହ ଯୁଦ୍ଧର ରୂପ ନେଇଛି l ଉଭୟ ଦେଶ ପକ୍ଷରୁ ଚାଲିଛି ଆକ୍ରମଣ ପ୍ରତି ଆକ୍ରମଣ, ପାକିସ୍ତାନ ର ପ୍ରତିଟି ଆକ୍ରମଣ କୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଧ୍ୱସ୍ତ କରୁଛି, କିନ୍ତୁ ଏହି ପାକିସ୍ତାନ ପ୍ରତ୍ୟେକ ଦିନ ଦେଇ ଆସୁଛି ପରମାଣୁ ଆକ୍ରମଣ ର ଧମକ l କିନ୍ତୁ କଣ ପରମାଣୁ ଆକ୍ରମଣ କରିବା ସହଜ ଅଟେ l
ପରମାଣୁ ବୋମା ଗୋଟିଏ ଏଭଳି ହତିଆର ଅଟେ ଯାହାକି ବିସ୍ଫୋଟକ କ୍ଷମତା ସହିତ ଖୁବ ଭୟଙ୍କର ହୋଇଥାଏ, ପରମାଣୁ ଆକ୍ରମଣ ର ତୁରନ୍ତ ପରେ ରେଡ଼ିଏସନ ର ବିପଦ ଆରମ୍ଭ ହୋଇଯାଇଥାଏ, ଦ୍ଵିତୀୟ ବିଶ୍ବଯୁଦ୍ଧରେ ଆମେରିକା ଜାପାନ ର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ଆକ୍ରମଣ କରିଥିଲା, ଏହି ସମୟରେ ଏହାର ରେଡ଼ିଏସନ ରେ ପାଖାପାଖି ୮୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା l
ପରମାଣୁ ଆକ୍ରମଣ ର ତୁରନ୍ତ ପରେ ବର୍ଷା ହୋଇଥାଏ, ଏହାକୁ ବ୍ଲାକ ରେନ ବୋଲି କୁହାଯାଇଥାଏ l ଏହି ବର୍ଷl ଖୁବ ଭୟଙ୍କର ହୋଇଥାଏ, ଏହି ବର୍ଷା ରେ ରେଡ଼ିଓଆକ୍ଟିଭ ଅଣୁ , ଧୂଳି ଓ ପାଉଁଶ ର ତତ୍ୱ ରହିଥାଏ l ଏହା ଏତେ ବିଷାକ୍ତ ହୋଇଥାଏ ଯେ ଶରୀର ରେ ଅଦ୍ଭୁତ ପ୍ରକାରର ପୋଡା ଜ୍ୱାଳା ହୋଇଥାଏ l ଏହି ବର୍ଷା ର ଜୀବ ଜଗତ ଉପରେ ଏତେ ପ୍ରଭାବ ପଡିଥାଏ ଯେ ବର୍ଷ ବର୍ଷ ଧରି ଘାସ ଟିଏ ବି ଉଠିବା ଅସମ୍ଭବ ହୋଇଥାଏ l